ହେଡଲାଇନସ୍:

"ଆମକୁ ଜୁହାର ମିଳୁଛି ହେଲେ କାମ ମିଳୁନି, ଆମେ କାମ କଲେ ଯାଇ ଖାଇବୁ ନା !! "

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମଶ୍ରୀଙ୍କ ମୁହଁରେ ପଦ୍ମର ମିଠା ଯନ୍ତ୍ରଣା

   ପୁରସ୍କାର ଆଉ ସମ୍ମାନ... ପ୍ରୋତ୍ସାହନ ଦିଏ, ଆନନ୍ଦ ଦିଏ | ଆଉ ଦେଶର ଅନ୍ୟତମ ପଦ୍ମ ପୁରସ୍କାର କଥା ନିଆରା | ଜୀବନବ୍ୟାପୀ ସାଧନା ପାଇଁ ବା ସାମଗ୍ରିକ ବା ଉଲ୍ଲେଖନୀୟ କୃତି ପାଇଁ ମିଳୁଥିବା ଏହି ସମ୍ମାନ ବିଜେତାଙ୍କ ସାମାଜିକ ପଦମର୍ଯ୍ୟାଦା ବୃଦ୍ଧି କରିଥାଏ  |  ଅନେକ କ୍ଷେତ୍ରରେ ବ୍ୟକ୍ତିକୁ ଅନୁଷ୍ଠାନରେ  ପରିଣତ କରିଦିଏ | ସାଧାରଣ ମଣିଷକୁ ଅସାଧାରଣ କରିଦିଏ | କିଏ ଏହାକୁ ନେଇ ମର୍ଯ୍ୟାଦା ସମ୍ପନ୍ନ ଜୀବନ ଜାପାନ କରନ୍ତି ତା ଆଉ କାହାର ଜୀବନ ଶୈଳୀ ଓ ସାମାଜିକ ଆର୍ଥିକ ସ୍ଥିତି ଦୋହଲିଯାଏ | ଜୀବନ ହୋଇଯାଏ ଦୁର୍ବିସହ, ସମ୍ମାନ ପାଲଟି ଯାଏ ମିଠା ଯନ୍ତ୍ରଣା | ଏଭଳି ନଜିର ନଜରକୁ ଆସିବା ପରେ ଏବେ ତାକୁ ନେଇ ଚାଲିଛି ତର୍ଜ୍ଜମା | ଓଡିଶା ସରକାର ଏ କ୍ଷେତ୍ରରେ ପାଦେ ଆଗକୁ ଯାଇ ପଦ୍ମ ପୁରସ୍କାର ବିଜେତାଙ୍କ ପାଇଁ ମାସିକ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ହଜସନ କରିଛନ୍ତି ଆର୍ଥିକ ଦୁଃସ୍ଥିତିରେ ଜୀବନ ଅତିବାହିତ କରୁଥିବା ପଦ୍ମ ବିଜେତାଙ୍କ ନିମନ୍ତେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଇ ସମୟୋପଯୋଗୀ ନିଷ୍ପତ୍ତି ପାଇଁ ବିଭିନ୍ନ ମହଲରୁ ପ୍ରଶଂସା | ଆଉ ଅନେକଙ୍କ ମତରେ ପଦ୍ମପୁରସ୍କାର ପାଇଥିବା ବ୍ୟକ୍ତି ମାନେ ଦେଶର ଗର୍ବ | ତେଣୁ ପୂର୍ବତନ ସଂସଦ, ବିଧାୟକ, ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପେନସନ ପ୍ରଦାନ କରୁଥିବା ବେଳେ  ପଦ୍ମ ପୁରସ୍କାର ପାଉଥିବା ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ମର୍ଯ୍ୟାଦାଜନକ ଭାବେ କିଛି ସହାୟତା ରାଶି ବ୍ୟବସ୍ଥା କରିବାରେ କିଛି ଅସୁବିଧା ହେବ କି | ଆଜି ଓଡ଼ିଶାରେ ଏଭଳି ଘଟଣା ନଜରକୁ ଆସିଲା ପଦ୍ମଶ୍ରୀ ଦୈତାରୀ ନାୟକଙ୍କ ରୂପରେ | ହେଲେ କାଲି ଏହାର ସ୍ୱରୂପ ଆଉ କାହା କ୍ଷେତ୍ରରେ ଦେଖିବାକୁ ମିଳିପାରେ | ଏହି ପ୍ରସଙ୍ଗରେ ଆମେ ଆଲୋଚନା କରିଥିଲୁ ପଦ୍ମଶ୍ରୀ ତଥା କୋଶଲି ଭାଷା ସାହିତ୍ୟର ପ୍ରଥିତଯଶା ସ୍ରଷ୍ଟା ପଦ୍ମଶ୍ରୀ ହଳଧର ନାଗଙ୍କ ସହିତ ଫୋନ ଯୋଗେ |

