୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦାବିପତ୍ର ପ୍ରଦାନ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀ ନବୀନଙ୍କ ମାଆକୁ ସମ୍ମାନ ନାରା ପ୍ରହସନରେ ପରିଣତ ହୋଇଛି । ଖୁଦ ମୁଖ୍ୟମନ୍ତ୍ରୀ ନବୀନଙ୍କ ହାତରେ ଥିବା ଗୃହ ବିଭାଗର କର୍ମଚାରୀଙ୍କ ବିରୋଧରେ ମାଆକୁ ଅସମ୍ମାନ ଅଭିଯୋଗ ଆସିଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ଜନତା ଓ ପୁଲିସ ମଧ୍ୟରେ ରହିଆସୁଥିବା ଫାଙ୍କକୁ ଦୂର କରାଇବାର ମହତ୍ ଉଦେ୍ଧଶ୍ୟ ନେଇ କାର୍ଯ୍ୟକାରୀ କରାଇଥିବା ଆମ ପୁଲିସ ସମିତି ପଥଚୁ୍ୟତ ହୋଇଛି । ଫଳରେ ଆଜି ଜନସାଧାରଣ ନ୍ୟାୟ ପାଇବା ପାଇଁ ରାଜରାସ୍ତାକୁ ଉହ୍ଲାଇ ଆସିବାକୁ ବାଧ୍ୟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନିର୍ମଳ ଶାସନ ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଖୁଣ୍ଟା ଓ ବଡ଼ସାହି ଥାନା ଅଞ୍ଚଳର ଜନତାଜନାର୍ଦ୍ଧନ । ଗତ ମାର୍ଚ୍ଚ ୨୪ ଖୁଣ୍ଟା ଥାନା ଅଞ୍ଚଳ ଏକ ଗ୍ରାମରେ ବଡ଼ସାହି ଥାନା ଅଞ୍ଚଳର ଜନୈକ ୧୩ ବର୍ଷିୟା ଆଦିବାସୀ ନାବାଳିକା କାମାନ୍ଧ, ଲମ୍ପଟ ଯୁବକମାନଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲା । ଉକ୍ତ ଗଣଦୁଷ୍କର୍ମ ମାମଲାରେ ପୁଲିସ ପିଡ଼ିତା ଓ ତାର ପରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ ଏକ ରାଜନୈତିକ ଦଳର ନେତାଙ୍କ ହାତବାରିସୀ ସାଜି ପିଡ଼ିତାର ସମ୍ପର୍କୀୟଙ୍କୁ ବିନାଦୋଷରେ ଜେଲ ପଠାଇବା, ପିଡ଼ିତା ଆଦିବାସୀ ନାବାଳିକାର ମାଆଙ୍କ ନିକଟରୁ ପ୍ରଥମେ ଏଫ୍ଆଇଆର୍ ନରଖିବା, ପରବର୍ତ୍ତି ସମୟରେ ଏଫଆଇଆରରେ ପରିବର୍ତ୍ତନ କରାଇବା ନିମନ୍ତେ ବାଧ୍ୟ କରାଇବା, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ୦୫/୦୪/୨୦୧୯ରେ ରାସ୍ତା ଅବରୋଧ ଆନେ୍ଦାଳନକାରୀଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ଏବଂ ଅଦାଲତରେ ଜାଣିଶୁଣି ଚାର୍ଜ ସିଟ ଦାଖଲ କରିବାରେ ଟାଳଟୁଳନୀତି ଆପଣେଇବା, ରାସ୍ତା ଅବରୋଧରେ ସାମିଲନଥାଇ ଛାତ୍ରାବାସରେ ରହିଥିବା ଆଦିବାସୀ ସମ୍ପ୍ରଦାୟର ଛାତ୍ର ସହ ଭିନ୍ନକ୍ଷମଙ୍କ ନାମରେ କଠୋର ଦଫା ଲଗାଇ ମାମଲା ରୁଜୁ କରାଇବା, ବାରିପଦା ପିଆରଏମ ମେଡ଼ିକାଲ କଲେଜରେ ଚିକିତ୍ସାଧୀନ ରହିଥିବା ବେଳେ ପିଡ଼ିତା ଓ ପିଡ଼ିତାର ମାଙ୍କୁ ଧମକଚମକ ଦେବା ସହ ଅସୌଜନ୍ୟମୂଳକ ଆଚରଣ ପ୍ରଦର୍ଶନ କରିବା ଏବଂ ଅଦ୍ୟାବଧି ପିଡ଼ିତାର ଡ଼ାକ୍ତରୀ ପରୀକ୍ଷା ନକରାଇବା ଆଦି ବିଭିନ୍ନ ସଙ୍ଗୀନ ଅଭିଯୋଗ ଆଣି ଖୁଣ୍ଟା ଥାନା ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଜୁଲାଇ ୮ ସୋମବାର ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୁଣ୍ଟା ଥାନା ଅଧିକାରୀ ନବକୃଷ୍ଣ ନାୟକ, ଗଣଦୁଷ୍କର୍ମ ମାମଲାରେ ଆଇଓଥିବା ମହିଳା ଏସଆଇ ଜୟନ୍ତୀ ମଲ୍ଲିକ ଏବଂ ଡୁକୁରା ଫାଣ୍ଡି ଅଧିକାରୀ ନୌସଦ ଅଲ୍ଲୀ ଖାନଙ୍କ ବିରୋଧରେ ନାରାବାଜି ଓ ଗଣବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ୧୩ ବର୍ଷିୟା ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସହଯୋଗୀଙ୍କୁ ତୁରନ୍ତ ଗିରଫ କରାଯିବା ସହ ଉକ୍ତ ମାମଲାରେ ନ୍ୟାୟ ପାଇବା କ୍ଷେତ୍ରରେ ପୁଲିସ ଉପରୁ ଆସ୍ଥା ହରାଇ ବସିଥିବାରୁ ମାମଲାକୁ ସିବିଆଇକୁ ହସ୍ତାନ୍ତର, ପୁଲିସ ମିଥ୍ୟା ଆରୋପ ଲଗାଇ ଜେଲ ପଠାଇଥିବା ପିଡ଼ିତାର ସମ୍ପର୍କୀୟଙ୍କୁ ନିଃସର୍ତ୍ତ ଓ ନିଦେ୍ର୍ଧାଷରେ ଖଲାସ କରାଇବା; ଆଦିବାସୀ ଛାତ୍ର , ଭିନ୍ନକ୍ଷମ, ଗଣମାଧ୍ୟମର ପ୍ରତିନିଧି, ଆଇନଜୀବୀ ପ୍ରମୁଖଙ୍କ ସମେତ ବିଭିନ୍ନ ବ୍ୟକ୍ତିନାମରେ ରୁଜୁ କରାଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରିବା ଆଦି ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଗଣବିକ୍ଷୋଭରେ ଆଇନଜୀବୀ ପ୍ରଭୂଦାନ ମାର୍ଣ୍ଡି, ମା ସାରଳା ସ୍ୱୟଂ ସହାୟିକା ଗୋÂୀର ସଭାପତି କାପୁରା ମୁର୍ମୁ ଓ ସମ୍ପାଦକ ସ୍ୱାର୍ଣ୍ଣ ଭାରତୀ ମୁର୍ମୁ, ଯୁବ ସମାଜସେବୀ ସୁନୀଲ କୁମାର ଟୁଡ଼ୁ, ହରିହର ଟୁଡ଼ୁ, ନିରଞ୍ଜନ ମହାନ୍ତ, ରଞ୍ଜିତ ମୁର୍ମୁ, ପେସା ସଂଯୋଜକ ମଦନ ମୋହନ ଟୁଡ଼ୁ, ସୁକଲାଲ ମୁର୍ମୁ, ଡ଼ମ୍ବରୁଧର ମୁର୍ମୁ ପ୍ରମୁଖ ଯୋଗ ଦେଇ ଖୁଣ୍ଟା ଥାନା ଓ ଡ଼ୁକୁରା ଫାଣ୍ଡି ପୁଲିସ ଏକ ରାଜନୈତିକ ଦଳର ହାତବାରିସୀ ଭାବେ କାର୍ଯ୍ୟ କରୁଥିବାରୁ ଗରୀବ ଆଦିବାସୀ ଆଜି ନ୍ୟାୟ ପାଇବା ନିମନ୍ତେ ସଂଘର୍ଷ ଜାରି ରଖିଛି । ଏଥି ସହିତ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏଦିଗରେ ଗୁରୁତ୍ୱାରୋପ କରାନଯିବା ଅତ୍ୟନ୍ତ ଦୁଃଖଦାୟକବିଷୟ ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିବା ସମୟରେ ସୁନ୍ଦର ସିଂ, ଦାମୋଦର ମାର୍ଣ୍ଡି, ଦଶରଥ ମାଝି, ମନୋଜ କୁମାର ସିଂ, ଚନ୍ଦ୍ର ମୋହନ ସିଂ, ରାମନାଥ ବାସ୍କେ, ସାମାୟ ହେମ୍ବ୍ରମ, ଫୁଲମଣି ସୋରେନ, ନାଗି ବାସ୍କେ, ଶାଙ୍ଖ ଟୁଡ଼ୁ, କାର୍ଜୀ ହେମ୍ବ୍ରମ, ଚାମ୍ପାଇ ହାଁସଦାଃ, ଧାନି ଟୁଡ଼ୁ, ପାର୍ବତୀ ମାର୍ଣ୍ଡି, ସରସ୍ୱତୀ ମୁର୍ମୁ, ସୁମତୀ ମାଝି, ଡୁମୁନୀ ମାର୍ଣ୍ଡି, ମଲ୍ଲୀ ବାସ୍କେ, ମିନୀ ମାର୍ଣ୍ଡି, ବାସିମଣି ମୁର୍ମୁ, ରାନୀ ହେମ୍ବ୍ରମ, ଚମ୍ପା ମାଝି, ପାନ ମାଝି, ଜବା ମାଝି, କାପୁରା ମାଝି, ସଲମା ସୋରେନ, ବାଲେଶ୍ୱରୀ ସୋରେନ ପ୍ରମୁଖ ପ୍ରାୟ ଏକ ହଜାରରୁ ଅଧିକ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ ।