ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳହିତୈଷିଣୀ ସମାଜ ର ସଭାକକ୍ଷ ଠାରେ ପାରଳାଖେମୁଣ୍ଡି ମାଟିର ତାଳଜୟୀ ତଥା ରୀତିଯୁଗୀୟ ଶ୍ରେଷ୍ଠ କବି କଳହଂସ ବସନ୍ତ କୋକିଳ ଭକ୍ତ କବି ଗୋପାଳକୃଷ୍ଣଙ୍କ ୨୩୬ତମ ଜୟନ୍ତୀ ଉତ୍ସବ ଗୋପାଳକୃଷ୍ଣ ସ୍ମୃତି କଳା ପରିଷଦ ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ହରିମୋହନଙ୍କ ସଭାପତିତ୍ୱରେ ଗୌରଚନ୍ଦ୍ର ପଣ୍ଡା ଉଦ୍ଘାଟକ ଭାବେ ଯୋଗଦେଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଯୁକ୍ତ୩ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର ମୁଖ୍ୟ ବକ୍ତା,ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ମଞ୍ଚାସୀନ କରିଥିଲେ । ଭାରତ ବର୍ଷରେ ଓଡିଶାରାଜ୍ୟ ପାରଳା ମାଟିରେ କବି ସାହିତ୍ୟିକ , ପ୍ରାବନ୍ଧିକ, ଗାଳ୍ପିକ ତଥା ଶିକ୍ଷା ସଂସ୍କୃତି, ତ୍ୟାଗ , ନିଷ୍ଠାର ବ୍ୟକ୍ତି ବିଶେଷଙ୍କ ଅବଦାନ ଯଥେଷ୍ଟ ରହିଛି ।
ରୀତି ଯୁଗର ଶ୍ରେଷ୍ଠ କବି ଗୋପାଳକୃଷ୍ଣ ଥିଲେ ଜଣେ ଯୋଗଜନ୍ମା ବରପୁତ୍ର , କିମ୍ୱଦନ୍ତୀ ପୁରୁଷ । ତାଙ୍କର ରାଧକୃଷ୍ଣ ପ୍ରେମ ରସର ସାଂଗିକତା ଯାଦୁ କରି ଆଜି ମଧ୍ୟ ଓଡିଶାର ପାଣି, ପବନ, ପୁରପଲ୍ଲୀ ଠାରୁ ଆରମ୍ଭ କରି ଜନମାନସକୁ ବହୁଳ ଭାବରେ ପୁଲକିତ , ପ୍ରଭବିତ ଏବଂ ଉଜ୍ୱିବୀତ ରହିଛି । ସର୍ବ ପୁରାତନ ଗୋପାଳ କୃଷ୍ଣ ପାଠାଗାରର ପୁନରୁଦ୍ଧାର ଏବଂ କବିଙ୍କର ପୁର୍ଣ୍ଣବୟାବ ମୂର୍ତ୍ତିଟିଏ ଏ ମାଟି ପାଇଁ ଜରୁରୀବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ । ବାଲିଖାନା କମଳାଙ୍ଗୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଆଶାଲତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନୀ ସଙ୍ଗୀତକୁ ଗୁରୁ କୈଳାସ ପଟ୍ଟନାୟକ କରିଥିବା ବେଳେ ସ୍ୱାଗତ ସମ୍ଭାଷଣ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଓ ଅତିଥିପରିଚୟ ପ୍ରଦାନ କରିଥିଲେ ପୂର୍ଣ୍ଣଚନ୍ଦ୍ର ରଥ । ସମସ୍ତ କାର୍ଯ୍ୟକ୍ରମକୁ ବ୍ରଜନନ୍ଦ ପଟ୍ଟନାୟକ , ନିତ୍ୟାନନ୍ଦ ଚୌଧୁରୀ, ଭୁବନେଶ୍ୱର ପଟ୍ଟନାୟକ,ବଟକୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିଲେ ।