ହେଡଲାଇନସ୍:

ଗୁଣପୁର ମାଟିର ଗୌରବ ବରିଷ୍ଠ ଡାକ୍ତର ଙ୍କୁ ଏବିଭିପି ତରଫରୁ ସମ୍ବର୍ଦ୍ଧନା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗୁଣ ର ଭଣ୍ଡାର ଗୁଣପୁର ଅନେକ ସୁଯୋଗ୍ୟ ସନ୍ତାନ ଙ୍କୁ ଜନ୍ମ ଦେଇଛି । ଏହି ଗୁଣପୁର ମାଟି ର ଗର୍ବ ଓ ଗୌରବ ବଢ଼ାଉଥିବା ସେହିଭଳି ଜଣେ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ଡ଼ଃ ଶ୍ରୀକାନ୍ତ ଦାସ । ସେ ପୂର୍ବରୁ ଦୀନ ଦୟାଲ୍ ଉପାଧ୍ୟାୟ ମେଡ଼ିକାଲ, ଦିଲ୍ଲୀ ରେ ବରିଷ୍ଠ ନ୍ୟୁରୋ ସର୍ଜନ ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ହରିୟାଣା ରେ ସେବା ପ୍ରଦାନ କରୁଛନ୍ତି । ତାଙ୍କ ଗୁଣପୁର ଗସ୍ତ ସମୟରେ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଗୁଣପୁର ନଗର ତରଫରୁ ସ୍ଥାନୀୟ ନିଳାଦ୍ରୀ ବିହାର ସ୍ଥିତ କିଡସ୍ ଗୀ ର ନ୍ୟୁକ୍ଲୀୟନ୍, କୋଟା କୋଚିଙ୍ଗ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ କିଡ଼ସ୍ ଗୀ ର ହିନ୍ଦୀ ପଣ୍ଡିତ ସୁଧୀର ମିଶ୍ରା ଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ ହୋଇଥିଲା । ତତ୍ପରେ ବିଭାଗ ପ୍ରମୁଖ ଉମା ଶଙ୍କର ଦାସ ଉପସ୍ଥିତ ଥିବା ଅତିଥି ଓ କାର୍ଯ୍ୟକର୍ତ୍ତା ଙ୍କ ପରିଚୟ ଦେବା ସହ ଡ଼ଃ ଦାସ କିଭଳି ଛାତ୍ର ଜୀବନ ରେ ମେଧାବୀ ହେବା ସହ ଏବିଭିପି ସହିତ ଜଡିତ ରହିଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ପ୍ରତ୍ୟେକ ମଣିଷ ର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହ ସହ ବର୍ତମାନ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ଶିକ୍ଷା ଯୋଡି ହୋଇଯାଇଥିବା କାରଣ ରୁ ସମସ୍ତେ ସୁସ୍ଥ ରହି ଶିକ୍ଷା ହବ ପାଲଟିଥିବା ଗୁଣପୁର ରେ ରହି ଲାଭ ଉଠାଇବା ଦରକାର ବୋଲି ମତ ଦେଇଥିଲେ । ଏହି ଅବସରରେ ଜିଲ୍ଲା ପ୍ରମୁଖ ଶେଷସାୟୀ ସେନାପତି, ପୂର୍ବତନ ନଗର ସଭାପତି ଡ଼ଃ ପ୍ରଶାନ୍ତ ହୋତା, ଜିଲ୍ଲା ସଂଯୋଜକ ବି ସତୀଶ କୁମାର, ପୁରାତନ କାର୍ଯ୍ୟକର୍ତ୍ତା ଶ୍ରୀ ଚିଣ୍ଟୁ ଦାସ, ନଗର ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ମହାଙ୍କୁଡ, ଟେକ୍ନିକାଲ ବିଦ୍ୟାର୍ଥୀ ପ୍ରମୁଖ ପ୍ରିୟବ୍ରତ ରଥ, ