ହେଡଲାଇନସ୍:

୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବନ୍ୟ ପ୍ରାଣୀ ବନାଞ୍ଚଳ, ଭଦ୍ରକ ବନ୍ୟପ୍ରାଣୀ ବନ ଖଣ୍ଡ ପକ୍ଷ ରୁ ୭୬  ତମ ବନ ମହୋତ୍ସବ ସପ୍ତାହ ପାଳନ ହେଉଛି। ଏହି ଅବସର ରେ ତୃତୀୟ ଦିନରେ ବାସୁଦେବପୁର ତୃପ୍ତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବୃକ୍ଷ ରୋପଣ ଓ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ ଯୋଗ ଦେଇଥିଲେ। ବିଧାୟକ ଙ୍କ ସହ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଆରତୀ ଦାଶ, ବାସୁଦେବପୁର ବନ ବିଭାଗ ଅଧିକାରୀ ଅତୁଲ୍ୟ କୁମାର ମହାନ୍ତି, ବ୍ଲକ୍ କାର୍ଯ୍ୟାଳୟ କର୍ମଚାରୀ ଆଭା ପୁହାଣ, ଅଧ୍ୟାପିକା ସୁରେତା ଚାନ୍ଦ ଓ ଅଧ୍ୟାପିକା ରଶ୍ମି ମିଶ୍ର ଯୋଗ ଦେଇ ଥିଲେ। ସମସ୍ତେ ବୃକ୍ଷ ରୋପଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ କରିବା ସହ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ବୃକ୍ଷ ରୋପଣ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ତୃପ୍ତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପିକା,କର୍ମଚାରୀ, ଛାତ୍ରୀ, ଓ ବାସୁଦେବପୁର ବନ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

0
0
0
s2sdefault