ହେଡଲାଇନସ୍:

ନୃସିଂହନାଥ ପୀଠର ଅଧିକ ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଲୋଡ଼ା : ବିଧାୟକ ଶ୍ରୀ ପୁରୋହିତ  

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବୈଶାଖ ମେଲାରେ ସାଂସ୍କୃତିକ ମହୋତ୍ସବ

Bhubaneswar: ଶ୍ରୀ ଶ୍ରୀ  ନୃସିଂହନାଥ ପୀଠ ଓ ଗନ୍ଧମାର୍ଦ୍ଦନ ପର୍ବତ ଆଧ୍ୟାତ୍ମିକତା ଆଉ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ ସ୍ଥଳୀ | ଏଠାକୁ ବର୍ଷ ତମାମ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆବାଗମନ ହୋଇଥାଏ | ଏହାର ବିକାଶ ଲାଗି ଓ ଏହାକୁ ଟୁରିଷ୍ଟ ଫ୍ରେନ୍ଡଲି କରିବା ପାଇଁ ଅନେକ କିଛି କରାଯିବାର ଆବଶ୍ୟକତା ଅଛି | କିଛି ପଦକ୍ଷେପ ନିଆଯାଇଛି | ନୃସିଂହନାଥ ଓ ହରିଶଙ୍କର ମଧ୍ୟରେ ରୋପ ୱେ ପାଇଁ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି | ଆହୁରି ବହୁତ କିଛି କରିବାର ଅଛି | ଏଥିପାଇଁ ସମ୍ମିଳିତ ଉଦ୍ୟମ ଲୋଡ଼ା ବୋଲି  ପଶ୍ଚିମ ଓଡିଶାର ବରଗଡ଼ଜିଲ୍ଲା ପାଇକମାଳ ନୃସିଂହନାଥ ପୀଠରେ ମାର୍ଜ୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ  ମହାପ୍ରଭୁଙ୍କ ଜନ୍ମୋତ୍ସବ ଅବସରରେ ଆୟୋଜିତ ସାଂସ୍କୃତିକ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ମତବ୍ୟକ୍ତ କରିଛନ୍ତି | 

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପୁରୋହିତ  ଶ୍ରୀ ଶ୍ରୀ  ନୃସିଂହନାଥ ପୀଠ ଓ ଗନ୍ଧମାର୍ଦ୍ଦନ ପର୍ବତ ଆଧ୍ୟାତ୍ମିକତା ଆଉ ପର୍ଯ୍ୟଟନ ଦିଗ ଉପରେ ତଥ୍ୟଭିତ୍ତିକ ଅବତାରଣା କରିଥିଲେ | ଯୁବ ସଂଗଠକ ତଥା ସଂସ୍କୃତି ଗବେଷକ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ସଂଯୋଜନାରେ  ଶ୍ରୀ ଶ୍ରୀ  ନୃସିଂହନାଥ ମନ୍ଦିର ଟ୍ରଷ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଉତ୍ସବର ଆଭିମୁଖ୍ୟ ଉପରେ ସୂଚନା ଦେବା ସହ ପୀଠର ମାହାତ୍ମ୍ୟ ଓ ପର୍ଯ୍ୟଟନ ଗୁରୁତ୍ବ ଉପରେ ଆଲୋଚନା କରିଥିଲେ | ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଞ୍ଚଳିକ ଦେବୋତ୍ତର ନିରୀକ୍ଷକ ପ୍ରଦୀପ ଗୁରୁ ଏହି ପୀଠର ବିକାଶ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି କହିଥିଲେ |

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା ଶାସକ ପ୍ରଶାସକର ସମ୍ପାଦକ ଗିରିଜା ଶଙ୍କର ଦାଶ କହିଥିଲେ ଯେ ନୃସିଂହନାଥ ଭଳି ପର୍ଯ୍ୟଟନ ସମ୍ପଦରେ ଭରା ତଥା ପୌରାଣିକ ଓ ଐତିହାସିକ କିମ୍ୱଦନ୍ତୀ ସହ ସଂଯୁକ୍ତ ଧରୋହର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ଏହି ପୀଠର ଭିତ୍ତିଭୂମି ବିକାଶ ଆବଶ୍ୟକତା ରହିଛି | ବିଧାୟକ ଶ୍ରୀ ପୁରୋହିତଙ୍କ ବଳିଷ୍ଠ ନେତୃତ୍ୱ ତଥା ମାର୍ଗଦର୍ଶନ , ଦେବୋତ୍ତର ନିରୀକ୍ଷକ ଶ୍ରୀଗୁରୁ ଙ୍କ ସହଯୋଗ ଓ ସର୍ବପରି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପିଠା ଉଲ୍ଲେଖନୀୟ ବିକାଶ ଲାଭ କରିଥିଲେ | ଏହାପରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଚିତ୍ତାକର୍ଷକ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା |

0
0
0
s2sdefault