ହେଡଲାଇନସ୍:

ପଦ୍ମପୁର ପୋଲିସକୁ ସଫଳତା : ଲୁଟ ଘଟଣାରେ ସମ୍ପୃକ୍ତ ୬ ଡକାୟତ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)

ଗତ ୧୨ ତାରିଖରେ ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅଂଚଳରେ ଘଟିଥିବା ଏକ ଡକାୟତି ଘଟଣାରେ ବୁଡ଼େନ ଥାନା ପୋଲିସକୁ ମିଳିଛି ସଫଳତା | ଏହି ଡ଼କାୟତିରେ ବା ଲୁଟରେ ସମ୍ପୃକ୍ତି ଅଭିଯୁକ୍ତ ମାନଙ୍କୁ ବୁଡ଼େନ ପୋଲିସ ଗିରଫ କରିଛି |

ଅଭିଯୋଗ ଅନୁଯାୟୀ ମେ ୧୨ ତାରିଖରେ ବାବୁଲାଲ ମେହେର ନାମକ ଜଣେ ବ୍ୟକ୍ତି କିଛି ଯୁବକ ତାଙ୍କଠାରୁ ବାଟରେ ଆସୁଥବା ବେଳେ ଟ.୩୪,୩୩୬ଙ୍କା ଏକ ବାଇକ ଏବଂ ଗୋଟିଏ ଟାଵଲେଟ ଓ ମୋବାଇଲ ଲୁଟି ନେଇ ତାଙ୍କୁ ଜଙ୍ଗଲରେ ଗଛରେ ବାନ୍ଧି ପଳାଇଥିବାର ଅଭିଯୋଗ କରିଥିଲେ । ଏ ନେଇ ବୁଡେନ ଥାନାରେ ଦଫା ୟୁ/ଏସ ୩୯୫/୪୧୨ ଆଇ.ପି.ସି. କେସ ନଂ. ୩୪, ୧୨.୦୪.୦୧୯ ଅନୁଯାୟୀ ଏକ କେସ ରୁଜ୍ଜୁ କରି ପଦ୍ମପୁର ପୋଲିସ ଡକାୟତମାନଙ୍କୁ ଗତକାଲି ଗିରଫ କରିଥିବାର ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନିରେସୁଚନା ଦେଇଛନ୍ତି । ଡକାୟତି ସାମଗ୍ରି ସହ ୨ ଟି ବାଇକକୁ ପୋଲିସ ଜବତ କରିଥିବା ବୁଡ଼େନ ଥାନା ଅଧିକାରୀ ସୁଚନା ଦେଇଛନ୍ତି । 

0
0
0
s2sdefault