ପ୍ରଶ୍ନ :- ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି (ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କୁ ମାସିକ10 ହଜାର ଟଙ୍କା ପ୍ରଦାନ କରାଯିବା ବାବଦରେ ) ସେ ସମ୍ପର୍କରେ ଆପଣଙ୍କର ମତାମତ କଣ ?

ଉତ୍ତର :- ପଦ୍ମଶ୍ରୀ ସମ୍ମାନ କେନ୍ଦ୍ରସରକାର ଦେଉଛନ୍ତି ସତ , କିନ୍ତୁ ଏହା ଆମ ପକ୍ଷରେ ଅନେକ କଷ୍ଟକର କଥା । ଏଇଟା ସମ୍ମାନ, ଅସମ୍ମାନ ନୁହେ  | ଏହି ସମ୍ମାନରେ ଗୋଟେ ମେଡାଲ ,ଗୋଟେ ମାନପତ୍ର ଓ ଯିବା ଆସିବା ଖର୍ଚ୍ଚ କେନ୍ଦ୍ର ସରକାରଙ୍କର ତରଫରୁ ପ୍ରଦାନ କରାଯାଇଥାଏ । ପଦ୍ମଶ୍ରୀ ପାଇବାପରେ ଲୋକେ ଆମକୁ ଜୁହାର ଜରୁଛନ୍ତି ସମ୍ମାନ ଦେଉଛନ୍ତି କିନ୍ତୁ ଆମକୁ କେହି କୋଣସି ପ୍ରକାର କାମ ଦେଉନାହାନ୍ତି । ଆମେ କାମ କଲେ ଯାଇ ଖାଇବୁ । ଅସୁବିଧା ଟା ସେଇଟା। ଏପଟେ ସରକାର ବି କୋଣସି ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରୁନାହାନ୍ତି । ଯେଉଁ BPL କାର୍ଡ ଖଣ୍ଡେ ଅଛି ସେଥିରେ ଚଳୁଛୁ। ବର୍ତମାନ ସରକାର ଯେଉଁ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ 10 ହଜାର ଟଙ୍କା ମାସିକ ଦେବାପାଇଁ ଘୋଷଣା କରିଛନ୍ତି ତାହା ପାଇଲେ ଆମେ ଉପକୃତ ହେଇ ପାରିବୁ | ଏହି ଭଳି ଘୋଷଣା କରିଥିବାରୁ ରାଜ୍ୟ ସରକାରଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହିଁବି । ଯାହାହେଉ ରାଜ୍ୟ ସରକାର ଏହି ବିଷୟରେ ଚିନ୍ତା କରି ଆମ ପାଇଁ 10 ହଜାର ଟଙ୍କାର ମାସିକ ର ବ୍ୟବସ୍ଥା କରିଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଇବି ।
ପ୍ରଶ୍ନ :- ଯେଉଁ ମାନଙ୍କୁ ପଦ୍ମ ପୁରସ୍କାର ମିଳୁଛି ସେମାନେ ତାଙ୍କର ପରବର୍ତ୍ତୀ ଜୀବନ କିଭଳି ଭାବରେ ସସମ୍ମାନେ ବଂଚିବେ ସେ ନେଇ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଉତ୍ତର ଦାୟିତ୍ୱ ଅଛି ନା ନାହିଁ ?
