ହେଡଲାଇନସ୍:

ହଳଦୀକୁଦର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ - ଲହୁଣୀପଡା ପଞ୍ଚାୟତ ସମିତି ଅନ୍ତର୍ଗତ ହଲଦିକୁଦର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ  ଶନିବାର ସମ୍ପାଦକ ଶ୍ରୀ ଯୁଗଳ କିଶୋର ମହାନ୍ତ ଙ୍କ ତତ୍ତ୍ୱାବଧାନରେ  ବନ ମହୋତ୍ସବ ଅନୁଷ୍ଠିତ ହୋଇଛି |
ଶ୍ରୀ କୈଳାସ ଚନ୍ଦ୍ର କିଷାନ (ବନପାଳ କୁଳିପୋଷ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଶ୍ରୀ ପ୍ରବଧ କୁମାର ସାମଲ, ଶ୍ରୀ ଗୁରୁଚରଣ ନାଏକ ପ୍ରମୁଖ ରହି ଛାତ୍ର ଛାତ୍ରୀ ଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସକ୍ଷହିତ କରିଥିଲେ | ଏଥିରେ ବନପାଳ ଶ୍ରୀ କୈଳାସ ଚନ୍ଦ୍ର କିଷାନ ବନ ମହୋତ୍ସବ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଇ ଥିଲେ | ଏହି ଅବସରରେ ବିଦ୍ୟାଳୟ ପରିସରରେ ନିମ୍ବ, ଅଂଳା, ଶାଗୁଆନ ଆଦି ବିଭିନ୍ନ ପ୍ରଜାତିର ଶହେରୁ ଅଧିକ ଗଛ ଲଗା ଯାଇଥିଲା | କାର୍ଯ୍ୟକ୍ରମ କୁ ଶିଶୁ ମନ୍ଦିର ର ଗୁରୁଜୀ ଶ୍ରୀ କିଶୋର ଚନ୍ଦ୍ର ବାରିକ, ଶ୍ରୀ ତୁଳାକାନ୍ତ ନାଏକ ଗୁରୁମା ସରସ୍ବତୀ , ସୁନିତା, ଅଞ୍ଜନା, ରୀତାଞ୍ଜଳି, ରେବତୀ, ସୁରେଖା, ଶାନ୍ତି ଓ ବନ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ |

0
0
0
s2sdefault