ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ୭୬ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି Iକ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ଡି.ଏଫ୍.ଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଚାରା ରୋପଣ କରିବା ସହ ସାଂପ୍ରତିକ ପରିସ୍ଥିତିରେ ବିଶ୍ବ ତାପନ ଭଳି ସମସ୍ୟାର ସଫଳ ମୁକାବିଲା କରିବା ପାଇଁ ବୃକ୍ଷର ଆବଶ୍ୟକତା ସମ୍ବନ୍ଧୀୟ ବକ୍ତବ୍ୟ ପ୍ରଦାନ କରିଥିଲେ I କେନ୍ଦ୍ରୀୟ ବନାଞ୍ଚଳ ରେଞ୍ଜର ପୃଥ୍ବୀରାଜ ପ୍ରଧାନଙ୍କ ସମେତ ଦୁଇ ଯୁବ ଏ.ସି.ଏଫ୍ ବିବେକ କୁମାର ଦାସ ଓ ନିର୍ମଳ ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଚାରା ବଣ୍ଟନ କରିଥିଲେ I ଅନୁଷ୍ଠାନର ସ୍କାଉଟ,ଏନ୍.ଏସ୍.ଏସ୍ ଓ ରେଡ କ୍ରସ ୱିଙ୍ଗର ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ା ସ୍କାଉଟ ରୋଭର ଲିଡର ଅଧ୍ୟାପକ ପି.ଦିପକ ରାଓ, ରେଞ୍ଜର ଲିଡର ଅଧ୍ୟାପିକା ଜୟଶ୍ରୀ ସେଠୀ, ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଭବାନୀ ଶଙ୍କର ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଯୁବ ରେଡକ୍ରସର ସ୍ବେଚ୍ଛାସେବୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବନ ବିଭାଗର କର୍ମଚାରୀ ବନରକ୍ଷୀ ବୁଲୁ ନାଇକଙ୍କ ସମେତ ସ୍କ୍ବାଡ ଶିବରାମ ବିଷୋୟୀ, ,ଅମିତ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ା କାର୍ଯ୍ୟକ୍ରମକୁ ରସାୟନ ବିଜ୍ଞାନ ବିଭାଗ ପ୍ରତିପାଦକ ଦେବେଶ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ପ୍ରଦୀପ ଦିଗାଲ,ଗାଙ୍ଗୁଲି ପାଲଟା ସିଂ, ଅର୍କଧ୍ବଜ ପଣ୍ଡା, ଜଗତ ରଞ୍ଜନ ବିଶ୍ବାଳ, ଆଶୁତୋଷ ପ୍ରଧାନ, ମନୋଜ କଅଁର, ଅଧ୍ୟାପିକା ରୁନିବାଳା ତ୍ରିପାଠୀ,ସୁନିତା ଦଳବେହେରା,କିରଣ କଅଁର,ଭାରତୀ ବିଶ୍ବାଳ ଓ ଗାର୍ଡେନର ରମେଶ ଚନ୍ଦ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ା କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛାତ୍ରୀଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ " ଏକ୍ ପେଡ- ମା' କେ ନାମ୍ " ବାର୍ତ୍ତା ପ୍ରଦାନ ସହ ଚାରା ବଣ୍ଟନ କରାଯିବା ସହ ନିଜ ଘରେ ଏହାକୁ ରୋପଣ କରି ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା ା ଶେଷରେ ଓଡିଆ ବିଭାଗ ଅଧ୍ୟାପକ ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ I ସେହିପରି କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଗାଙ୍ଗପୁର ବନପାଳ ମିତା ପୋଲାଇଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ଦିନ ସ୍ଥାନୀୟ ବନ ବିଭାଗ ଏବଂ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ ସଂଯାଜନା କରିଥିବା ବେଳେ କାର୍ଯ୍ୟକ୍ରମରେ ବନରକ୍ଷୀ ବୁଲୁ ନାୟକ,ବିଦ୍ୟାଳୟ ପରି ଚାଳନା କମିଟି ସଭାପତି କୃଷ୍ଣ ସ୍ୱାଇଁ, ସ୍କ୍ଵାଡ୍ ଶିବରାମ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ବୃକ୍ଷର ମହତ୍ୱ ଏବଂ ଜୀବଜଗତ ପ୍ରତି ଥିବା ଅବଦାନ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ Iଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଳବାୟୁ ଏବଂ ପରିବେଶ ସମ୍ପର୍କିତ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ନିମ୍ବ,କରଞ୍ଜ,ବେଲ,ଅଁଳା, ବାହାଡ଼ା ଭଳି ବିଭିନ୍ନ ଔଷଧିୟ ଚାରା ରୋପଣ କରାଯିବା ସହ ମାଆଙ୍କ ନାମରେ ଚାରାଟିଏ ରୋପଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ କରାଯାଇଥିଲା I ଛାତ୍ରଛାତ୍ରୀ ପ୍ଲାକାର୍ଡ ମାଧ୍ୟମରେ ବିଭିନ୍ନ ନାରା ଦେଇ ବୃକ୍ଷ ରୋପଣ ପାଇଁ ଜନସାଧାରଣଙ୍କୁ ସଚେତନ କରିଥିଲେ I ଶିକ୍ଷକ ଜଗନ୍ନାଥ ପାଇକ ଧନ୍ୟବାଦ ଜ୍ଞାପନ କରିଥିଲେ I
ରାଜ୍ୟ
ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ୭୬ ତମ ବନ ମହୋତ୍ସବ ଅନୁଷ୍ଠିତ
- Hits: 9