ହେଡଲାଇନସ୍:

ଲୋକେ ହନ୍ତସନ୍ତ, ଜୀବନ ଅସ୍ତବ୍ୟସ୍ତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଅସହ୍ୟ ତାତି ସାଙ୍ଗକୁ ଅଘୋସିତ ବିଦ୍ୱ୍ୟତ କାଟରେ ସନ୍ତୁଳି ହେଉଛନ୍ତି ନୂଆପଡାବାସୀ 

ନୂଆପଡା (ଅମିତ ପୁରୋହିତ); ସଦର ବ୍ଲକରେ ଜନସାଧାରଣ ଅସହ୍ୟ ତାତି ଯୋଗୁଁ ଅସ୍ତବ୍ୟସ୍ତ ହେଉଥିବା ବେଳେ ଲୋ ଭୋଲଟେଜ ଏବଂ ଅଘୋସିତ ବିଦ୍ୱ୍ୟତ କାଟ କଟା ଘା ରେ ଲୁଣ ସଦୃଶ୍ୟ ହୋଇପଡିଛି । ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବାରୁ ଦିନ ୧୦ ଟା ବେଳୁ ରାସ୍ତା ଘାଟ ଜନ ଶୂନ୍ୟ ହୋଇ ପଡୁଛି । ଗରମରେ ଲୋକେ ଛଟପଟ ହେଉଛନ୍ତି । ଏହା ସହିତ ବାରମ୍ବାର ଅଘୋସିତ ବିଦ୍ୱୁ୍ୟତ କାଟ ସାଙ୍ଗ କୁ ଲୋ ଭୋଲଟେଜ ପାଇଁ ଘର ଭିତରେ ରହିବା ମୁସ୍କିଲ ହୋଇପଡୁଛି । ଏ ନେଇ ଜନସାଧାରଣ ଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବିଦ୍ୱୁ୍ୟତ ବିଭାଗୀୟ ଏସଡିଓ ଙ୍କୁ ପଚାରିବାରୁ ଉପରୁ ଯେତିକି ମାତ୍ରାରେ ବିଦ୍ୱୁ୍ୟତ ସପ୍ଲାଏ ହେବା କଥା ତା ଠାରୁ ତାହାର ଅଧାରୁ କମ୍ ହେଉଥିବାରୁ ଏମିତି ଅସୁବିଧା ହେଉଛି ବୋଲି କହିଛନ୍ତି । ନୂଆପଡାରେ ଗ୍ରିଡ୍ ସ୍ଥାପନ ପୂର୍ବରୁ ଏମିତି ଅସୁବିଧା ରହିଥିଲା ।  ଗ୍ରିଡ୍ ସ୍ଥାପନ ପରେ ଏପରି ଅସୁବିଧା ହେବ ନାହିଁ ବୋଲି ଲୋକେ ଭାରି ଖୁସି ଥିଲେ । କିନ୍ତୁ ଏବେ ତାଙ୍କର ସେ ଖୁସି କୁଆଡେ ମଉଳି ଯାଇଛି । ପ୍ରତ୍ୟେକ ଏକ ଘଂଟା ଦୁଇ ଘଂଟା ଅନ୍ତରରେ ବିଦ୍ୱୁ୍ୟତ କାଟ ଲୋକଙ୍କ ମନରେ ଥିବା ଅସନ୍ତୋଷ କୁ ବୃଦ୍ଧି କରିବାରେ ଲାଗିଛି । ବାଟୋଇ ମାନଙ୍କ ପାଇଁ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ଖୋଲା ଯାଇଥିବା ଜଳଛତ୍ର ଗୁଡିକ ଅକାମୀ ହୋଇପଡିଛି ।  ଖାଲି ମାଠିଆ ସାଙ୍ଗକୁ ଜଳଛତ୍ର ଲେଖା ହୋଇଥିବା ବ୍ୟାନର ଦୃଶ୍ୟ ମାନ ହେଉଛି । ପାଣି ବୁନ୍ଦିଏ ପାଇଁ ବାଟୋଇ ଡହଳବିକଳ ହେଉଛନ୍ତି । ଏନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ତଦାରଖ କରି ଉଚିତ ପଦକ୍ଷେପ ନେବେ ବୋଲି କହିଛିନ୍ତି ।       

 

0
0
0
s2sdefault