ହେଡଲାଇନସ୍:

ବିଧାୟକଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ନୀଲାମ୍ବର ଦୀପ):ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବରିହା ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନରେ ଆସି ଚିକିତ୍ସାଳୟର ସ୍ବାସ୍ଥ୍ୟସେବା,ସ୍ୱଚ୍ଛତା  ଓ ରୋଗୀମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଚିକିତ୍ସାଳୟ ପରିସରରେ ଲାଇଟ୍ ବ୍ୟବସ୍ଥା ଠିକ୍ ଭାବେ କାର୍ଯ୍ୟକ୍ଷମ ହେଉନଥିବା ନେଇ କେତେକ ରୋଗୀ ଓ ତାଙ୍କ ସଂପର୍କୀୟ ମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ତୁରନ୍ତ ସମାଧାନ କରିବା ପାଇଁ ବିଧାୟକ ଚିକିତ୍ସାଳୟ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକଙ୍କ ନିର୍ଦ୍ଦେଶ ପରେ ସଂଗେ ସଂଗେ  ଏହା କାର୍ଯ୍ୟକାରୀ ହୋଇଥିଲା । ଚିକିତ୍ସାଲୟରେ ଯେମିତି ରୋଗୀମାନେ ସମୁଚିତ ସେବା ପାଆନ୍ତି ଓ ରୋଗୀଙ୍କ ସମ୍ପର୍କୀୟମାନେ ଯେପରି  କୌଣସି ପ୍ରକାର ହନ୍ତସନ୍ତ ନହୁଅନ୍ତି ସେଥିପ୍ରତି ଅଧିକ ଯତ୍ନବାନ ହେବାକୁ ବିଧାୟକ ଶ୍ରୀଯୁକ୍ତ ବରିହା ପରାମର୍ଶ ଦେଇଥିଲେ |
       

0
0
0
s2sdefault