୨୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ ରଥ ଟାଣି ନେଲେ ଦିବ୍ୟ ଅନୁଭବ
ରାୟଗଡା (ସରୋଜ ସାହୁ) –ଶ୍ରଦ୍ଧାଳୁ ଭକ୍ତଙ୍କ ଅପୂର୍ବ ଶ୍ରଦ୍ଧା ଭିତରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡାରେ ପାଳିତ ହୋଇଯାଇଛି ପବିତ୍ର ଘୋଷଯାତ୍ରା । ଧାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ସକାଳ ୫ଟାରେ ମଙ୍ଗଳ ଆଳତୀ, ତଡପ ଲାଗି ଓ ଗୋପାଳ ବଲ୍ଲଭ ନୀତି ଶେଷ ହେବ ପରେ ସକାଳ ୭ଟାରେ ଶ୍ରୀଜୀଉଙ୍କ ପାଖରେ ଲାଗି ହୋଇଥିଲା ଖେଚୁଡି | ଏହାପରେ ବେଶ ନୀତି ସମ୍ପନ୍ନ ହେବ ପରେ ସକାଳ ୧୦ଟା ପରେ ଧାଡି ପହଣ୍ଡିରେ ଆସିଥିଲେ ଚତୁର୍ଦ୍ଧା ମୂର୍ତ୍ତି । ପ୍ରଥମେ ସୁଦର୍ଶନଙ୍କୁ ରଥାରୂଢ କରାଯିବା ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ରଥାରୂଢ କରାଯାଇଥିଲା । ଶେଷର ଜଗତର ନାଥ ଜଗନ୍ନାଥଙ୍କୁ ରଥାରୂଢ କରାଯାଇଥିଲା । ଅହରାହ୍ନ ୩.୩୦ ମିନିଟ୍୍ରେ ଆରମ୍ଭ ହୋଇଥିଲା ଛେରା ପହଁରା । ରାଜ ପୁରୋହିତ ବାଲୁଙ୍କେଶ୍ୱର ଦାସ ଛେରା ପହଁରା କରିଥିଲା । ୪.୧୫ ମିନିଟ୍ ସମୟରେ ହଜାର ହଜାର ହଜାର ଭକ୍ତଙ୍କ ଗହଣରେ ରଥ ଟଣା ଆରମ୍ଭ ହୋଇଥିଲା । ପ୍ରାୟ ୨୦ ହଜାରରୁ ଉଦ୍ଧ୍ୱର୍ ଭକ୍ତ ତିନି ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିଥିଲା । ରାୟଗଡା ପୁରୁଣା ଥାନା ନିକଟିରେ ମାଉସୀ ମା ମନ୍ଦିରରୁ ଛେନା ଭୋଗ ହେବା ପରେ ପୁଣି ଥରେ ରଥଟଣା ହୋଇଥିଲା । ଏହି ଥର ମଧ୍ୟ ମହିଳା ଭକ୍ତ ମନ୍ଦିର ଠାରୁ ଗୁଣ୍ଡିଚା ପର୍ଯ୍ୟନ୍ତ ରଥ ଟାଣି ଟାଣି ନେଇଥିଲେ । ସନ୍ଧ୍ୟା ୬.୧୫ ମିନିଟ୍ ସମୟରେ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା । ରଥରେ ତିନି ଠାକୁରଙ୍କ ସହ ସୁଦର୍ଶନଙ୍କୁ ସନ୍ଧ୍ୟା ଆଳତୀ କରିବା ପରେ ରାତ୍ର ୧୧ଟା ସମୟରେ ଠାକୁରଙ୍କୁ ଗୁଣ୍ଡିଚା ଭିତରକୁ ଧାଡି ପହଣ୍ଡି କରି ବିଜେ କରାଯାଇଥିଲା । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାଲ ସୁନିଲ ଖରା, ଅତିରିକ୍ତ ଏସ.ପି ଭି.ଆର ରାଓ, ଏସଡିପିଓ ତପନ କୁମାର ରଥ, ଜିଲ୍ଲା ସୂଚନା ଏବଂ ଲୋକସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ରଥ ଟଣା ସମୟରେ ଉପସ୍ଥିତ ଥିଲେ । ସେହିପରି ମନ୍ଦିର ପରିଚାଳନା କମିଟି ତରଫରୁ ନିରଂଜନ ବକ୍ସିପାତ୍ର, ସୁନିଲ କୁମାର ପଣ୍ଡା, ପ୍ରଶାନ୍ତ ତ୍ରିପାଠୀ, ରଂଜନ ରଥ, ସତ୍ୟ ନାରାୟଣ ପାଢୀ, ଅଜୟ ରଥଙ୍କ ସହ ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହ ସହଯୋଗ କରିଥିଲେ । ରଥ ଟଣା ସମୟରେ ଧାରା ବିବରଣୀ ପ୍ରଦାନ କରିଥିଲେ କବିଭାରତୀ ବାସୁଦେବ ପାତ୍ର, ଡ. କୁମୁଦ ଚନ୍ଦ୍ର ମିଶ୍ର, ଦୁଷ୍ମନ୍ତ କୁମାର ମହାନ୍ତି ପ୍ରମୁଖ । ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ସହ ବ୍ୟାପକ ପୁଲିସ କର୍ମଚାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ନିୟୋଜିତ ହୋଇଥିଲା ।