ହେଡଲାଇନସ୍:

ବିଶ୍ୱର ୧୭ଟି ଅନନ୍ୟ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ କୋଣାର୍କ ଓ ପୁରୀ ସ୍ଥାନ ନପାଇବା ଦୁର୍ଭାଗ୍ୟଜନକ -ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି

ଭୁବନେଶ୍ୱର, (ଶାସକ ପ୍ରଶାସକ): ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥଧାମ ପୁରୀକୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୭ଟି ଐତିହ୍ୟସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ କରା ନ କରିବା  ଦୁର୍ଭାଗ୍ୟଜନକ ବୋଲିବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀnସମୀର ରଞ୍ଜନ ଦାଶ କହିଛନ୍ତି । ଉ ପରୋକ୍ତ ଦୁଇଟି ସ୍ଥାନକୁ କେନ୍ଦ୍ର ସରକାର ତୁରନ୍ତ ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ଦାବି କରିଛନ୍ତି ।
ମନ୍ତ୍ରୀ ଶ୍ରୀ ଦାଶ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଏକ ପତ୍ର ଲେଖି କେନ୍ଦ୍ର ସରକାରଙ୍କୁ ଅନୁରୂପ ଦାବି କରିବାକୁ ଅନୁରୋଧ  କରିଛନ୍ତି । ଶ୍ରୀ ଦାଶ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରର ବିଜେପିସରକାର ତା'ର ନିର୍ବାଚନ ଇସ୍ତାହାରରେ ଜଗନ୍ନାଥଧାମ  ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ  ଭାବରେ ଉନ୍ନୀତ କରିବାକୁ ପ୍ରତିଶ୍ରୁତି ଦେଇଥିବା  ବେଳେ ତାହା ପୂରଣ ନ କରିବା ଉଚିତ୍ ହୋଇ ନାହିଁ । ଅନନ୍ୟ ସ୍ଥାପତ୍ୟଭରା ପ୍ରସିଦ୍ଧ କୋଣାର୍କ ମନ୍ଦିର ଓଡ଼ିଶାବାସୀଙ୍କ ଭାବାବେଗ ଓ କଳ୍ପନା ସହିତ ସଂଯୋଜିତ ହୋଇ ରହିଛି । ଏହି  ପରିେ ପ୍ରକ୍ଷୀରେ ପୁରୀ ଓ କେଣାର୍କକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ପୀଠର ମାନ୍ୟତା ଦେବା  ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ଦାବି କରିଛନ୍ତି   ।

0
0
0
s2sdefault