ଆସାମ ଓ ଉତର-ପୂର୍ବ ହେବ ହାଇଡ୍ରୋକାର୍ବନ ଶିଳ୍ପରେ ଅଗ୍ରଣୀ- ଧର୍ମେନ୍ଦ୍ର ପ୍ରଧାନ
ବିଭିନ୍ନ ତୈଳ ଏବଂ ଗ୍ୟାସ ପ୍ରକଳ୍ପର କଲେ ସମୀକ୍ଷା
ପ୍ରଧାନମବୀ ଉଜ୍ଜଳା ଯୋଜନା ଆସାମର ମହିଳାଙ୍କ ଜୀବନଶୈଳିକୁ ସହଜ କରିଛି
ଆାସାମରେ ତୈଳ ଏବଂ ଗ୍ୟାସର ଭିତିଭୂମିର ବିକାଶ ଓ ନିଯୁକ୍ତି ସୁଯୋଗ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦିଆଯିବ ପୂର୍ଣ୍ଣ ସମର୍ଥନ
ନୂଆଦିଲ୍ଲୀ/ଭୁବନେଶ୍ୱର– କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲଙ୍କ ସହ ଆସାମ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଆସାମ ରାଜ୍ୟର ବିକାଶ ପାଇଁ ସେଠାକାର ହାଇଡ୍ରୋକାର୍ବନ କ୍ଷମତାର ଲାଭ ଉଠାଇବା ଏବଂ ଭାରତର ଶକ୍ତି ଆଧାରିତ ଅର୍ଥବ୍ୟବସ୍ଥାକୁ ଆଗକୁ ନେବା ପାଇଁ ଉତର-ପୂର୍ବକୁ ହାଇଡ୍ରୋକାର୍ବନର ଅଗ୍ରଣୀ ଅଂଚଳ ଭାବେ ଗଢିତୋଳିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଏହା ବ୍ୟତିତ ଶ୍ରୀ ପ୍ରଧାନ ଆସାମର ବିଭିନ୍ନ ତୈଳ ଏବଂ ଗ୍ୟାସ ପ୍ରକଳ୍ପର ପ୍ରଗତି ତଥା ନୁମଲିଗର୍ଗରେ ହେବାକୁ ଥିବା ବାୟୋରିଫାଇନାରୀ, ନୁମଲାଗଡ ବାୟୋରିଫାଇନାରୀ ଏବଂ ବରୌଣୀ-ଗୌହ୍ୱାଟି ଗ୍ୟାସ ପାଇପଲାଇନର ବିସ୍ତାର ଉପରେ ସମୀକ୍ଷା କରିଥିଲେ ।
ପ୍ରଧାନମବୀ ଉଜ୍ଜଳା ଯୋଜନା ଆସାମର ମହିଳାଙ୍କ ଜୀବନଶୈଳିକୁ ସହଜ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେଠାରେ ଏଲପିଜି ବ୍ୟବହାରୀଙ୍କ ସଂଖ୍ୟା ୮୦ ପ୍ରତିଶତକୁ ବୃଦ୍ଧି ପାଇଛି । ଆସାମ ରାଜ୍ୟର ମୋଟ ୭୩ ଲକ୍ଷ ଘର ମଧ୍ୟରୁ ୬୪ ଲକ୍ଷ ଘରେ ଏଲପିଜି ସଂଯୋଗ ହୋଇଛି । ଏହାକୁ ୧୦୦ ପ୍ରତିଶତ କରିବା ପାଇଁ ଦ୍ରୁତ ଗତିରେ କାମ ଚାଲୁଥିବା ଶ୍ରୀ ପ୍ରଧାନ କହିଛନ୍ତି ।
ସେହିପରି ଆସାମରେ ତୈଳ ଏବଂ ଗ୍ୟାସର ଭିତିଭୂମିର ବିକାଶ କରିବା ଏବଂ ଆସାମର ଲୋକଙ୍କୁ ଏଥିରେ ଯୋଡିବା ଏବଂ ଉତର-ପୂର୍ବ ଅଂଚଳରେ ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଶ୍ରୀ ପ୍ରଧାନ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସରବାନନ୍ଦ ସୋନୱାଲଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।