ହେଡଲାଇନସ୍:

 ମୟୂରଭଞ୍ଜ : ୫ଟି ବୁଥରେ ସରିଲା ସାନି ମତଦାନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବାରିପଦା(ଦିଲ୍ଲୀପ ମହାନ୍ତି )-  ଆଜି ମୟୂରଭଞ୍ଜ ଜିଲ୍ଲାର ୫ଟି ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ସାନି ମତଦାନ । ଏହି ୫ଟି ବୁଥରେ ଥିବା ମୋଟ ୪ ହଜାର ୯ ଶହ ୬୭ ଜଣ ମହିଳା ଓ ପୁରୁଷ ଭୋଟରମାନଙ୍କ  ମଧ୍ୟରୁ ୭୦.୪୯ ପ୍ରତିଶତ ହାରରେ ମୋଟ ୩, ୫୦୧ ଜଣ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିଲେ । ଏହା ବାରିପଦା ନିର୍ବାଚନ ମଣ୍ଡଳୀରୁ ୪, ୦୯୧ ଭୋଟରଙ୍କ ମଧ୍ୟରୁ ୬୮.୪୯ ପ୍ରତିଶତ ହାରରେ ମୋଟ ୨, ୮୦୨ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ଆଜି ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୬ରେ ଶେଷ ହୋଇଥିଲା ଏବଂ ଭୋଟରମାନେ ଆଗ୍ରହର ସହକାରେ ଭୋଟ ଦେବା ପାଇଁ ଧାଡ଼ିବାନ୍ଧି ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରୀଷ୍ମ ପ୍ରବାହକୁ ଦେଖି ଏହି ସମସ୍ତ ବୁଥଗୁଡ଼ିକରେ ଭୋଟରମାନଙ୍କ ବିଶ୍ରାମ ନିମନ୍ତେ ରେଷ୍ଟସେଡ଼ ସେମାନଙ୍କ ପାଇଁ  ବିଶୁଦ୍ଧ ପାନୀୟ ଜଳ, ହୁଇଲ ଚେୟାର ଆଦିର ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା । ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଏହି ରି-ପୋଲିଂରେ ବାରିପଦା ନିର୍ବାଚନ ମଣ୍ଡଳୀ ତଥା ବାରିପଦା ପୌରପରିଷଦର ୨୬ ନମ୍ବର ୱାଡର ୧୬ ନମ୍ବର ଭୁଗୁଡ଼ାକଟା-୧ ବୁଥରେ ୧୩୬୫ ମହିଳା ଓ ପୁରୁଷ ଭୋଟରଙ୍କ ମଧ୍ୟରୁ  ୬୧.୯୮ ପ୍ରତିଶତ ହାରରେ  ମୋଟ  ୮୪୬ ଜଣ ମତଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରିଥିଲେ । ଉକ୍ତ ବୁଥରେ ମୟୂରଭଞ୍ଜ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡ଼ି ପ୍ରାର୍ଥୀ ଡ଼ା. ଦେବାଶିଷ ମାର୍ଣ୍ଡି ଉପସ୍ଥିତ ରହି ଭୋଟ ଦେଇଥିଲେ । ତେବେ ଉକ୍ତ ବୁଥରେ ବିଜେପି ଓ ବିଜେଡ଼ି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖା ଦେଇଥିଲା । ସେହିପରି ପୌରପରିଷଦର ୧୯ ନମ୍ବର ବୁଥ ପୂର୍ଣ୍ଣଚନ୍ଦ୍ରପୁରରେ ୧,୧୮୧ ଜଣ ଭୋଟରଙ୍କ ମଧ୍ୟରୁ  ୬୩.୧୭ ପ୍ରତିଶତ ହାରରେ ମୋଟ ୭୪୬  ଜଣ, ଖୁଣ୍ଟା ବ୍ଲକର ୧୬୬ ନମ୍ବର ବିସିପୁର ପଞ୍ଚାୟତର ଆଠପଡ଼ା ବୁଥରେ ୯୪୫ ଜଣ ଭୋଟରଙ୍କ ମଧ୍ୟରୁ ୮୧.୯୦  ପ୍ରତିଶତ ହାରରେ ୪୭୪  ଜଣ ଏବଂ ବଡ଼ସାହି ବ୍ଲକର ୨୪୮ ନମ୍ବର ବୁଥ ଖାନୁଆ-୨ରେ ୬୦୦ ଭୋଟରମାନଙ୍କ ମଧ୍ୟରୁ   ୭୨.୬୭ ପ୍ରତିଶତ ହାରରେ ୪୩୬   ମୋଟ  ଜଣ ଏବଂ  ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ୧୦୪ ନମ୍ବର କଖାରୁଶୋଳ ବୁଥରେ ୮୭୬ ଜଣ ଭୋଟରଙ୍କ ମଧ୍ୟରୁ ୭୯.୭୯ ପ୍ରତିଶତ ହାରରେ ମୋଟ ୬୯୯ ଜଣ ମତଦାତା ସେମାନଙ୍କର ଭୋଟ ଦେଇଥିବାର ଜଣାପଡ଼ିଛି । ଭୋଟ ଗ୍ରହଣ ଶେଷ ହେବା ପରେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ ଓ ଭିଭିପେଟ ମେସିନ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲା ଏବଂ ଏହାକୁ ଇଭିଏମ ଷ୍ଟ୍ରଙ୍ଗରୁମକୁ ପଠାଇ ଦିଆଯାଇଥିଲା । 

                   ସୂଚନା ଯୋଗ୍ୟ ଯେ, ଏପ୍ରିଲ ୨୯ରେ ଅନୁଷ୍ଠିତ  ୪ର୍ଥ ପର୍ଯ୍ୟାୟକ ମତଦାନ ସମୟରେ ଏହି ୫ଟି ବୁଥରେ ଇଲେକ୍ଟେ୍ରାନିକ ଭୋଟିଂ ମେସିନ ଇଭିଏମ ଓ ଭିଭିପେଟରେ ଗଡ଼ବଡ଼ ଦେଖା ଦେଇଥିବାରୁ ଉକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ବୋଥରେ ସାନି ମତଦାନ ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଥିଲେ ଏବଂ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ମେ ୧୯ରେ ଅନୁଷ୍ଠିତ   ୭ମ ତଥା ଶେଷ ପର୍ଯ୍ୟାୟ ମତଦାନ ସହ ଏହି ୫ଟି ବୁଥରେ ସାନି ମତଦାନ କରାଇବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

 

 

0
0
0
s2sdefault