ହେଡଲାଇନସ୍:

ବିଜେପୁର ଉପରେ ଫିଦା ନବୀନ ଖୋଲିଦେଲେ ଭଣ୍ଡାର 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର: – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୁରଣ କରି କ୍ଷମତାକୁ ଆସିବା ଦିନ ହିଁ ଆରମ୍ଭ କରିଛନ୍ତି କାଳିଆ ତାଙ୍କ ପ୍ରଦାନ କାର୍ଯ୍ୟକ୍ରମ | ଠିକ ସେହିପରି ବିଜେପୁର ନିର୍ବାଚନ ମଣ୍ଡଳୀରୁ ଜିତିଥିବା ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କ ଭଲପାଇବା ସମର୍ଥନକୁ ଭୁଲି ଯାଇନାହାନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵିତୀୟ ଦିନ ହିଁ ଭଣ୍ଡାର ଖୋଲି  ଦେଇଛନ୍ତି ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ, ଘୋଷଣା କରିଛନ୍ତି ବଡ ପ୍ୟାକେଜ |

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଅନୁଯାୟୀ :

-ଗାଇସିଲଟ ତହସିଲ ଅଧିନରେ ଗୁଡ଼େରପାଲି, ତାଲପାଲି ଓ ଡାଙ୍ଗବାହାଲଠାରେ ତିନୋଟି ଆରଆଇ ସର୍କଲ ପ୍ରତିଷ୍ଠା ହେବ ।

– ବିଜେପୁର ବ୍ଲକ୍ ର ତାଳପଦରଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେବ ।

– ବର୍ତ୍ତମାନ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ସପ୍ତାହକ ମଧ୍ୟରେ ଆବଶ୍ୟକ ଡାକ୍ତର ନିଯୁକ୍ତ ହେବେ ।

– ବିଜେପୁରଠାରେ ଗୋଟଇଏ ଆଇଟିଆଇ ପ୍ରତିଷ୍ଠା କରାଯିବ ।

– ଗାଇସିଲଟ ଓ ବରପାଲିଠାରେ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ହେବ ।

– ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ୮୦ କିଲୋମିଟର ଦୈର୍ଘ୍ୟର ୪ଟି ନୂତନ ସଡ଼କ ପ୍ରକଳ୍ପ ଏବଂ ଗୋଟିଏ ସେତୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ସେଥିପାଇଁ ଖର୍ଚ୍ଚ ହେବ ୮୨ କୋଟି ଟଙ୍କା ।

୪-ଟି ଉପରେ ଗୁରୁତ୍ୱ ଦେଇଥିବା ମୁଖ୍ୟମନ୍ତ୍ରୀ ଏହି ସବୁ ପ୍ରକଳ୍ପର କାର୍ଯ୍ୟକାରିତାକୁ  ନିଜେ ତଦାରଖ କରିବେ । ସଫଳତାର ସହ ସବୁ କାର୍ଯ୍ୟକାରୀ ହେଉଛି ନା ନାହିଁ ମୁଖ୍ୟମନ୍ତ୍ରୀ ପ୍ରତି ଦୁଇମାସରେ ସମୀକ୍ଷା କରିବେ ।

ଖୁବଶୀଘ୍ର  ବିଜେପୁରବାସୀଙ୍କ ଜୀବିକା ପ୍ରକଳ୍ପ ସହ ଆଉ କିଛି ଯୋଜନା ପ୍ରସ୍ତୁତି ଚାଲିଛି । ଖୁବ୍ ଶୀଘ୍ର ତାହା ଘୋଷଣା ହେବ ବୋଲି ଜଣା ପଡିଛି ।

ବିଜେପୁର ନିର୍ବାଚନମଣ୍ଡଳୀରେ ଥିବା ପ୍ରାୟ ୩୪ ହଜାର କଚ୍ଚା ଘରକୁ ପକ୍କା ଘର କରାଯିବ ।

୫୦୫ ଗାଁର ୮ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଦୁଇଟି ମେଗା ପାଇପ ପ୍ରକଳ୍ପ ପ୍ରତିଷ୍ଠା ହେବ ।  ଦୁଇ ବର୍ଷ ମଧ୍ୟରେ ବିଜେପୁର ନିର୍ବାଚନମଣ୍ଡଳୀର ସମସ୍ତ ଲୋକଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଉକ୍ତ ପ୍ରକଳ୍ପ ପାଇଁ ୧୧୨୦ କୋଟି ଟଙ୍କା ବ୍ୟୟ ହେବ ।

ଚାଷ ଜମିକୁ ଜଳସେଚିତ କରିବା ପାଇଁ ବୃହତ୍ତ ପ୍ରକଳ୍ପର ଯୋଜନା କରାଯାଇଛି । ଗାଇସିଲଟ ବ୍ଲକ୍ ର ବରମୁଣ୍ଡା ପଞ୍ଚାୟତରେ ଥିବା ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ଦୁଇଟି ମେଗା ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପ ଲାଗି ୪୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାଦ୍ୱାରା ୩ ହଜାର ଏକର ଚାଷଜମିକୁ ଜଳସେଚିତ କରାଯାଇପାରିବ । 

ସେହିଭଳି ନଦୀରୁ ଚାଷଜମିକୁ ଜଳଯୋଗାଣ ପାଇଁ ୨୯ ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ସହ ୩ ହଜାର ଗଭୀର ନଳକୂପ ଖୋଳାଯିବ ।

ଭିତ୍ତିଭୂମି ବିକାଶ ପାଇଁ ନିର୍ଦ୍ଦିଷ୍ଟ ଯୋଜନା କରାଯାଇଛି । ବିଜେପୁର ଏବଂ ବରପାଲି ଏନଏସିରେ ଜଳଯୋଗାଣ, ଷ୍ଟ୍ରିଟ୍ ଲାଇଟ୍ ଠାରୁ ଆରମ୍ଭ କରି ରାସ୍ତା, ଡ୍ରେନେଜ୍, ଗୋଷ୍ଠୀ କେନ୍ଦ୍ର, ଟାଉନ୍ ହଲ୍, କଲ୍ୟାଣ ମଣ୍ଡପ, ଷ୍ଟାଡିୟମ୍, ମାର୍କେଟ୍ କମ୍ପ୍ଲେକ୍ସ, ପାର୍କ, ଦପ୍ତର ନିର୍ମାଣ କରାଯିବ । 

ବିଜେପୁର ଓ ବରପାଲି ସହର ପାଇଁ ୪୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହେବ ଏବଂ ଦୁଇ ବର୍ଷରେ କାମ ସରିବ ।

ଚାଷୀଙ୍କୁ ଉତ୍ତମ ବିଜୁଳି ଯୋଗାଇ ଦେବା ଲାଗି  ସ୍ୱତନ୍ତ୍ର ଫିଡ଼ର୍ ନିର୍ମାଣ କରାଯିବ । ସେଥିପାଇଁ ୬୦ କିଲୋମିଟର ଲମ୍ବାର ୩୩ କେଭି ଏବଂ ୧୨୫ କିଲୋମିଟରର ୧୧ କେଭି ଲାଇନ୍ ନିର୍ମାଣ କରାଯିବ । ଲୋ ଭୋଲଟେଜ୍ ସମସ୍ୟାର ସମାଧାନ ପାଇଁ ୫୦ଟି ନୂତନ ଟ୍ରାନ୍ସଫରମର ବସାଯିବ ବୋଲି ଏହି ପ୍ୟାକେଜର ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି | 

 

0
0
0
s2sdefault