ହେଡଲାଇନସ୍:

ଗୋଟିଏ ରାତିରେ ପାଞ୍ଚଟି ଘରୁ ଚୋରି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ବାରିପଦା (ଦିଲ୍ଲୀପ ମହାନ୍ତି )- ବାରିପଦା ସହରରେ ଗୋଟିଏ ରାତିରେ ୫ ଟି ଘରୁ ଚୋରି ଘଟଣା ସମଗ୍ର ସହରରେ କୁକୁଆ ଭୟ ସୃଷ୍ଟି କରିଛି।ଯାହାକୁ ନେଇ ସହରବାସୀ ନିଜ ଘରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ପ୍ରକାଶ ଥାଉ କି ଗତକାଲି ବିଳମ୍ବିତ ରାତ୍ରିରେ ବାରିପଦା ଟାଉନ ଥାନା ଅଧିନ ୯ ନମ୍ବର ୱାର୍ଡ ବାରୁଣୀ ସାହିରେ ୩ ଟି ଘରୁ ଓ ପ୍ରଫୁଲ୍ଲ ନଗର ଅଂଚଳରେ ୨ ଟି ଘରୁ ଚୋରି ହୋଇଥିବାର ସୂଚନା ମିଳିଛି। ତେବେ ବାରୁଣୀ ଅଞ୍ଚଳର ସନ୍ଦୀପ କୁମାର ନାୟକ ,  ଜିତୁ ଜେନା ଓ ମନିକା ଗୁପ୍ତା ସହ ପ୍ରଫୁଲ୍ଲ ନଗର ଅଞ୍ଚଳର ସିଦ୍ଧେଶ୍ୱର ବେହେରାଙ୍କ ଘରୁ ଚୋରମାନେ ଚୋରୀ କରିଥିବା ସମୟରେ ଜ୍ୟୋତିରଞ୍ଜନ ଦାସଙ୍କ ଘରର ଗ୍ରୀଲ ଭାଙ୍ଗି ଚୋରି ପାଇଁ ପ୍ରୟାସ କରାଯାଇଥିଲା। ଖବର ପାଇଁ ବାରିପଦା ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ପହିଁଛି ସନ୍ଧାନ ଚଳାଇଛନ୍ତି। ଚୋର ଅନ୍ୱେଷଣ ରେ ସନ୍ଧାନୀ କୁକୁର ବାରିପଦା  ରେଳ ଷ୍ଟେସନ୍ରେ ପହଂଚି ଥିଲା। ଏଥିରୁ ଅନୁମାନ କରାଯାଉଛି ଯେ ଚୋର ମନେ ଚୋରି କରିବା ପରେ ସକାଳ ୩.୪୦ ମିନିଟ ରେ ଯାଉଥିବା ଲୋକାଲ ଟ୍ରେନ ରେ ବସି ଫେରାର ହୋଇଯାଇଛନ୍ତି।

ତେବେ ବିଗତ କିଛି ଦିନ ହେବ ବାରିପଦା ସହରରେ ଚୋରି ଘଟଣା  ବୃଦ୍ଧି ପାଇଛି । ଫଳରେ ପୌରବାସୀଙ୍କ ମଧ୍ୟରେ ଏକ କୁକୁଆ ଭୟ ସୃଷ୍ଟି ହୋଇଛି । ଜନସାଧାରଣ ନିଜ ଘର ମଧ୍ୟରେ ସୁରକ୍ଷିତ ନାହାନ୍ତି । ସୂଚନା ଯୋଗ୍ୟଯେ ଗତ ୨୦୧୮ ରଥଯାତ୍ରା ପୂର୍ବରୁ ଗୋଟିଏ ରାତିରେ ସହରର 4 ଟି ପ୍ରମୁଖ ସ୍ଥାନରୁ 0୫ ଟି ATMକୁ ଦୁର୍ବୁତ୍ତମାନେ ଲୁଟି ନେଇଯାଇଥିଲେ । ଆଗକୁ ରଥଯାତ୍ରା ଆସୁଥିବାରୁ ଏପରି ଘଟଣାର ପୁନଃଆବୃତ୍ତି ହେବାର ସମ୍ଭାବନା ରହିଛି । ସହରରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥାରେ ଶିଥିଳତା ପଡିଯାଇଥିବାର ଅଭିଯୋଗ ହେଉଛି ।

0
0
0
s2sdefault