ଗାଇସିଲେଟ/କେଦାର ନାଥ ସାହୁ:ବିଜୁସେତୁ ନିର୍ମାଣରେ ମହାଦୁର୍ନୀତିର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ;ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତରେ । ତାଲପାଲି ପଞ୍ଚାୟତ ଏବଂ ପଦ୍ମପୁର ଉପଖଣ୍ଡସ୍ଥ ଜମଳା ପଞ୍ଚାୟତକୁ ମଝିରେ ଥିବା ଅଙ୍ଗନଦୀ ଗମନାଗମନକୁ ବିଚ୍ଛିନ୍ନ କରୁଥିବାରୁ ୮,୭୯,୮୭,୨୫୬ଟଙ୍କା ବିନିମୟରେ ଉକ୍ତ ନଦୀ ଉପରେ ୨୪୫.୦୪ମିଟର ବିଶିଷ୍ଟ ଲମ୍ବ ଓ ୭.୫୦ମିଟର ପ୍ରସ୍ଥ ବିଶିଷ୍ଟ ଏକ ସେତୁ ନିର୍ମାଣ କରାଯାଇଥିଲା।ଉକ୍ତ କାମଟି ଗତ ତା୨୫.୦୯.୨୦୧୬ରିଖ ରୁ ଆରମ୍ଭ ହୋଇ ତା୨୮.୦୧.୨୦୧୯ରେ ଶେଷ ହୋଇଥିଲା।ହେଲେ ଯଉ ଦୁଃଖ କୁ ସେହି ଦୁଃଖ,ମଉଳି ଯାଇଛି ଅଞ୍ଚଳବାସୀଙ୍କ ଆନନ୍ଦ।
କାମ ଶେଷହବାର ଦୁଇମାସ ହେଇନି ସେତୁର ଉଭୟ ପାର୍ଶ୍ବରେ ସଂଯୋଗ କରୁଥିବା ପିଚୁରାସ୍ତା ଦବିଯାଇ ପ୍ରାୟ ଦୁଇମିଟର ଗଭୀରର ଗର୍ତ ହୋଇଯାଇଛି।ରାସ୍ତା ପାଶ୍ବରେ ଥିବା ସାଇଟୱାଲ ଧସିଯାଇ ଲଗାଯାଇଥିବା ପଥର ତଳକୁ ଖସିଗଲାଣି। ତାୱାରେ ପିଠା ଓଲଟାଇଲାପରି ଉପୁଡିଯାଉଛି ରାସ୍ତାରେ ପଡିଥିବା ପିଚୁର ଲେପ। କାମ ଆରମ୍ଭହେବା ସମୟରେ ନିମ୍ନ ମାନର ମାଟି ପକାଯାଉଛି ବୋଲି ନିକଟରେ ଥିବା ଆଁଇଲାଭଟା ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟର କାହାକୁ ଖାତିରନକରି ଠିକାଦାର କାମକରିଥିବା ଗ୍ରାମବାସୀ ମତଦେଇଛନ୍ତି। ସୂଚନା ଥାଉକି ଜମଲା ଓ ତାଲପାଲି ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ସେତୁର ଜମଲାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଏବଂ ଡିଗ୍ରୀ ମହାବିଦ୍ୟାଳୟ ଥିବାବେଳେ ଏପଟେ ଗାଇସିଲେଟରେ ମଧ୍ୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଡିଗ୍ରୀ ମହାବିଦ୍ୟାଳୟ ରହିଛି, ଯେଉଁ ଶିକ୍ଷା ଅନୁଷ୍ଠାନ ଗୁଡିକୁ ପ୍ରତ୍ୟେକ ଦିନ ଶତାଧିକ ବିଦ୍ୟାର୍ଥି ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯିବା ଆସିବା କରିଥାନ୍ତି। ପୂର୍ବରୁ ସେତୁ ନଥିବାରୁ ଡଙ୍ଗାଦ୍ବାରା ଲୋକେ ଆତଯାତ ହେଉଥିଲେ ହେଲେ ଏବେ ସେତୁ ନିର୍ମାଣ ହୋବାପରେ ଡଙ୍ଗାଘାଟ ଠିକା ବନ୍ଦ ହୋଇଯାଇଛି ଏବଂ ନିମ୍ନମାନର କାମହୋଇଥିବା ଯୋଗୁଁ ଦୀର୍ଘ ଦିନରୁ ଦେଖିଥିବା ଅଞ୍ଚଳବାସୀଙ୍କ ସମସ୍ତ ସ୍ବପ୍ନ ମଉଳି ଯାଇଛି। ତେବେ କାମର ତଦାରଖ କରିଥିବା ଯନ୍ତ୍ରୀଙ୍କୁ ଲୋକର କଣ କରିବେ, ଗେଲ ନା ଛେଚା !!!! ଉକ୍ତ ନିମ୍ନ ମାନର ବିଜୁ ସେତୁ ନିର୍ମାଣକୁ ସରକାର ଦୃଷ୍ଟିରେ ରଖି ସଂପୃକ୍ତ ଥିବା ଠିକାଦାର,ଓ ଯନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ .ଲୋକେ ଦାବି କରିଛନ୍ତି |