ବର୍ଜବସ୍ତୁ ପରିଚାଳନା ସମ୍ପର୍କିତ କର୍ମଶାଳା
ନୂଆପଡ଼ା(ଅମିତ ପୁରୋହିତ): ସ୍ଥାନୀୟ ଏନଏସି କଲ୍ୟାଣ ମଣ୍ଡପ ଠାରେ ନୂଆପଡ଼ା ଏନଏସି ତରଫରୁ ସ୍ୱଚ୍ଛ ଓଡିଶା ଓ ସୁସ୍ଥ ଓଡିଶା ଗଠନ ଉଦେ୍ଧଶ୍ୟରେ ଦିନକିଆ ବର୍ଜବସ୍ତୁ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏନ୍ଏସି ଇଓ ରାମଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବରିଷ୍ଠ ନାଗରିକ ସଂଘ ସଭାପତି କ୍ଷୀରୋଦ ନିବାସ ପଣ୍ଡା ମୁଖ୍ୟ ଅତିଥି, ଡିପିଏଚ୍ଓ ଡା. ପିକେବି ପଟ୍ଟନାୟକ ମୁଖ୍ୟବକ୍ତା, ଖରିଆରରୋଡ ଏନଏସି ଇଓ ଦେବେନ୍ଦ୍ରନାଥ ମହାରଣା, ସେନିଟେସନ ଏକ୍ସପାଟ୍ ଅମିତ କୁମାର ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବର୍ଜବସ୍ତୁ ପରିଚାଳନା ଉପରେ ସଚେତନ କରିଥିଲେ । ସିଇଓ ଦୀପିକା ତ୍ରିବେଦୀ ମଞ୍ଚ ପରିଚାଳନା କରିଥିଲେ । ଆବର୍ଜନା ମୁକ୍ତ ସହର ଗଠନ ହେଲେ ରୋଗ ମୁକ୍ତ ସହର ଗଠନ ହେବ । ଲୋକଙ୍କ ସଚେତନତାରେ ହିଁ ସହରରେ ଅଳିଆ ଆବର୍ଜନା ଦୂର ହୋଇ ପାରିବ ବୋଲି ଅତିଥି ମାନେ ଉଦ୍ବୋଧନ ଦେଇଥିଲେ । ପଲିଥିନ ଦ୍ୱାରା ପରିବେଶ ତିବ୍ର ଗତିରେ ପ୍ରଦୁଷଣ ହେଉଛି । ପଲିଥିନ ବ୍ୟବହାରକୁ ସମ୍ପୁର୍ଣ୍ଣ ବାରଣ ସହ ମଇଳା, ଆବର୍ଜନାକୁ ବାହାରେ ଏଣେ ତେଣେ ପକାଇବେ ନାହିଁ । ଶୁଖିଲା ଆବର୍ଜନ ଓ କଞ୍ଚା ଆବର୍ଜନାକୁ ଦୁଇଟି ପୃଥକ ଡଷ୍ଟବିନରେ ରଖିବେ ଏବଂ ପୃଥକ ଭାବେ ଏନଏସି ଗାଡିରେ ଦେବାକୁ ସଚେତନ କରିଥିଲେ । ନିୟମିତ ବ୍ୟବଧାନରେ ସହର ନାଳ ନର୍ଦ୍ଧମାକୁ ସଫା ସୁତୁରା ରଖିବା ସହ ସମସ୍ତ ଘରେ, ଦୋକାନୀ ମାନଙ୍କୁ ଡଷ୍ଟବିନ ବ୍ୟବାହାର କରିବାକୁ ସଚେତନ କରିଥିଲେ । ସହରର ସମସ୍ତ ଅଙ୍ଗନ ୱାଡି, ଆଶା କର୍ମୀ, ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ । ଏଠାରେ ଏନଏସିର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।