ହେଡଲାଇନସ୍:

ଯୋଜନାର ସୁଫଳ ଠାରୁ ଯୋଜନ ଯୋଜନ ଦୁରରେ ଭକଚନଙ୍କ ପରିବାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିନାପାଲି ରୁ ନିରାକାର ମେହେର ଙ୍କ ରିପୋର୍ଟ: ଦରିଦ୍ର ସୀମାରେଖା ତଳେ ଥିବା ହିତାଧିକାରୀମାନଙ୍କୁ ସରକାର ବିଭିନ୍ନ ଯୋଜନା ରେ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି | ହେଲେ ଏହି ଯୋଜନା ସରକାରୀ ଉଦାସୀନତା ତଥା ପ୍ରଶାସନିକ ଚଂଚକତା କାରଣରୁ ହୋଇଯାଏ ବାଟବଣା | ଅନେକ ପ୍ରକୃତ ହିତାଧିକାରୀ ଯୋଜନା ଠାରୁ ଯୋଜନ ଯୋଜନ ଦୂରରେ, ଯେଉଁଠିକି ପ୍ରଶାସନର ପରଳ ପଡ଼ିଯାଇଥିବା ଆଖିକୁ ଦେଖାଯାଏନି |
ସେମିତି ଜଣେ ହିତାଧିକାରୀ ହେଲେ  ଭକଚନ ହଂସଙ୍କ ପରିବାର | ସରକାରୀ  ଯୋଜନାରୁ ବାଦ ପଡ଼ିଛନ୍ତି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଟିମନପୁର ଗ୍ରାପ ଅନ୍ତର୍ଗତ ଗୋବିନ୍ଦପୁର ଗାଁ ରେ  ରହନ୍ତି ଭକଚନ |  ସ୍ତ୍ରୀ -ଟେମ୍ରି ହଂସ ଓ ପୁଅ ଝିଅ ମିଶି  ଛଅ ପ୍ରାଣୀ କୁଟୁମ୍ବ | ଏକ ଭଙ୍ଗା ଦଦରା ଚାଲ କୁଡ଼ିଆ ଜୀବନ କଟାଉଛନ୍ତି | ଏହି ପରିବାରକୁ ରହିବା ପାଇଁ କୁଡ଼ିଆ ନ ଥିବା ବେଳେ ପ୍ରଚଣ୍ଡ ରୋଦ୍ର ତାପ ରେ ତାଙ୍କର ଜୀବନ କଟାଉଛନ୍ତି | ପ୍ରଶାସନଙ୍କ ଦ୍ୱାରସ୍ତ ହେଇ ଗୁଜାରୀ କରି କରି ଥକି ଗଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି | ସରକାରି ବାବୁଙ୍କ ଖାମ ଖିଆଲି ଯୋଗୁଁ ଏହି ଯୋଜନା ରୁ ବାଦ ପଡିଯାଇଛନ୍ତି ଭକଚନ ହଂସ ଓ ତାଙ୍କ ପରିବାର | ଏଠି ପ୍ରଶ୍ନ ଉଠୁଛି ଯେ  ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ଯୋଜନା ଉଦ୍ଦିଷ୍ଟ ଥିବା ବେଳେ କି ପାପ କରିଛନ୍ତି ଭକଚନ ହଂସଙ୍କ ପରିବାର !!!

0
0
0
s2sdefault