ହେଡଲାଇନସ୍:

ଛଟପଟ ଶୈଶବ, କିଏ ସହାୟତାର ହାତ ବଢାଇବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅର୍ଥ ସାଜିଛି ବାଧକ ମୃତ୍ୟୁ ସହ ସଂଗ୍ରାମ କରୁଛି ମଳୟ      

ସିନାପାଲିରୁ ନିରାକାର ମେହେର: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଂଚାୟତ  ତିଳେଇମାଳ ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି | ସରକାର ବିଭିନ୍ନ ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚା କରୁଥିଲେ ସ୍ୱାସ୍ଥ୍ୟ ସେବାକୁ ମାଗଣା ସେବା ଯୋଗାଇ ଦଉଛି | ଏହି ଖବର ଅନୁସାରେ ତିଳେମାଳ ଗ୍ରାମର ବୁଧୁରାମ ବାଗଙ୍କ ପୁଅ ମଳୟ ବାଗ (9)ସାଙ୍ଗ ସାଙ୍ଗ ସାଥି ଙ୍କ ସହ ଖେଳୁ ଥିବା ବେଳେ ଡାହାଣ ଆଖି ରେ ଆଘାତ ଲାଗିଥିଲା | ଘଟଣାକୁ ସାମାନ୍ୟ ଭାବେ ମା ବାପା ସ୍ଥାନୀୟ ଉପଚାର କରିଥିଲା | ସମୟରେ ଆଖି ଧଳା ହେଇ ଯିବାରୁ ଚିକିତ୍ସା ପାଇଁ ଅନ୍ୟତ୍ର ନେଇଥିଲେ ଓ କିଛି ଦିନ ପରେ ଆଖି ପିଣ୍ଡୁଲା ବାହାରି ଫାଟି ଯାଇଥିଲା | ମଳୟର ମା  ବାପା ବହୁତ ଗରିବ ଶ୍ରେଣୀ ର ହେଇ ଥିବା ରୁ ଏନେତେଣେ  ପଇସା ଯୋଗାଡ଼ କରି ଚିକିତ୍ସା ପାଇଁ ବୁର୍ଲା ନେଇ ଥିଲେ | ସେଠାରେ ଭଲ ନ ହେବାରୁ ଆଉ ଟଙ୍କା ଯୋଗାଡ଼ କାରି ବିଶାଖାପାଟଣା ନେଇ ଥିଲେ | ଏମିତି ବାରମ୍ବାର ଚିକିତ୍ସା ପାଇଁ ମେଡିକାଲ ଯାଇ  ବୁଧୁରାମ ସର୍ବ ସ୍ୱାନ୍ତ ହୋଇ ଯାଇଥିଲେ | ଶେଷ ରେ ପୌତ୍ରିକ ଜମି ଟି କୁ ବିକ୍ରି କରିଦେଇଥିଲେ ଚିକିତ୍ସା ପାଇଁ | ଶେଷ ରେ ଡାକ୍ତର ପ୍ରକାଶ କରିଥିଲେ ମଳୟ କୁ କେନସର ହେଇଛି ଓ ଅପରେସନ କରିବାକୁ ପଡିବ ବୋଲି କହି ଥିଲେ | ଡାକ୍ତର ଙ୍କ କଥା ଶୁଣି ମା ବାପା ଙ୍କ ହୋସ ଉଡ଼ିଗଲା | ମଳୟର ମା ବାପା କୌଣସି ଉପାୟ ନ ପାଇ ମଳୟକୁ ଘରକୁ ଆଣିଥିଲେ ଓ ଭଗବାନ ଙ୍କ ଉପରେ ଭରସା ରଖି ପୁଅ କୁ ଚାହିଁ ବସିଛନ୍ତି | ଖେଲିଵା କୁଦିଵା ବୟସ ରେ ମଳୟ ଦୁଃଖ ଯନ୍ତ୍ରଣା ସହିବା ସହ ମୃତ୍ୟୁ ସହ ସଂଗ୍ରାମ କରୁଛି | ପୁଅ କୁ କେମିତି ପ୍ରକାରେ ଠିକ କରିବେ ବୋଲି ମା ବାପା ଟଙ୍କା ଯୋଗାଡ଼  ପାଇଁ ବାର ଦ୍ୱାର ହୋଇ ବୁଲୁଛନ୍ତି | ହେଲେ ବାପା ବୁଧୁରାମ କୌଣସି ସହଯୋଗ ପାଇ ପାରୁନାହାନ୍ତି | ସରକାର ତରଫ ରୁ କୌଣସି ଆର୍ଥିକ ସହଯୋଗ ମିଳିବ ବୋଲି ଚାହିଁ ବସିଛନ୍ତି | 

 

 

 

0
0
0
s2sdefault