ହେଡଲାଇନସ୍:

ବଦଳିଲେ ରଶ୍ମିତା, ଆସିଲେ ପବନ କଲ୍ୟାଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :  ବଦଳିଛନ୍ତି ବିବାଦୀୟ ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡା | ତାଙ୍କୁ ନିୟୋଜନ ନିର୍ଦ୍ଦେଶକ ତଥା ଓଦିଶା ଦକ୍ଷତା ବିକାଶ ସିଇଓ ଭାବେ ବଦଳି କରାଯାଇଛି |  ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ସିଇଓ ପାଟିଲ ରାଜେଶ ପ୍ରଭାକରଙ୍କୁ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପର ନିର୍ଦ୍ଦେଶକ  ଭାବେ ନିଯୁକ୍ତି ଦିଆ ଯାଇଛି | ଆଇଏସ ଅଫିସର ରୂପା  ମିଶ୍ରଙ୍କୁ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପର ନିର୍ଦ୍ଦେଶକ ଭାବେ ଦିଆଯାଇଥିବା ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି |
ସେହିପରି  ଢେଙ୍କାନାଳ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସୁନ୍ଦରଗଡ଼ର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲାପାଳ, ଗୃହ ବିଭାଗର ଯୁଗ୍ମ ସଚିବ ମନିଷା ବାନାର୍ଜୀଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।
ସୂଚନାଯୋଗ୍ୟ ଯେ,  ସରକାରୀ ଅର୍ଥର ମନଇଛା ଖର୍ଚ ପାଇଁ ଏବେ ଚର୍ଚାକୁ ଆସିଥିଲେ  ସୁନ୍ଦରଗଡର  ବିଦାୟୀ ଜିଲ୍ଲାପାଳ ରଶ୍ମିତା ପଣ୍ଡା  I ସରକାରୀ ବାସଭବନ ର ମରାମତି ପାଇଁ ଲକ୍ଷାଧିକ ଟଙ୍କାର ଖର୍ଚ ସମସ୍ତଙ୍କୁ ଚକିତ କରିଦେଇଛି I ତଥ୍ୟ ସାମ୍ନାକୁ ଆସିବା ପରେ ପୁରା ଘଟଣାରେ ତତକାଳୀନ ଆରଡିଏ ଉପାଧ୍ୟକ୍ଷ ତଥା  ସୁନ୍ଦରଗଡ ବିଦାୟୀ ଜିଲ୍ଲାପାଳ | ତେବେ ତଥ୍ୟ ରେ କେବଳ ସରକାରୀ ବାସଭବନର ମଶା ଙ୍କ ପ୍ରତିରୋଧ ପାଇଁ ୪ ଲକ୍ଷ, ୪ ହଜାର ୪୭୧ ଟଙ୍କା ଖର୍ଚ୍ଚ ହେଇଛି I ଏହାବାଦ ଜଳ ଯୋଗାଣ ପାଇଁ ୪ ଲକ୍ଷ, ଡାଇନିଂ ରୁମ୍ ସାଜସଜା ପାଇଁ ୪,ପାଚେରୀର ମରାମତି ପାଇଁ ୮ ଲକ୍ଷ ,ଏହିଭଳି ଭାବରେ ସର୍ବମୋଟ ଭାବରେ 6ମାସ ମଧ୍ୟରେ ୬୮ ଲକ୍ଷ ୫୭ ହଜାର ୯୫୦ ଟଙ୍କାଖର୍ଚ କରିଛନ୍ତି ବର୍ତମାନର ଜିଲ୍ଲାପାଳ ତଥା ସେତେବେଳ ର ଆରଡିଏ ଉପାଧ୍ୟକ୍ଷ I ତେବେ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଜିଲ୍ଲପାଳ I  । ଆଉ ସୂଚନା ଅଧିକାର ଆଇନରୁ  ସ୍ପଷ୍ଟ ଜଣାପଡୁଛି ଯେ, ସମସ୍ତ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ନିଜର ଅୟସ ଆରାମ ପାଇଁ ସରକାରୀ ଟଙ୍କାକୁ ମନ ଇଚ୍ଛା ଖର୍ଚ୍ଚ କରିଛନ୍ତି ରଶ୍ମିତା । ତେଣୁ ଏହାର ତଦନ୍ତ କରାଯିବା ନେଇ ଦାବି ଜୋର ଧରିଛି । ଜିଲ୍ଲାପାଳ ହେବା ପୂର୍ବରୁ ଆରଡିଏ ବା ରାଉରକେଲା ଉନ୍ନୟନ କର୍ତୃପକ୍ଷର ଉପାଧ୍ୟକ୍ଷ ଥିଲେ ବର୍ତମାନର ଜିଲ୍ଲାପାଳ ରଶ୍ମିତା ପଣ୍ଡା I ତେବେ ସେତେବେଳେ ସେ ରହୁଥିବା ସରକାରୀ କ୍ୱାର୍ଟର ର ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ କରାଇଥିଲେ | ତଥ୍ୟ ଅନୁଯାଇ କେବଳ ସରକାରୀ ବାସଭବନ ର ମଶା ଙ୍କ ପ୍ରତିରୋଧ ପାଇଁ ୪ ଲକ୍ଷ, ୪ ହଜାର ୪୭୧ ଟଙ୍କା ଖର୍ଚ୍ଚ ହେଇଛି I ଏହାବାଦ ଜଳ ଯୋଗାଣ ପାଇଁ ୪ ଲକ୍ଷ, ଡାଇନିଂ ରୁମ୍ ସାଜସଜା ପାଇଁ ୪,ପାଚେରୀର ମରାମତି ପାଇଁ ୮ ଲକ୍ଷ ,ଏହିଭଳି ଭାବରେ ସର୍ବମୋଟ ଭାବରେ 6ମାସ ମଧ୍ୟରେ ୬୮ ଲକ୍ଷ ୫୭ ହଜାର ୯୫୦ ଟଙ୍କାଖର୍ଚ କରି ଥିଲେ ବର୍ତମାନର ଜିଲ୍ଲାପାଳ ତଥା ସେତେବେଳ ର ଆରଡିଏ ଉପାଧ୍ୟକ୍ଷ I

0
0
0
s2sdefault