ହେଡଲାଇନସ୍:

ଦିବସ ପାଳନରେ ସିମୀତ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ବ୍ୟବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ : ଶିଶୁଶ୍ରମିକ ସମଗ୍ର ବିଶ୍ୱ ତଥା ଭାରତ ବର୍ଷରେ ଏକ ପ୍ରମୁଖ ସମସ୍ୟା ଭାବେ  ଉଭା ହୋଇଥିବା ବେଳେ ସାମ୍ପ୍ରତିକ ସମୟରେ ବ୍ୟବସ୍ଥାପିକା କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ପାଇଁ  ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ସମସ୍ୟାର ସମାଧାନ ପାଇଁ ସରକାର ଯତ୍ନଶୀଳ ହୋଇଥିଲେ ମଧ୍ୟ ଏ କ୍ଷେତ୍ରରେ ବାରମ୍ବାର ବିଫଳତା ଶିଶୁଶ୍ରମିକ ନିରୋଧ ବ୍ୟବସ୍ଥାରେ ତୃଟି ଥିବା ପରି ମନେହୁଏ । ସରକାର କ୍ଷେତ୍ର ପ୍ରସ୍ତୁତ ନକରି ଯୋଜନା ପ୍ରଣୟନ କରିବା  ଏକ ଢାଂଚାରେ ପରିଣତ ହୋଇଗଲାଣି । ଏଇ ଯେମିତି ବିଦ୍ୟୁତ ସଂଯୋଗ ନଥାଇ ଏବଂ ତାଲିମ ପ୍ରାପ୍ତ ଶିକ୍ଷକ ନିଯୁକ୍ତ ନକରି  ବିଦ୍ୟାଳୟ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର କମ୍ପୁଟର ଯୋଗେଇ ଦେବା । ଏବଂ ଜଗୁଆଳି ବ୍ୟବସ୍ଥା ନଥିବାରୁ କମ୍ପ୍ୟୁଟର ଗୁଡିକ ଚୋରିହେବା ପରି ଅନେକ ନମୁନା ଦେଖିବାକୁ ମିଳେ । ଆର୍ଥିକ ଅନଗ୍ରସର ପରିବାର ହେଉ ଅଥବା ବ୍ୟବସାୟୀ, ବିଭିନ୍ନ ଧନ୍ଧା ମୂଳକ କାର୍ଯ୍ୟହେଉ ଅଥବା କୃଷି ଓ ପଶୁପକ୍ଷୀ ପାଳନ ଓ ନିର୍ମାଣ ଶ୍ରମିକ ଇତ୍ୟାଦି କାର୍ଯ୍ୟରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିବା ଅଭିଭାବକମାନେ ପିଲାମାନଙ୍କ ପାଠପଢା ପ୍ରତି ଧ୍ୟାନ ନଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି ସହିତ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶିଳ ହେବାକୁ ବ୍ୟବହାରିକ ଜ୍ଞାନ ହାସଲ ପାଇଁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଫଳରେ ବିଦ୍ୟାଳୟରେ ଡ୍ରପାାଉଟ ସଂଖ୍ୟା ବୃଦ୍ଧି ପାଇଥାଏ । ଯେଉଁମାନେ ଡ୍ରପଆଉଟ ସେମାନେ ଶିଶୁଶ୍ରମିକ । କେବଳ ଦାରିଦ୍ରତା ଆର୍ଥିକ ଅନଗ୍ରସରତା ଶିଶୁଶ୍ରମିକ ବୃଦ୍ଧିର କାରଣ ନୁହେଁ । ଯେତେ ସଚେତନତା ସୃଷ୍ଟି କଲେ କିମ୍ଭା ଆଇନ ଗତ ଦୃଷ୍ଟିରୁ କାର୍ଯାନୁଷ୍ଠାନ  ଗ୍ରହଣ କଲେ ମଧ୍ୟ ଯେଉଁ ଦିନ ପର୍ଯ୍ୟନ୍ତ ପାରମ୍ପାରିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ନଆସିଛି ସେ ପର୍ଯ୍ୟନ୍ତ ଶିଶୁଶ୍ରମିକ ଭଳି ଏହି ସାମାଜିକ ବ୍ୟାଧିକୁ ରୋକାଯାଇ ପାରିବ ନାହିଁ  ବୋଲି ମନେ କରାଯାଏ ।

0
0
0
s2sdefault