ହେଡଲାଇନସ୍:

ଉଦାସୀନ ଓଡଗାଁ ଏନଏସି କର୍ତ୍ତୃପକ୍ଷ, ଚିନ୍ତାରେ ଜନସାଧାରଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସବୁ ଜାଗାରେ କୁଢ଼ କୁଢ଼ ଅଳିଆ, ଘଟିପାରେ କିଛି ବି ଅଘଟଣ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  : ଓଡଗାଁ ବିଜ୍ଞାପିତ ଅଂଚଳ ପରିଷଦ ଗଠନହେବା ୨ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବର୍ତମାନ ସୁଧା ଆବର୍ଜନା ମୁକ୍ତ ହୋଇ ପାରିଲା ନାହିଁ  ଓଡଗାଁ ଏନଏସି । ସଫେଇ କର୍ମଚାରୀ ଓ ଠିକା ସଂସ୍ଥା ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ  ପୂର୍ବରୁ ବହୁବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ  ହୋଇଥିବା ବେଳେ ଗତ ୨୯ ତାରିଖ ଠାରୁ ସଫେଇ କର୍ମଚାରୀମାନେ ପୁନର୍ବାର କାର୍ଯ୍ୟବନ୍ଦ କରିବାରୁ ଓଡଗାଁ ସହର ହୋଇଛି ଅଳିଆ ଗଦାରେ ପରିପୁର୍ଣ୍ଣ । ତା ସାଙ୍ଗକୁ  ଲଘୁଚାପ ବର୍ଷାରେ ଅଳିଆ ଆବର୍ଜନା ଗୁଡିକ ଭିଜି ପଚିସଢି ପରିବେଷ କରିଛି ଅଧିକ ପ୍ରଦ୍ୟୁଷିତ । ମନ୍ଦିର, ଶିକ୍ଷାନୁଷ୍ଠାନ  ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଅଳିଆଗଦା ଗୁଡିକରୁ ନାନାଦି ପୋକଜୋକ  ସୃଷ୍ଟି ହୋଇ ବୁଲିବା ଆରମ୍ଭ କଲେଣି । କେତେକ ସ୍ଥାନରେ  ନିଳ ମାଛିଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହେଲାଣି । ନିଜ ଉଦ୍ୟମରେ ସଫେଇ କଲେ କାର୍ଯ୍ୟ ବନ୍ଦ କରିଥିବା ସଫେଇ କର୍ମଚାରୀମାନେ ବିରୋଧ କରୁଥିବା କାରଣରୁ ଓଡଗାଁ ଥାନରେ ଅଭିଯୋଗ ହୋଇଥିବା ଜଣାଯାଇଛି । ବୃଦ୍ଧିପାଉଥିବା ଏହି ସମସ୍ୟାର ଖୁବଶିଘ୍ର ସମାଧାନ ନହେଲେ ଭବିଷ୍ୟତରେ କୈାଣସି ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଓଡଗାଁ ପାର୍କ ଠାରୁ ଆରମ୍ଭ କରି ସହରର ଅନ୍ୟ ପ୍ରମୁଖ ସ୍ଥାନମାନଙ୍କରେ ବିକ୍ରି ହେଉଥିବା ଚଟପଟି ଖାଦ୍ୟ ସାମଗ୍ରୀ ସ୍ଥାନଗୁଡିକ ଅଧିକ ପ୍ରଦୁଷିତ ଅଂଚଳ ହୋଇଛି । କାରଣ ବୁଲା କୁକୁରମାନେ ଖାଦ୍ୟ ଅନ୍ୱେଷଣରେ ଗୋଡରେ ଫୋପାଡି ଖାଦ୍ୟ ଖୋଜିବା ସହିତ ମଳତ୍ୟାଗ କରିଥାନ୍ତି । ଅନ୍ୟପକ୍ଷରେ ବିଭିନ୍ନ ୱାର୍ଡର ସାହି ଲୋକମାନେ ଘରର ଅଳିଆକୁ ରାସ୍ତାକଡରେ ଜମା କରିବା ୮ଦିନ ହୋଇଗଲାଣି । ଏପରିସ୍ଥଳେ ପରସ୍ଥିତି ଅଣାୟତ୍ତ ହୋଇ ଉଠିଛି । ସଫେଇ କର୍ମଚାରୀଙ୍କ ଦାବି ପୁରଣ ଅଥବା ଏହାର କୈାଣସି ବିକଳ୍ପ ବ୍ୟବସ୍ଥା ତୁରନ୍ତ ଗ୍ରହଣ କରାନଗଲେ ଆଗକୁ ଅଣାୟତ୍ତ  ହୋଇପଡିବ ଏଥିରେ ସନ୍ଦେହ ନାହିିଁ ।

0
0
0
s2sdefault