ମେଲଛାମୁଣ୍ଡା (ମନୋଜ ଭୋଇ)- ହିନ୍ଦୁ ରୀତି ନୀତିରେ ଅନେକ ପରମ୍ଫରା ରହିଛି । ସେଥି ମଧ୍ୟରୁ ଛୋଟ ଛୋଟ କୁନି ପିଳାଙ୍କୁ ରଥ ଯାତ୍ରା ସମୟରେ ଏବଂ ରଥ ରୁଢା ଦାରୁବ୍ରହ୍ମ ତିନି ଠାକୁରଙ୍କୁ ସ୍ପର୍ଶ କରାଇ ରଥ ଛୁଆଁ ପର୍ବ ପାଳନ କରିବା ଅନ୍ୟ ଏକ ପରମ୍ପରା ଅଟେ । ଲୋକଙ୍କ ବିଶ୍ୱାସ ଯେ ନିଜ ପିଳାଙ୍କୁ ଅନ୍ନ ସେବନ ପରେ ଦାରୁ ବ୍ରହ୍ମଙ୍କ ପାଖରେ ସର୍ମପଣ କରିଦେଲେ ଜୀବନ କାଳ ମଧ୍ୟରେ ଆସୁଥିବା ଦୁଃଖ କଷ୍ଟରୁ ରକ୍ଷା ପାଇବା ସହ ଚଳାପଥ ଉଜ୍ୱଳ ହୋଇଥାଏ । ଶୁକ୍ରବାର ମେଲଛାମୁଣ୍ଡାରେ ଅନୁଷ୍ଠିତ ବାହୁଡା ରଥ ଯାତ୍ରା ସମୟରେ ରଥ ଛୁଁଆ ପାଇଁ ବେଶ ଜନ ଗହଳି ଲାଗି ରହିଥିଲା । ତିନି ଠାକୁର ପହଣ୍ଡି ବିଜେକରି ରଥ ରୁଢା ହେଲା ପରେ ମାତା ପିତା ମାନେ ନିଜ ନିଜର ପିଳା ମାନଙ୍କୁ ତିନି ଠାକୁରଙ୍କ ପାଖରେ ନିଜ ପିଳାଙ୍କୁ ସର୍ମପଣ ଉଦେଶ୍ୟରେ ରଥ ଉପରକୁ ଚଢାଇଥିଲେ । ରଥ ଉପରକୁ ପିଳମାନେ ଚଢିବାର ଦୃଶ୍ୟ ବେଶ ମନ ମୁଗ୍ଧକର ହୋଇଥିଲା । କିଛି ପିଳା ଚିନ୍ତା ଶୂନ୍ୟ ଭାବେ ଠାକୁରଙ୍କ ପାଖକୁ ଯାଉଥିବା ବେଳେ କିଛି ପିଳା ଭୟରେ ଚିକ୍ରାର କରି ଉଠୁଥିଲେ । ମେଲଛାମୁଣ୍ଡା ରଥଯାତ୍ରା ଆଖ ପାଖ ଅଂଚଳରେ ବେଶ ଜଣାଶୁଣା ଥିବାରୁ ଏଠାକୁ ଶତାଧିକ ସଂଖ୍ୟାରେ ଭକ୍ତମାନେ ନିଜର ସାତ ମାସରୁ ଆରମ୍ଭ କରି ତିନି ବର୍ଷର ପିଳାମାନଙ୍କୁ ନେଇ ଆସି ଦାରୁ ବ୍ରହ୍ମଙ୍କ ପାଖରେ ସର୍ମପଣ କରିଥିଲେ ।
ରାଜ୍ୟ
ରଥ ଛୁଇଁଲେ ଶତାଧିକ ଛୋଟ ଛୋଟ କୁନି ପିଲା
- Hits: 347