ହେଡଲାଇନସ୍:

ଜରାଜିର୍ଣ୍ଣ କୋଠରୀରେ ଚାଲିଛି ହୋମିଓପାଥିକ ଡାକ୍ତରଖାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୌଦ୍ଧ(ସୁମନ୍ ଲଉରିଆ) ; ସମୟାନୁକ୍ରମେ ଗ୍ରାମାଞ୍ଚଳ ଗୁଡିକରେ ହୋମିଓପାଥିକ ଚିକିତ୍ସା ଓ ଉପଚାର ପ୍ରତି ଲୋକଙ୍କର ଆସ୍ଥା ବୃଦ୍ଧି ପାଉ ଥିବାରୁ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଏହି ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ ଦେଇଆସୁଛନ୍ତି । ତଦନୁଯାଇ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳ ଗୁଡିକରେ  ଅନେକ ଗୁଡିଏ ହୋମିଓପାଥିକ ଡାକ୍ତରଖାନା ପ୍ରତିଷ୍ଠା କରି ରୋଗୀସେବା ଯୋଗାଇ ଦେବା ପାଇଁ ଲକ୍ଷାଧିକ ଟଙ୍କାର ଔଷଧ , ଆନୁସଙ୍ଗିକ ସାମଗ୍ରୀ ସହିତ ସ୍ୱତନ୍ତ୍ର ଭାବେ ଶିକ୍ଷା ଗ୍ରହଣ କରିଥିବା ସ୍ୱିକୃତିପ୍ରାପ୍ତ ଡାକ୍ତର ଓ ଷ୍ଟାଫଙ୍କୁୁ ନିଯୁକ୍ତି ଦେଇଆସୁଛନ୍ତି ।   ହେଲେ ଏତେସବୁ ଜନକଲ୍ୟାଣକାରୀ ବ୍ୟବସ୍ଥା ଥିବା ସତ୍ୱେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର କୁଶଙ୍ଗ ଠାରେ ୧୮.୮.୧୯୭୬ ମସିହାରୁ ଶୁଭାରମ୍ଭ ହୋଇଥିବା ହୋମିଓପାଥିକ ଡାକ୍ତରଖାନା କୋଠରୀ ଗୁଡିକ ଦୀର୍ଘଦିନ ହେଲା ରକ୍ଷଣା ବେକ୍ଷଣ ଓ ମରାମତି ଅଭାବରୁ ଅତ୍ୟନ୍ତ ଜରାଜିର୍ଣ୍ଣ ଅବସ୍ଥାରେ ପଡିରହିଛି ।  ଏହି ଡାକ୍ତରଖାନା ର କୋଠରୀ ଗୁଡିକରେ ଅନେକ ଗୁଡିଏ ଫାଟ ସୃଷ୍ଟିହେବା  ସହିତ ଘରଉପରେ ଥିବା ଆଜବେଷ୍ଟସ ଛାତ ଗୁଡିକ ଅନେକ ସ୍ଥାନରେ ଫାଟି ମେଲାହୋଇ ରହିଥିବା ଦେଖାଯାଇଛି । ଫଳରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏହି ଡାକ୍ତରଖାନାକୁ ସ୍ୱାସ୍ଥ୍ୟସେବା ପାଇଁ ଆସୁଥିବା କେବଳ ରୋଗୀ ଓ ସେମାନଙ୍କ ସମ୍ପର୍କିୟ କାହିଁକି ଏଠାରେ ନିଯୁକ୍ତ ହୋଇଥିବା ଡାକ୍ତର ଓ ଷ୍ଟାଫ ମଧ୍ୟ ଭୟ କରୁଥିବା ଲକ୍ଷ୍ୟ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଆଜି ଯାଏଁ ଏଠାରେ ନିୟୋଜିତ ଡାକ୍ତର ତଥା ତାଙ୍କ ଅଧିନସ୍ଥ କର୍ମଚାରୀ ଙ୍କ ପାଇଁ କୌଣସି ପରିଶ୍ରାଗାର କିମ୍ବା ଶୌଚାଳୟ ଟିଏ ମଧ୍ୟ ନିର୍ମାଣ ହୋଇନାହିଁ । ସେହିପରି ବର୍ତ୍ତମାନ ଯାଏଁ ଉକ୍ତ ଚିକିତ୍ସାଳୟକୁ ବିଦୁ୍ୟତ ଓ ପାଇପଲାନ ଯୋଗେ ପାନୀୟଜଳ ସଂଯୋଗ ହୋଇନଥିବାରୁ ହୋମିଓପାଥିକ ସ୍ୱାସ୍ଥ୍ୟସେବା ପ୍ରତି ପ୍ରଶାସନିକ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଏତେ ସବୁ ସମସ୍ୟା ଭିତରେ କିଭଳି ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଥିବ ତାହା ସ୍ପଷ୍ଟ ଅନୁମେୟ ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।   

 

 

 

 

 

 

 

0
0
0
s2sdefault