ବାରିପଦା(ଦିଲ୍ଲୀପ ମହାନ୍ତି )- ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନବେଦୀରୁ ଘୋଷ ଯାତ୍ରାରେ ବାହରି ନିଜର ଜନ୍ମ ବେଦୀ ମାଉସୀ ମାଙ୍କ ଘରେ ଅବସ୍ଥାନ କରୁଛନ୍ତି । ଏହି ସମୟରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଦଶ ଅବତାର ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ସମୟରେ ଜୁଲାଇ ୭ ରବିବାର ମହାପ୍ରଭୂ ମତ୍ସ୍ୟ ଓ କଚ୍ଛପ ବେଶ ଧାରଣ କରିଛନ୍ତି । ପ୍ରଳୟ ସମୟରେ ଶଙ୍ଖାସୁର ନାମକ ଏକ ଅସୁର ବ୍ରହ୍ମଦେବଙ୍କ ବେଦକୁ ଚୋରାଇ ନେଇ ସମୂଦ୍ର ତଳେ ଏକ ଗୁମ୍ଫା ମଧ୍ୟରେ ଲୁଚି ରହିଥିଲା । ଭଗବାନ ବିଷ୍ଣୁ ବେଦକୁ ଉଦ୍ଧାର ନିମନ୍ତେ ମିନ ରୂପ ଧାରଣ କରି ଶଙ୍ଖାସୁର ବଧ କରିବା ପରେ ବେଦ ଉଦ୍ଧାର କରିଥିଲେ । ସେହିପରି ଦେବତା ଓ ଅସୁରମାନେ ମିଶି ସମୂଦ୍ର ମନ୍ଥନ କରିଥିଲେ । ଏହି ସମୟରେ ମନ୍ଦରା ପର୍ବତକୁ ଅଖ ଭାବରେ ସମୂଦ୍ର ମଧ୍ୟରେ ପକାଇବାରୁ ତାହା ସମୂଦ୍ର ପାଣିରେ ବୁଡ଼ି ଯାଇଥିଲା । ଦେବତା ଓ ଅସୁରମାନେ କିଂ କର୍ତବ୍ୟ ବିମୂଢ଼ ଅବସ୍ଥାରେ ରହିଥିବା ବେଳେ ଭଗବାନ ବିଷ୍ଣୁ କୃମ ରୂପ ଧାରଣ କରି ସମୂଦ୍ର ତଳେ ରହି ନିଜ ପିଠି ଉପରେ ମନ୍ଦରା ପର୍ବତକୁ ଟେକି ରଖି ଥିବାରୁ ସମୂଦ୍ର ମନ୍ଥନ ସମ୍ଭବ ହୋଇପାରିଥିଲ ।
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ର୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କର ରଥ ଯାତ୍ରା କାର୍ଯ୍ୟର ନିର୍ଘଣ୍ଟ ଅନୁସାରେତ୍ତମାଉସୀମାଙ୍କ ମନ୍ଦିରରେ ସନ୍ଧ୍ୟା ୭ଟାରୁ ରାତ୍ରି ୧୧ଟା ମଧ୍ୟରେ ମହାପ୍ରଭୂମାନେ ଏହି ମତ୍ସ୍ୟକଚ୍ଛପ ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ଓ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ମଧ୍ୟ ଉକ୍ତ ବେଶକୁ ଦର୍ଶନ ପୂର୍ବକ ଆତ୍ମବିଭୋର ହୋଇପଡ଼ିଥିବାର ଦେଖିବାକୁ ମିଳିଛି ।
ରାଜ୍ୟ
ମହାପ୍ରଭୂଙ୍କ ମତ୍ସ୍ୟକଚ୍ଛପ ବେଶକୁ ଦର୍ଶନ କଲେ ହଜାର ହଜାର ଭକ୍ତ
- Hits: 401