ହେଡଲାଇନସ୍:

   ମହାନଦୀ କୂଳରେ ରହି ଶୋଷିଲା : କି ଦୁର୍ଭାଗ୍ୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଜଳ ଯୋଗାଣ ବିଭାଗର ବିଚିତ୍ର ନୀତି, ଶୋଷିଲାଙ୍କ ସପନ ଅଧିକାରୀଙ୍କ ପାଇଁ ମୂଲ୍ୟହୀନ 

ବୌଦ୍ଧ(ସୁମନ୍ ଲଉରିଆ) ; ଚିରଶ୍ରୋତା ମହାନଦୀ କୂଳରେ ଅବସ୍ଥିତ ହୋଇଥିବା ସତ୍ତ୍ୱେ  ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅପାରଗତା କାରଣ ଯୋଗୁଁ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ନଈ କୂଳିଆ ଶୋଷିଲା ଅଞ୍ଚଳ ଭାବେ ପରିଚିତ । ଚଳିତ ବର୍ଷା ଖରା ଦିନେ ପାଇପ ଜଳ ଯୋଗାଣ ରୁ ବଞ୍ଚିତ ହୋଇ ହରଭଙ୍ଗା ଠାକୁରାଣୀ ଗୁଡିସାହି, ମେଡିକାଲ ଛକ ଓ ହାଇସ୍କୁଲ ଛକ ଅଞ୍ଚଳରେ ବସବାସ କରୁଥିବା ଲୋକେ ଉତ୍କଟ ପାନୀୟ ଜଳ ସଙ୍କଟର ସମ୍ମୁଖିନ ହେଉଥିବା ବେଳେ ରାସ୍ତା କଡରେ ଅଧପନ୍ତରିଆ ଅବସ୍ଥାରେ ରହିଥିବା ପ୍ରକଳ୍ପର ପାଇପରୁ ଅହରହ ପାଣି ବାହାରି ରାସ୍ତା କଡରେ ନଷ୍ଟ ହେଉଥିବା ଭଳି ଏକ ଅଭାବନୀୟ ନଜୀର ଦେଖିବାକୁ ମିଳିଛି ।  ଏନେଇ ସ୍ଥାନୀୟ  ଲୋକେ ବିଭାଗୀୟ କର୍ମଚାରୀ ଓ ଯନ୍ତ୍ରୀଙ୍କ ଦୃଷ୍ଟି ଆର୍କଣ କରିଥିଲେ  ମଧ୍ୟ ଏହାକୁ ଅଣଦେଖା କରାଯିବାରୁ ସାଧାରଣରେ ଅସନ୍ତଷ ଦେଖାଦେଇଛି । ପ୍ରକାଶ ଥାଉକି ଗତ ୧୪ ବର୍ଷ ମଧ୍ୟରେ ପ୍ରାୟ ୪ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ  ହରଭଙ୍ଗା ଗ୍ରାମରୁ  ମହାନଦୀ ରୁ ପାଇପ ଯୋଗେ ପାଣି ଯୋଗାଇ ଦେବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମହାନଦୀ କୂଳରେ ଓ ମଝିରେ ଏବଂ ଏକ ଓଭରହେଡ ଟାଙ୍କି ଆଦି ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ଗ୍ରାମର ସମସ୍ତ ବସତି କୁ ଜଳ ଯୋଗାଣ ଏଯାଏଁ ସମ୍ଭବପର ହୋଇାହିଁ । ଏପରିକି ପାଇପ ଯୋଗେ ଜଳ ଯୋଗାଣ ରୁ ବଞ୍ଚିତ ହେଉଥିବା ବସତିର କିଛି ଲୋକେ ନଳକୂପ ରୁ ବାହାରୁଥିବା ଫ୍ଲୋରାଇଡ ଯୁକ୍ତ ପାଣି ପିଇବା ଦ୍ୱାରା ବିଡନି ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିଲେ ମଧ୍ୟ ଉକ୍ତ ବସତି ଗୁଡିକୁ ବତ୍ତମାନ ସୁଦ୍ଧା ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରି ନାହିଁ । ଏହା ବିଭାଗୀୟ କାର୍ଯ୍ୟ ଶୈଳି ଉପରେ ପ୍ରଶ୍ନଚିହ୍ନ ଲଗାଇଛି । କେବଳ ହରଭଙ୍ଗା ନୁହେଁ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିôବା ଗ୍ରାମ ଗୁଡିକ ରେ ରହୁଥିବା ଲୋକଙ୍କୁ ବିଶୁଦ୍ଧ ପାଣୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ନେଇ ପ୍ରତି ବର୍ଷବ କୋଟି କୋଟି ଟଙ୍କା ବ୍ୟୟରେ ଜଳ ଯୋଗାଣ ପ୍ରକଳ୍ପ ମାନ ଛତୁ ଫୁଟିଲା ଭଳି ନିର୍ମାଣ ହେଉଛି । ହେଲେ ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ ପୁର୍ବରୁ ଦାୟତ୍ୱରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କ ଦୂରଦୃଷ୍ଟି ର ଅଭାବ ଓ ତୃଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଗ୍ରୀଷ୍ମ  ଋତୁରେ ଅଧିକାଂଶ ପ୍ରକଳ୍ପ ଅଚଳ ହୋଇ ପଡୁଥିବା ରୁ ସ୍ଥାନୀୟ ଜନସାଧାରଣ ଜଳ କଷ୍ଟର ସମ୍ମୁଖିନ ହୋଇ ଯୋଜନାର ସୁଫଳ ପାଇବାରୁ ପଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଆଗାମୀ ବର୍ଷ ଠାରୁ ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ତାପ ଅହେତୁ ଭାଭେ ବୃଦ୍ଧି ପାଇବାର ସମ୍ଭାବନାକୁ ନେଇ ପୁର୍ବାନୁମାନ କରାଯାଉଥିବାରୁ ଏହାକୁ ଅଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଜଳ ସଙ୍କଟର ମୁକାବିଲା ପାଇଁ ଯଦି ଆଗୁଆ ପଦକ୍ଷେପ ନିଆନଯାଏ ତାହେଲେ ଏହାର କୁପରିଣାମ ଜଟିଳ ମୋଡ ନେବ ବୋଲି ବୁଦ୍ଧିଜୀବି ମହଲରେ ପତପ୍ରକାଶ ପାଉଛି । ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ମାନସ ରଂଜନ ପରିଡା ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସଂପୃକ୍ତ ଠିକାଦାର ଅଧାରୁ କାମ ବନ୍ଦ କରି ଚାଲିଯାଇଥିବାରୁ ଅସମ୍ପୁର୍ଣ୍ଣ ପ୍ରକଳ୍ପ ପାଇପରୁ ପାଣି ଯାଉଥିବାର ଜାଣିବାକୁ ପାଇଲୁ । ଆମେ ତାଙ୍କୁ ଚିଠି କରୁଛୁ । ସେ ଆସି ଯଥା ଶ୍ରୀଘ୍ର ପ୍ରକଳ୍ପ କାର୍ଯ୍ୟ ସମ୍ପୁର୍ଣ୍ଣ କରିବେ ବୋଲି କହିଥିଲେ  ।

0
0
0
s2sdefault