ହେଡଲାଇନସ୍:

ଦାଦନରେ ବନ୍ଧା ପଡିଛି ସୁନେଲି ସ୍ବପ୍ନ: ଲାଗିବ କି ମେହେନ୍ଦି ଧନମନ୍ତୀଙ୍କ ହାତରେ !!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା/ପ୍ରିୟବ୍ରତ ପଣ୍ଡା : ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ପଞ୍ଚାୟତ ର ସଗୁନଭାଡ଼ି ଗ୍ରାମ ରୁ ଆସିଛି ଏମିତି ଏକ ଖବର ଯାହା ଯେ କୌଣସି ସମ୍ବେଦନଶୀଳ ବ୍ୟକ୍ତି ହୃଦୟରେ ବେଦନା ଭରିଦେବ । ଦାଦନରେ ବନ୍ଧା ପଡିଛି ଧନମତିଂକ ସୁନେଲି ସ୍ବପ୍ନ | ଚଟିଆଗୁଡା ପଞ୍ଚାୟତ ର ସଗୁନଭାଡ଼ି ଗ୍ରାମର ଧନମତି ବାଗ | ତାଙ୍କର  ବାହାଘର ଧାର୍ଯ୍ୟ ହୋଇଛି ଏଇ କିଛିଦିନ ପରେ | ହେଲେ ସେ ଏବେ ବନ୍ଧା ପଡିଛନ୍ତି ଆନ୍ଧ୍ରପ୍ରଦେଶ ର ବିଜୟୱାଡାର ଏକ ଇଟା କାରଖାନାରେ । କାରଖାନା ମାଲିକ ମନା କରିଦେଇଛନ୍ତି ଫେରିବାକୁ | ହେଲେ ଏପଟେ ଜାହା ମାଧ୍ୟମ ରେ ସେ ଦାଦନ ହୋଇ ଯାଇଛନ୍ତି ସେ ଧନମତିଙ୍କୁ ସମୟ ଉପରେ ଫେରେଇ ଆଣିବା କୁ କହୁଛନ୍ତି । ପ୍ରଶାସନର ନଜରକୁ କଥାଟି ଅଣାଯାଇଛି | ଦେଖାଯାଉ ଧନମତି ଯିଏ ବାହାଘର ଖର୍ଚ୍ଚ ଉଠେଇବାକୁ ଦାଦନ ହୋଇ ଯାଇଥିଲେ ତାଙ୍କ ବାହା ବେଦୀ ସଜାଯିବ ନା ସ୍ୱପ୍ନ ହୋଇ ରହିଯିବ |

0
0
0
s2sdefault