ହେଡଲାଇନସ୍:

ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ପିଳାଙ୍କ ବାଜିମାତ:୯୦ ପ୍ରତିଶତ ଉପରେ ସୌମ୍ୟ ଓ ଅଂଶୁମନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା (ମନୋଜ ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ମେଲଛାମୁଣ୍ଡା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ବୋଡ ପରୀକ୍ଷାରେ ବାଜିମାତ କରିବା ସହ ବିଦ୍ୟାଳୟ ତଥା ଅଂଚଳ ପାଇଁ ଗୌରବ ଆଣିଛନ୍ତି । ପିଳାଙ୍କ ସଫଳତାରେ ଅଭିବାବକ, ଶିକ୍ଷକ, ଶିକ୍ଷୟତ୍ରୀ ତଥା ବୁଦ୍ଧୀଜିବୀ ମହଳରେ ଖୁସିର ଲହରୀ ଖେଲିବା ସହ ଅଦିନିଆ ହୋଲି ପର୍ବ ପାଳିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟରେ ପାସ ହାର ୯୯ ପ୍ରତିଶତ ରହିଥିବା ବେଳେ ୯୦ ପ୍ରତିଶତ ଉପରେ ସୌମ୍ୟ ଦିଶ୍ରୀ ଓ ଅଂଶୁମନ ମିଶ୍ରଙ୍କ ସଫଳତା ବିଦ୍ୟାଳୟ ପାଇଁ ଚମକ ଆଣି ଦେଇଛି । ପ୍ରାପ୍ତସୂଚନାନୂସାରେ ଚଳିତ ବର୍ଷ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ ତରଫରୁ ୧୦୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦୪ ଜଣ ପିଳା କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ଏ୧ ଗ୍ରେଡ- ୨ଜଣ, ଏ୨ ଗ୍ରେଡ - ୩ଜଣ, ବି୧ ଗ୍ରେଡ - ୯ଜଣ, ବି୨ ଗ୍ରେଡ -୨୨ଜଣ, ସି ଗ୍ରେଡ - ୩୧ଜଣ, ଡି ଗ୍ରେଡ - ୨୫ଜଣ, ଇ ଗ୍ରେଡ - ୧୨ଜଣ, ଏଫ ଗ୍ରେଡ - ୧ଜଣ ପିଳା କୃତକାର୍ଯ୍ୟ ହୋଇଥିବା ବେଳେ ଜଣେ ପିଳା ଫେଲ ହୋଇଛି । ଏ୧ ଗ୍ରେଡରେ ଥିବା ୨ଜଣ ହେଳେ ସୌମ୍ୟରଂଜନ ଦିଶ୍ରୀ ୬୦୦ ମାର୍କରୁ ୫୫୨ ମାର୍କ ରଖି ୯୨% ହାସଲ କରିଥିବା ବେଳେ ଅଂଶୁମନ ମିଶ୍ର ୬୦୦ ମାର୍କରୁ ୫୪୫ମାର୍କ ରଖି ୯୦.୮୩ % ହାସଲ କରି ବିଦ୍ୟାଳୟ ଏବଂ ଅଂଚଳ ପାଇଁ ଗୌରବ ଆଣିଛନ୍ତି । ପ୍ରକାଶ ଯୋଗ୍ୟ ଏହି ବିଦ୍ୟାଳୟର ପିଳାମାନେ ପ୍ରତିବର୍ଷ ଭଳ ରେଜଲ୍ଟ କରିଥିବାର ଦୃଷ୍ଟାନ୍ତ ରହିଛି ।  

 

0
0
0
s2sdefault