ସ୍ଥିତି ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଓ ଜିଲ୍ଲାପାଳ ଶୀଧେଶ୍ୱର ବଳିରାମ ବନ୍ଦୋର
କୁଚିଣ୍ଡା,୦୬/୦୭(): ବର୍ଷା ଯୋଗୁଁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ବାମରା, ଜମନକିରା ବ୍ଳକ ର ବିଭିନ୍ନ ନଦୀ କୂଳିଆ ଅଞ୍ଚଳରେ ଥିବା ଗାଁ ଗୁଡ଼ିକ ପ୍ରଭାବିତ ହୋଇଥିଲା। ଶନିବାର ଦିନସାରା ବର୍ଷା ର ପ୍ରଭାବ ଏତେ ପରିମାଣରେ ଥିଲା ଯେ, ଗୋଟିଏ ରାତିରେ କୁଚିଣ୍ଡା ଉପଖଣ୍ଡ ଅନେକ ଗାଁ ଗଣ୍ଡା ତଥା ଖତକୁରବାହାଲ ତୁରେଇ ଗୋଛାରା କୁନ୍ତରା କୁସୁମୀ ଉଲଣ୍ଡା ବାବୁନିକ୍ତିମାଲ ତୁରେଇ ନିକ୍ତିମାଲ ଲାଇଗୋରା କାଟୁପାଲି ବାଙ୍କେ ଏବଂ ବିଶେଷ ଭାବରେ ସାଇଡ଼ା ସତକମା ଲସା ବନ୍ଧୁବାସ ପ୍ରଭାବିତ ହୋଇଥିଲା। ତା ସହିତ କେତେକ ଅଂଚଳରେ ବିଦ୍ୟୁତସରବାହ ବନ୍ଦ ଥିବା ଜଣାପଡିଛି କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନ ସଇଡା ଗ୍ରାମ ନିକଟରେ ବହି ଯାଉଥିବା ଭେଡେନ ନଦୀ ର ବନ୍ୟା ଜଳ ଗାଁ ର ବିଭିନ୍ନ ପାର୍ଶ୍ୱରେ ପଶି ଯାଇଥିଲା। ଏନ୍ ଏ ସି ୧୧ ନଂ ଓ୍ବାର୍ଡ ସମ୍ପୂର୍ଣ୍ଣ ଭାବେ ଲୋକେ ଜଳବନ୍ଦୀ ହୋଇ ରହିଯାଇଥିଲ। ଗୋଛରା ଉଲୁଣ୍ଡା ଗାଁ ରେ ଅବସ୍ଥିତ ଶିବ ମନ୍ଦିର ବନ୍ୟା ଜଳରେ ମନ୍ଦିର ଭିତରେ ଥିବା ମହାଦେବ 10 ଫୁଟ ଉର୍ଦ୍ଧ ଜଳ ମଗ୍ନ ହୋଇ ବୁଡ଼ି ଯାଇଥିଲା ଏବଂ ସେଇ ମନ୍ଦିର ପାର୍ଶ୍ୱ ରେ ଥିବା ୩୦ ଫୁଟ ଉଚ୍ଚତାରେ ନିର୍ମିତ ଭଗବାନ ହନୁମାନଙ୍କ ମୂର୍ତ୍ତି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା। ଉଲଣ୍ଡା ରେ ଏକ ଗାଈ ପାଣିରେ ଭାସିଯାଇ ମୃତ୍ୟୁ ହୋଇଥିବା ବେଳେ।ବାବୁନିକ୍ତିମାଲ ନୂତନ ଭାବେ ନିର୍ମାଣ ହେଉଥିବା ପୋଲଟି ବନ୍ୟା ପାଣିରେ ଭାଙ୍ଗି ଯାଇଥିଲା। ଅଞ୍ଚଳରେ ଶନିବାର ସକାଳ ରୁ ଆରମ୍ଭ ହୋଇଥିଲା ପ୍ରବଳ ରୁ ଅତିପ୍ରବଳ ବର୍ଷାର ପ୍ରକୋପ ଏତେ ପରିମାଣରେ ଥିଲା ଯେ, ଲୋକେ ଘରୁ ବାହାରି ପାରି ନଥିଲେ। କେତେକ ସ୍ଥାନରେ ଘର ମଧ୍ୟ ଭାଙ୍ଗି ଯାଇଥିଲା, କେତେକ ସ୍ଥାନରେ ବନ୍ୟା ପାଣିରେ କୃଷି କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବା ସଙ୍ଗେ ଫସଲ ମଧ୍ୟ ନଷ୍ଟ ହୋଇଥିଲା।ରବିବାର ସକାଳେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରବିନାରାୟଣ ନାଏକ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରି କ୍ଷୟକ୍ଷତି ଆକଳନ କରିଥିଲେ।
ପରେ ଓଡ୍ରାଫ ବାହିନୀ, ଅଗ୍ନିଶମ ବାହିନୀ ପହଞ୍ଚି ପାଣି ଘେରରେ ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଏବଂ ପରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର,ଉପ ଜିଲ୍ଲାପାଳ ଡ଼ଃ ଗୈାରବମୟ ପ୍ରଧାନ,ତହସିଲଦାର ମିତାଲି ମଧୁସ୍ମିତା ଦଲେଇ,ବିଡ଼ିଓ ଜୟନ୍ତ ସାହୁ,ସିଡିପିଓ ରାଜଶ୍ରୀ ପରିଡ଼ା ତତ୍ ସହିତ ପ୍ରସାଶନିକ ଅଧିକାରୀ ପ୍ରମୁଖ ସ୍ଥିତି ସମୀକ୍ଷା କରିବା ସହିତ ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ ରିଲିଫ କେନ୍ଦ୍ର ଖୋଲିଥିଲେ। ଏବଂ ସେଠାରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ଦିଆଯାଇଥିଲା