ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ଶିକ୍ଷକ ଓ ଅବିଭାବକ ଙ୍କ ଏକଦିବସୀୟ ଦିଶାନିର୍ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ହାରାଧନ ବେରିଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ କୁ ବ୍ଲକ ସହଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ବାଘହାଣ୍ଡି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୁକୁନ୍ଦ ରଥ,ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ସାମଗ୍ରିକ ଉନ୍ନତି ପାଇଁ ପିତାମାତା ଓ ଅବିଭାବକ ଙ୍କ ଭୂମିକା,ବିଭିନ୍ନ ସରକାରୀ ଯୋଜନା ର ଉପଲବ୍ଧତା,ପ୍ରଶସ୍ଥ ମୋବାଇଲ ଆପ ର ବ୍ୟବହାର, ଅନ୍ତର୍ଭୁକ୍ତିକରଣ ଶିକ୍ଷା ବିଷୟରେ ଆଲୋକପାତ କରିଥିଲେ l ଗଜବନ୍ଧ,ବାଙ୍କୀପାଲି, ସମଲେଇଚୁଆଁ କ୍ଲଷ୍ଟର ର ପ୍ରାୟ 40 ଜଣ ଶିକ୍ଷକଶିକ୍ଷୟିତ୍ରୀ ଓ ଅବିଭାବକ ଅଂଶଗ୍ରହଣ କରିଥିଲେ l ଆଇଇଭି ଲୋଚନ ସାହୁ,ହିମାଂଶୁଶେଖର ସାହୁ,ଶିକ୍ଷକ ଧ୍ରୁବଚରଣ ପଣ୍ଡା,ପିତାମ୍ବର ଶିଖା, ଦିବାକର ବଢ଼େଇ,ସଞ୍ଜୟ ଭୋଇ, ପ୍ରଶାନ୍ତଜ୍ୟୋତି ପ୍ରଧାନ, ବିକାଶ ଭରାସାଗର,ଦିନେଶ ନାଏକ,ଶିକ୍ଷୟିତ୍ରୀ ବନିତା ବେହେରା,ଲଳିତା ଭୁଏ,ବର୍ଷାରାଣୀ ମଲ୍ଲିକ, ସରୋଜିନୀ ମହାନନ୍ଦ, ହାରାଧନ ରଣା,ଗୋବିନ୍ଦ ସାହୁ ସହଯୋଗ କରିଥିଲେ l ଶେଷରେ ସ୍ଥାନୀୟ ସିଆରସିସି ନରେନ୍ଦ୍ରକୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷକଶିକ୍ଷୟିତ୍ରୀ ଓ ଅବିଭାବକ ଦିଶାନିର୍ଦେଶ କାର୍ଯ୍ୟକ୍ରମ
- Hits: 28