ହେଡଲାଇନସ୍:

ଚାଷୀ ନିର୍ମାଣ କଲେ ଧୁମହୀନ କିଶାନ ବାଇକ୍: ଦେଖିବାକୁ ଜମୁଛି ଲୋକଙ୍କ ଭିଡ 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବୌଦ୍ଧ(ସୁମନ୍ ଲଉରିଆ) ଅଦମ୍ୟ ଇଛାଶକ୍ତି ଓ ନିଷ୍ଠା ଥିଲେ ଯେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ଏହା ପ୍ରମାଣ କରି ଦେଖାଇଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମର ଯୁବ ଚାଷୀ ଦିଲ୍ଲିପ ମହାପାତ୍ର । ସେ ଦୀର୍ଘଦିନ ଧରି ନିଜସ୍ୱ ଉଦ୍ୟମରେ ନିଜର ଏକ ପୁରୁଣା ରାଜଜୁଦ୍ ବାଇକର ଯନ୍ତ୍ରାଶଂ କୁ ବ୍ୟବହାର କରି ଅକ୍ଲାନ୍ତ ପରିଶ୍ରମ ବଳରେ ନିର୍ମାଣ କରିଛନ୍ତି ଏକ ବ୍ୟାଟେରି ଚାଳିତ କିଶାନ ବାଇକ୍ । ଏଥିରେ ଲଗାଯାଇଥିବା ବ୍ୟାଟେରିକୁ ପ୍ରାୟ ୪ , ୫ ଘଣ୍ଟା ସମୟ ପର୍ଯ୍ୟନ୍ତ ଥରେ ଚାର୍ଜ କଲେ ଏହା ଅତି ସହଜରେ ୭୦ ରୁ ୮୦ କିମି ପର୍ଯ୍ୟନ୍ତ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଏହା ଚାଲୁଥିବା ବେଳେ ଆଦୌ ଧୂଆଁ ନିର୍ଗତ ହେଉନଥିବାରୁ ସଂପୁର୍ଣ୍ଣରୁପେ ପ୍ରଦୁଷଣ ମୁକ୍ତ ଅଟେ । ଉଦ୍ୟମ ଚାଷୀ ଦିଲ୍ଲିପଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଉଦ୍ଭାବନ ଏହି ପ୍ରଦୁଷଣ ବିହୀନ କିଶାନ ବାଇକ ସମ୍ବନ୍ଧରେ ଜଣା ପଡିବାପରେ ଏହାକୁ ଦେଖିବା ପାଇଁ ପ୍ରତିଦିନ ବିଭିନ୍ନ ଅଂଚଳରୁ ଶତାଧିକ ଲୋକଙ୍କର ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି । ସେ ଏହି କିଶାନ ବାଇକ ପ୍ରସ୍ତୁତ କରିବା ପାଇଁ ନିଜର ପୁରୁଣା ରାଜଦୁତ୍ ମୋଟର ସାଇକେଲର କେତେକ ଯନ୍ତ୍ରାଂଶ ସହିତ ବ୍ୟାଟେରି ସରଞ୍ଜାମ ବାବଦକୁ ପ୍ରାୟ ପାଖାପାଖି ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ପ୍ରକାଶ କରିଛନ୍ତି । ସ୍ଵଦେଶୀ ଜ୍ଞାନ କୌଶଳରେ ତାଙ୍କ ଦ୍ୱାରା ନିର୍ମିତ ଏହି କିଶାନ ବାଇକ ର ଅଧିକ ଉନ୍ନତିକରଣ ପାଇଁ ପ୍ରଶାସନ କିମ୍ବା ରାଜ୍ୟ ସରକାର ଙ୍କ ପକ୍ଷରୁ ଆର୍ଥିକ ଅବଦାନ ଯୋଗଇ ଦିଆ ଗଲେ ଅତ୍ୟାଧୁନିକ ଜ୍ଞାନ କୌଶଳ ବିନିଯୋଗ କରି ଏଥିରେ ବ୍ୟାପକ ପରିବର୍ତନ ଆଣିପାରିବେ ବୋଲି ଦିଲ୍ଲିପ ମହାପାତ୍ର କହିଛନ୍ତି ।  

 

0
0
0
s2sdefault