ହେଡଲାଇନସ୍:

କଥା ରଖିଲେ ଅରୁଣ, କଲେ ଖୋଲା ଦରବାର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ନୟାଗଡ଼ (ବିଶ୍ୱଜିତ ନାୟକ): ବିଧାୟକ ଭାବେ ନିର୍ବାଚିତ ହେବା ପରେ କୃତଜ୍ଞତା ଜଣାଇବା ପାଇଁ ନିର୍ବାଚନମଣ୍ଡଳୀ ଗସ୍ତ କଲାବେଳେ କଥା ଦେଇଥିଲେ ଲୋକଙ୍କ ଅଧିକ ନିକଟତର ହେବେ । ଲୋକଙ୍କ ପାଖକୁ ଆସି ଦୁଃଖ ଶୁଣିବେ, ଅସୁବିଧା ସୁବିଧା ବୁଝି ସମାଧାନ କରିବେ । ନିବୁଜ  କୋଠରୀରେ ନୁହେଁ ଓପନ ରେ ହେବ ଲୋକଙ୍କ ପାଇଁ ଜନଶୁଣାଣୀ ।

ଆଉ ସେଇଆ କଲେ । କଥାରଖି ରାଜରାସ୍ତା କଡରେ ଖୋଲିଲେ ଶୁଣାଣି ଦରବାର । ରାଜରାସ୍ତାକଡ଼ ପାଲଟିଥିଲା ବିଧାୟକଙ୍କ କାର୍ଯ୍ୟାଳୟ I ରବିବାର ସକାଳ ୮ଟା ସମୟରେ ନୟାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କକୃଷି, ମତ୍ସ୍ୟ, ପଶୁ ସଁମ୍ପଦ ଓ ଉଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ନୟାଗଡ ପୁରୁଣା ବସଷ୍ଟାଣ୍ଡ ଠାରେ ନୟାଗଡ ବ୍ଲକ ଓ ପୌରପରିଷଦବାସୀଙ୍କୁ ନେଇ ଜନଶୁଣାଣୀ କରିଥିଲେ I ଏଥିରେ ଶତାଧିକ ଜନତା ସେମାନଙ୍କର ଦୁଃଖ ମନ୍ତ୍ରୀଙ୍କୁ ଜଣାଇଥିଲେ I ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସୁଖ ଦୁଃଖରେ ସହଭାଗୀଦାର ହୋଇ ଓ ନିକଟରୁ ନିକଟତର ହେବାପାଇଁ ଏହା ମନ୍ତ୍ରୀଙ୍କ ଏକ ଅଭିନୟ ପ୍ରୟାସ I ଆଗକୁ ମଧ୍ୟ ମନ୍ତ୍ରୀ ଅନେକ ସ୍ଥାନରେ ଏପରି ଜନଶୁଣାଣୀ କରିବେ ବୋଲି ସୂଚନା ଦେଇଥିଲେ I ଆଗକୁ ଦେଖିବାର ଅଛି ଜନସାଧାରଣଙ୍କ ଅଭିଯୋଗକୁ କିପରି ମନ୍ତ୍ରୀ ସମାଧାନ କରୁଛନ୍ତି I

0
0
0
s2sdefault