ଖୋର୍ଦ୍ଧା ରୁ (ସେକ ଜାଫର) ଆସନ୍ତା 11 ତାରିଖ ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । କାର୍ଯ୍ୟକ୍ରମ କୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଖୋର୍ଦ୍ଧା ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କାର୍ଯ୍ୟକ୍ରମ ର ସମ୍ପୁର୍ଣ୍ଣ ବିବରଣୀ ରଖିଛନ୍ତି । ଦେଶ ରେ ବିଧି ବ୍ୟବସ୍ଥା ଓ ସମ୍ବିଧାନ ବର୍ତ୍ତମାନ ବିପଦରେ ପଡ଼ିଛି । ବେକାରୀ ଠାରୁ ଆରମ୍ଭ କରି ନାରୀ ନିର୍ଯାତନା, ଆଇନ ଶଂଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ବିଜେପି ସରକାର ସମୟରେ ଦେଶରେ ଦରଦାମ ବୃଦ୍ଧି ପାଇଛି । ସେହିପରି ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରସାଦ । ସରକାର ଯାହା କହିଥିଲେ ସେସବୁ କଲେ ନାହିଁ । ଖୋର୍ଦ୍ଧାରେ ବର୍ଷକ ଭିତରେ କୌଣସି ବିକାଶ ହୋଇନାହିଁ । ସରକାର ପ୍ରତିଶ୍ରୁତି ବଦଳରେ ପ୍ରତାରଣା ଦେଇଛନ୍ତି । 11 ତାରିଖ ସମାବେଶ ଭାରତ ଯୋଡ କାର୍ଯ୍ୟକ୍ରମକୁ ବଳୀୟାନ କରିବ । ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ କୁ ଲୋକେ ଜିତାଇବା ନିଷ୍ପତି ନେଇ ସାରିଛନ୍ତି ।
ରାଜ୍ୟ
ସରକାର ପ୍ରତିଶ୍ରୁତି ବଦଳରେ ପ୍ରତାରଣା ଦେଇଛନ୍ତି
- Hits: 11