ହେଡଲାଇନସ୍:

 ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ବୈଶାଖ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପଶ୍ଚିମ ଓଡ଼ିଶାରେ ପବିତ୍ର ପୁଣ୍ୟ ପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ବରଗଡ ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ଗୌରବ ଓ ଅଭିମାନ ,ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ର ଦୁର୍ଗାପାଲି ରାଜସ୍ବ ଗ୍ରାମରେ ଅବସ୍ଥିତ ମହାପ୍ରଭୁ ନୃସିଂହନାଥ ଙ୍କର ପିଠ । ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଏହି ପୀଠ କୁ ପ୍ରତ୍ୟେଜ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଓ ପର୍ଯଟକ ମାନଙ୍କର ସୁଅ ଛୁଟିଥାଏ। ବୈଶାଖ ଚତୁର୍ଦ୍ଦଶୀ ମହାପ୍ରଭୁଙ୍କ ଜନ୍ମ ଦିନ ଭାବରେ ପାଳନ କରାଯାଏ । ଏହି ଅବସରରେ ମହାପ୍ରଭୁଙ୍କ ଙ୍କର ଏହି ପୀଠ ରେ ପ୍ରବଳ ଜନସମାଗମ ହେଇଥାଏ । ମହାପ୍ରଭୁଙ୍କ ଙ୍କର ଜନ୍ମ ଦିନକୁ ବୈଶାଖ ମେଳା ନାମରେ ଖୁବ ପରିଚିତ ।

କିମ୍ବଦନ୍ତୀ ଓ ଐତିହାସିକ ମାନଙ୍କର ମତ ଅନୁସାରେ ମନ୍ଦିର ନିର୍ମାଣର ପରଠାରୁ ମହାପ୍ରଭୁଙ୍କ ଏହି ବୈଶାଖ ମେଳା ପ୍ରତ୍ୟେକ ବର୍ଷ ମହାସମାରୋହରେ ପାଳନ କରାଯାଉଛି । ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ଏହି ମେଳାକୁ ଅତି ଆଡମ୍ବରରେ ପାଳନ କରାଯିବାର ନିଷ୍ପତ୍ତି ହେଇଛି । ଗତ ବାର ତାରିଖ ଦିନ ହେଇଥିବା ପ୍ରସ୍ତୁତି ବୈଠକରେ ନିଆ ଯାଇଥିବା ନିଷ୍ପତ୍ତି ଅନୁସାରେ ପ୍ରସ୍ତୁତି କାର୍ଯର ଜୋରସୋରରେ ଆଗେଇ ଚାଲିଛି । ମେଳା ସମୟରେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ବ୍ୟବସ୍ଥା ସହିତ ମେଳାକୁ ଆସୁଥିବା ତୀର୍ଥଯାତ୍ରୀ , ପର୍ଯଟକ ଓ ବ୍ୟବସାୟୀ ମାନଙ୍କର ସବୁପ୍ରକାର ସୁବିଧା ପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଛି ଗଲାଣି । ମନ୍ଦିର ପ୍ରଶାସନ, ସେବାୟତ, ସ୍ବେଚ୍ଛାସେବୀ, ସ୍ତାନୀୟ ପ୍ରଶାସନ ସମସ୍ତେ ମିଳିତ ଭାବରେ ଏହି ମେଳାକୁ ସଫଳ କରିବା ନିମନ୍ତେ ନିଜ ନିଜ ଯୋଗଦାନ ଦେଉଥିବା ଲକ୍ଷ କରାଯାଉଛି । ଆସନ୍ତା ମେ ତେର ତାରିଖରୁ ଅଠର ତାରିଖ ପର୍ୟ୍ଯନ୍ତ ହେବାକୁ ଥିବା ଏହି ପବିତ୍ର ମେଳା ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ । ସମସ୍ତ ତୀର୍ଥଯାତ୍ରୀ , ପର୍ଯଟକ , ମାନେ ବହୁ ସଂଖ୍ୟାରେ ଏହି ଅବସରରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରି ପୁଣ୍ୟ ଅର୍ଜନ କରିବା ସହିତ ମେଳାକୁ ସଫଳ କରିବା ରେ ସହଯୋଗ କରିବା ନିମନ୍ତେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ର କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଅନୁରୋଧ କରିଛନ୍ତି ।।

 

0
0
0
s2sdefault