ରାୟଗଡା (ସରୋଜ ସାହୁ) – ପବିତ୍ର ଘୋଷ ଯାତ୍ରା ଅବସରରେ ରାୟଗଡା ସହରସ୍ଥିତ ସିଆରପିଏଫର ୪ର୍ଥ ବାଟାଲିୟନ ଠାରେ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି ଶ୍ରୀଜୀଉଙ୍କ ଘୋଷଯାତ୍ରା । ସକାଳୁ ସକାଳୁ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ପହଣ୍ଡି ବିଜେ କରି ଠାକୁରଙ୍କୁ ରଥାରୂଢ କରାଯାଇଥିଲା । କମାଣ୍ଡେଟ ୱାଇ.କେ.ରାଜପୁତ ଛେରା ପହଁରା କରିବା ପରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମଧ୍ୟ ଉପସ୍ଥିତ ରହି ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ । କ୍ୟାମ୍ପ ପରିସରରୁ ତିନି ଠାକୁରଙ୍କ ରଥ ବାହାରି ସହରର ତେଜସ୍ୱ ହୋଟଲେ ଛକ ପର୍ଯ୍ୟନ୍ତ ଯାଇଥିଲା । ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣା ବିବେକ ଏମ ମଧ୍ୟ ଉପସ୍ଥିତ ରହି ରଥଟଣା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା । ଇନ୍ଦିରା ନଗର, ଗାନ୍ଧୀ ନଗରର ବାସନ୍ଦି ରଥଟଣା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା । ୯ ଦିନ ଧରି ତିନି ଠାକୁର କ୍ୟାମ୍ପ ପରିସରରେ ଥିବା ମାଉସୀ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଦେବେ । ସିଆରପିଏଫର ଲୋକସଂପର୍କ ଅଧିକାରୀ ସରୋଜ କୁମାର ମହାନ୍ତି ଏବଂ ସୁରେଶ ପଣ୍ଡା ଏହି ଘୋଷ ଯାତ୍ରା କାର୍ଯ୍ୟକ୍ରମକୁପରିଚାଳନା କରିଥିଲେ ।
ରାଜ୍ୟ
ସିଆରପିଏଫ ୪ର୍ଥ ବାଟାଲିୟନ କ୍ୟାମ୍ପ ପାଳିତ ହେଲା ରଥ ଯାତ୍ରା
- Hits: 363