ବରଗଡ :- ଆଜି ବିଶ୍ୱ ରକ୍ତଦାତା ଦିବସ ।ଏହି ସ୍ବତନ୍ତ ଦିନ ପାଇଁ ପାଇକମାଲ ଧର୍ମଶାଳା ଠାରେ ମାରବାଡି ଯୁବା ମଞ୍ଚ ତରଫରୁ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ପଦ୍ମପୁର ନିର୍ବାଚନ ମଣ୍ଡାଳୁର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଉଦଘାଟନ କରିଥିଲେ । ଉଭୟ ମହିଳା ଓ ପୁରୁଷ ଙ୍କୁ ମିଶାଇ ସର୍ବମୋଟ 43 ୟୁନିଟ ରକ୍ତ ସଂଗୃହୀତ ହେଇଥିଲା । ମାନ୍ୟବର ବିଧାୟକ ଙ୍କର ସହିତ ପାଇକମାଲ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ଓ ଝାରବନ୍ଧ ପଂଚାୟତ ସମିତିର ଅଧ୍ୟକ୍ଷ ଶ୍ରୀ ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ବରିହା ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିବା ସହିତ ଯୁବମାଞ୍ଚକୁ ସମ୍ମାନିତ କରିଥିଲେ । ପଦ୍ମପୁର ରକ୍ତ ଭଣ୍ଡାରର ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମହନ୍ତ ଓ ତାଙ୍କର ସହକର୍ମୀ ମାନେ ରକ୍ତ ସଂଗ୍ରହ ଜରିଥିଲେ । ଯୁବା ମଞ୍ଚର ସଭାପତି ଶ୍ରୀ କମଲେଶ ଅଗ୍ରୱାଲ ଓ ଯୁବା ମଞ୍ଚର ରାଜ୍ୟ କନଭେନର ଶ୍ରୀ ନିଲେଶ ଅଗ୍ରୱାଲଙ୍କର ପ୍ରତକ୍ଷ ତତ୍ୱବାଧାନରେ ପରିଚାଳିତ ଏହି ଶିବିରକୁ ନବୀନ ଅଗ୍ରୱାଲ , ଗୋପାଳ ଅଗ୍ରୱାଲ , ଅମିତ ,ଭୁପେଶ ,ଆୟୁଷ , କବି , ନିଲେଶ ,ଆଶିଷ ,ଗିଡୁ , ବିକାଶ ମୁକେଶ , ରବି ପ୍ରମୂଖ ସୁଚାରୁ ରୂପେ ପରିଚାଳନା କରିଥିଲେ ।
ରାଜ୍ୟ
ବିଶ୍ଵ ରକ୍ତଦାତା ଦିବସରେ ପାଇକମାଲରୁ 43 ୟୁନିଟ ରକ୍ତ ସଂଗ୍ରହ
- Hits: 1156