ଉତ୍ତର :- ହଁ , ହଁ ନିଶ୍ଚିତ ରହିଛି । ଦେଖନ୍ତୁ ପଦ୍ମ ପୁରସ୍କାର ପାଇଥିବା ଅନେକ ଲୋକ ନିର୍ଧାନ ଅଟନ୍ତି । ମୋର ତ ହାତଗୋଡ ଚାଲୁଛି । ପଦ୍ମଶ୍ରୀ ଦୈତାରି ନାୟକ ଭଳି ବହୁ ଲୋକ ଅଛନ୍ତି । ଦୈତାରି ନାୟକ ଙ୍କୁ ଏବେ କୋଣସି କାମଧନ୍ଦା ମିଳୁ ନାହିଁ । କାମ କରି ଚଳୁଥିଲେ, ହେଲେ ପଦ୍ମଶ୍ରୀ ପାଇବା ପରେ କାମଧନ୍ଦା ନ ମିଳିବାରୁ ସେମାନେ ବହୁ କଷ୍ଟରେ ଚଳୁଛନ୍ତି । ଅବହେଳିତ ଭାବରେ ରହି ଯାଇଛନ୍ତି ପଦ୍ମ ପୁରସ୍କାର ବିଜେତା । ପଦ୍ମ ପୁରସ୍କାର ପାଇବା ପରେ ନିଶ୍ଚିତ ଭାବରେ ସରକାର ପୁରସ୍କାର ବିଜେତାଙ୍କ ଜୀବନଯାପନ ପାଇଁ କିଛି ନା କିଛି ନ କିଛି ବ୍ୟବସ୍ଥା କରିବା ଦରକାର ।
ପ୍ରଶ୍ନ :-ଆପଣଙ୍କର କହିବା କଥା ଯେ ପଦ୍ମ ପୁରସ୍କାର ବିଜେତା ତାଙ୍କର ଏକ ସମ୍ମାନ ସ୍ପଦ ଜୀବନ ଯାପନ ପାଇଁ ସରକାର ନିଶ୍ଚିତ ଭାବରେ ବ୍ୟବସ୍ତା କରିବା ଦରକାର ?
ଉତ୍ତର :- ହଁ , ନିହାତି ଦରକାର
ପ୍ରଶ୍ନ :- ମୁଖ୍ୟମନ୍ତ୍ରୀ ଘୋଷଣା  କରିଥିବା ରାଶି ଯଦିଓ ଯଥେଷ୍ଟ ନୁହେଁ , ସେ ବାବଦରେ ଆପଣ କଣ କହିବେ ?
ଉତ୍ତର:- ଠିକ କଥା , କିନ୍ତୁ ଏହିଭଳି ଘୋଷଣା କରିବାଟା ବି ଏକ ବଡ କଥା । ମୁଖ୍ୟମନ୍ତ୍ରୀଙ୍କୁ ଏହି ଘୋଷଣା ପାଇଁ ମୋର ଅନେକ ଧନ୍ୟବାଦ । ଆଗକୁ ବି ଅନେକ ଲୋକ ଏହିଭଳି ପୁରସ୍କାର ପାଇବେ , ଆମର ପଶ୍ଚିମ ଓଡିଶା ତ ଅବହେଳିତ ଅଂଚଳ ଆମ ଆଡେ ସବୁବେଳେ ଦୁର୍ଭିକ୍ଷ  ମରୁଡି ହେଇଥାଏ | ଅନେକ ଜାଗାରେ ଜଳ ସେଚନର ସୁବିଧା ଅଛି | ଅନେକ ସ୍ଥାନରେ ନାହିଁ , ଆମେ ମାନେ କମକରି ପେଟ ପୋଷିବା ଲୋକ ଏଣୁ  ରାଜ୍ୟ ସରକାରଙ୍କର ଏହି ଘୋଷଣା ଅନେକ ମାତ୍ରାରେ ଆମକୁ ସହଯୋଗ କରିବା
ପ୍ରଶ୍ନ : ଅନେକ ଲୋକ ପଦ୍ମ ପୁରସ୍କାର ପାଇଛନ୍ତି ଆଗକୁ ବି ଅନେକ ଏହି ପୁରସ୍କାର ପାଇବେ , ସେହି ମାନଙ୍କର ପାଇଁ ଆପଣ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ କଣ ପରାମର୍ଶ ଦେବେ ?
ଉତ୍ତର :- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦ୍ମ ପୁରସ୍କାର ବିଜେତା ମାନଙ୍କର ଜୀବନ ଜୀବିକାର ବ୍ୟବସ୍ଥା  କରିବା ଉଚିତ । ରାଜ୍ୟ ର ମୁଖ୍ୟମନ୍ତ୍ରୀ ପଦ୍ମ ପୁରସ୍କାର ବିଜେତା ମାନଙ୍କର ପାଇଁ ମାସିକ 10 ହଜାର ଟଙ୍କା ଘୋଷଣା କରିଥ8ବାରୁ ପୁଣିଥରେ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି ।

0
0
0
s2sdefault