ହେଡଲାଇନସ୍:

ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲ: ୩ ଦିନ ଧରି ସଫେଇ ବନ୍ଦ,ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମସ୍ୟା ସମାଧାନ ଦାବିରେ ଭଞ୍ଜସେନା ପର୍ଯ୍ୟରୁ ହସପିଟାଲ ସୁପାରିଟେଣ୍ଡେଣ୍ଟ କାର୍ଯ୍ୟାଳୟ ଘେରାଓ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦାପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ପରିସରରେ ୩ ଦିନ ଧରି ସଫେଇ କାର୍ଯ୍ୟ ଠପ୍ ହୋଇଯାଇଛି । ପ୍ରତ୍ୟେକ ମାସ  ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିୟମିତ ଭାବେ ଦରମା ପ୍ରଦାନ ଦାବିରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଥିବାରୁ ହସପିଟାଲ ପରିସରରେ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାର ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ଏବିଷୟରେ ହସପିଟାଲ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଅବଗତ କରାଇଥିବା ବେଳେ ସବୁ କିଛି ଠିକ୍ଠାକ୍ ହୋଇଯିବ ବୋଲି ଉତ୍ତର ମିଳିଥିଲା । କିନ୍ତୁ, ୩ ଦିନ ଧରି ସଫେଇ କାର୍ଯ୍ୟ ବନ୍ଦ ରହିଥିବାରୁ ହସପିଟାଲର ଶୌଚାଳୟଗୁଡ଼ିକରୁ ଦୁର୍ଗନ୍ଧ  ବାହାରିବା ଫଳରେ ତା ଭିତରକୁ ପ୍ରବେଶ କରିବା ସମ୍ପୂର୍ଣ୍ଣ ଭାବେ ଅସମ୍ଭବ ହୋଇପଡ଼ିଥିଲା । ସେହିପରି ହସପିଟାଲ ପରିସରରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମା ହୋଇ ସେଥିରୁ ପଚା ଦୁର୍ଗନ୍ଧ ବାହାରି ପାରିପାଶ୍ୱର୍ିକ ପରିବେଶକୁ ନଷ୍ଟ କରାଉଥିଲା ।  ଭଞ୍ଜସେନା ଏବିଷୟରେ ବାରମ୍ବାର ସଚେତନ କରାଇ ଆସୁଥିଲେ ମଧ୍ୟ ଳ ହସପିଟାଲ କର୍ତ୍ତୃପକ୍ଷ ସମସ୍ୟା ସମାଧାନର କୌଣସି ରାସ୍ତା ବାହାର ନକରିବାରୁ ସେନା ଆନେ୍ଦାଳନ କରିବାକୁ ବାଧ୍ୟ ହୋଇଥିଲା । ତେଣୁ ଆଜି ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ବାରିପଦା ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, ଯୁବ ଛାତ୍ର ସଂଯୋଜକ ରାକେଶ କୁମାର ବେହେରା, ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି, ସହର ସଭାପତି ସୌମ୍ୟରଞ୍ଜନ ମିଶ୍ର,  ସହର ଉପସଭାପତି ସେକ ରାଜା ଖାନ, ସମ୍ପାଦକ ମୀର ବାବର ଅଲ୍ଲୀ, , ବୀରେନ୍ଦ୍ର ନାଥ, ଆଲୋକ ବେହେରା, ଶିବ ଶଙ୍କର ବେହେରା, ଅବିନାଶ ରାଜ, ଛାତ୍ର ସାଧାରଣ ସମ୍ପାଦକ ସଞ୍ଜୟ ମହାନ୍ତ, ସଞ୍ଜୟ ମାହାର୍ଣ୍ଣା, ରିତ୍ତିକ ସିଂ, ହୃଷିକେଶ ଚାନ୍ଦ, ବଳରାମ ଦାଶ, ଶୁଭମ୍ ଦାସବାବୁ, ବିଭାସ ଦେ, ଆଶିଷ ମଙ୍ଗରାଜ, କୁନ୍ଦନ ବେହେରା, ଶମ୍ଭୁନାଥ ରଣା, ଦୀପକ କୁମାର ସିଂ, ଆଲୋକ ବେହେରା, ବିଜୟ ସେଠୀ ପ୍ରମୁଖ ଶତାଧିକ ଯୁବ , ଛାତ୍ର କର୍ମକର୍ତ୍ତା ଓ ସମର୍ଥକମାନେ ହସପିଟାଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟକୁ ଘେରାଓ କରି ନାରାବାଜି ଆରମ୍ଭ କରିଥିଲେ । ଖବରପାଇ ବାରିପଦା ସଦର ଏସଡ଼ିପିଓ କେ ପି ପଟ୍ଟନାୟକ, ବାରିପଦା ଟାଉନଥାନା ଆଇଆଇସି ଅଶୋକ କୁମାର ନାୟକ ସଦଳବଳେ ପହଁଞ୍ଚି ଆନେ୍ଦାଳନକାରୀ ଓ ହସପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ସମାଧାନର ରାସ୍ତା ଫିଟିଥିଲା । ସଫେଇ କାର୍ଯ୍ୟ ଠିକା ନେଇଥିବା ଠିକାଦାରଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରି ଆଜି ସଫେଇ କର୍ମଚାରୀମାନଙ୍କ ପାଉଣା ପ୍ରଦାନ କରିବାର ପ୍ରତିଶ୍ରୁତି ମିଳିବା ପରେ ସଫେଇ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ ସରକାରଙ୍କ ଶ୍ରମ ଆଇନ ଅନୁସାରେଠିକା ସଫେଇ କର୍ମଚାରୀମାନଙ୍କୁ ଗ୍ଲୋଭସ, ସଫେଇ କାର୍ଯ୍ୟ ନିମନ୍ତେ ବୁଟ ଓ ମାସ୍କ ଆଦି ସଂସ୍ଥା ଯୋଗାଇ ଦେଉନଥିବାର ଅଭିଯୋଗ ଆସିବା ସହ ହସପିଟାଲ ଝାଡ଼ୁ ମାରିବା, ଫିନାଇଲରେ ପୋଛାପୋଛି କରିବା ଆଦି ବିଭିନ୍ନ ସାମଗ୍ରୀ ଯୋଗାଇ ଦେଉନଥିବାର ସଫେଇ କର୍ମଚାରୀମାନେ ଅଭିଯୋଗ ଆଣିଛନ୍ତି ।

0
0
0
s2sdefault