ହେଡଲାଇନସ୍:

ରାଜବୋଡାସମ୍ବର ବ୍ଲକ୍ର ମ୍ୟାଟ୍ରିକ୍ ପାସ ହାର ୮୭ ଶତକଡା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ଚଳିତ ବର୍ଷ ରାଜବୋଡାସମ୍ବର ବ୍ଲକ୍ ର ମ୍ୟାଟ୍ରିକ୍ ପାସ ହାର ୮୭ ଶତକଡା ରହିଛି । ବ୍ଲକରୁ ସର୍ବମୋଟ ୧୮୩୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏଥିରୁ ୧୬୦୦ ପରୀକ୍ଷାର୍ଥୀ ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏ୧-୩,ଏ୨-୩୩,ବି୧-୧୨୩,ବି୨-୨୯୩,ସି-୩୮୭,ଡି-୪୨୮,ଇ-୩୩୩ ଓ ୨୩୯ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ସୌମ୍ୟ ରଞ୍ଜନ ଦିଶ୍ରୀ ୫୫୨ ମାର୍କ,ଅଂଶୁମାନ ମିଶ୍ର ୫୪୫ମାର୍କ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ରଶ୍ମୀରେଖା ଗଡତିଆ ୫୪୦ ମାର୍କ ପାଇ  ବ୍ଲକରେ ଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସୂଚନାଯୋଗ୍ୟ େ,ବ୍ଲକରେ ୫ଟି ବିଦ୍ୟାଳୟର ଫଳାଫଳ ଶତପ୍ରତିଶତ,୧୧ଟି ରେ ୯୦ରୁ ଅଧିକ,୬ଟିରେ ୮୦ରୁ ଅଧିକ,୦୩ଟିରେ ୭୦ରୁ ଅଧିକ,୪ଟିରେ ୬୦ରୁ ଅଧିକ ଓ ଗୋଟିଏ ବିଦ୍ୟାଳୟର ଳାଳ ୪୦ରୁ ଅଧିକ ରହିଛି ।

0
0
0
s2sdefault