ସାରାଙ୍କ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାବାସୀଙ୍କ ପ୍ରଶଂସା
Paralakhemundi/ Balakrusna panigrahi :ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ପାରଲାଖେମୁଣ୍ଡି ପୋଲିସ ପକ୍ଷରୁ ନୂତନ ଭାବେ ମହିଳାମାନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଠ ପାଇଲଟ ପ୍ରଜେକ୍ଟ ସି-ଟିମ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ଏସପି ସାରା ଶର୍ମାଙ୍କ ଏହି ଅଭିନବ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଭୁୟସୀ ପ୍ରଶଂସା କରିଥିବା ବେଳେ ଗଜପତି ଜିଲ୍ଲା ଲୋକଙ୍କ ମୁହଁରେ ଏସପିଙ୍କ ପାଇଁ ବାହାବା | ପୂର୍ବରୁ " ସି ଟିମ"ର ଲୋଗୋ ଓ ସିଡ଼ି ଉନ୍ମୋଚିତ ହୋଇଥିବା ବେଳେ ଶନିବାର ଏହାର ପାଇଲଟ ପ୍ରକଳ୍ପ ଶୁଭାରମ୍ଭ ହୋଇଯାଇଛି |
ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କଟକ ଉଚ୍ଚ ନ୍ୟାୟଳୟର ଜଷ୍ଟିସ କୃଷ୍ଣରାମ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ସି-ଟିମର ଶୁଭ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଦ୍ୱାରା ଜର୍ଜ ବିଶ୍ୱଜିତ ଦାସ, ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗ ଦେଇ ଏହି ସି-ଟିମର କାର୍ଯ୍ୟକଳାପ ଏବଂ ଏହା କିପରି ଭାବେ ସୁଫଳ ରୁପାୟନ ହେବେ ସେ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ସି-ଟିମର େଵବସାଇଟ (ଡବ୍ଲୁ.ଡବ୍ଲୁ.ଡବ୍ଲୁ ସିଟିମଗଜପତି.କମ୍) କିପରି କାର୍ଯ୍ୟ କରିବ ସେ ବିଷୟରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଏହି ସି-ଟିମକୁ ସହରର ଯେ କୌଣସି ସ୍ଥାନରୁ ଯୋଗାଯୋଗ ପାଇଁ ଦୁଇ ଗୋଟି ଫୋନ ନମ୍ୱର ଦିଆଯାଇଛି । ସେଗୁଡିକ ହେଲା ୦୬୮୧୫-୨୨୨୩୮୮, ୯୪୩୮୯୧୬୭୦୭ ନମ୍ୱର ବୋଲି ଜଣାପଡିଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ମିରାକଲ ଡ୍ୟାନ୍ସ ଗ୍ରୁପର ଶିଶୁକଳାକାର ମାନେ ସି-ଟିମର ଥିମ୍ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ ସେହିପରି ଛୋଟଛୋଟ ନାଟକ ପରିବେଷଣ କରାଯାଇ ସି-ଟିମର ଉଦ୍ଦେଶ୍ୟ ଲୋକମାଙ୍କୁ ସୂଚନା ଦିଆଯାଇଥିଲା । ତେବେ ସି-ଟିମର ସଚେତନତା ସପ୍ତାହ ପାଳନ ଅବସରରେ ଯେଉଁ ବକୃତା, ଚିତ୍ରାଙ୍କନ, ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ସଫଳ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା । ସି-ଟିମର ଜଣେ ମହିଳା ଏସ ଆଇଙ୍କ ନେତୃତ୍ୱରେ କାର୍ଯ୍ୟ କରିବ ଏବଂ ଏହି ସି-ଟିମ ପାଇଁ ଏକ ସ୍ୱତନ୍ତ୍ର ପୋଷାକ ନିର୍ଦ୍ଧାରଣ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ପାରଳାଖେମୁଣ୍ଡି ଏସଡିପିଓ, ଠାକୁର ପ୍ରସାଦ ପାତ୍ର, ପାରଳା ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁ, ରିଜର୍ଭ ପୋଲିସ ଅଧିକାରୀ ଜମ୍ୱରୁ ଧର ହନାଗା ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।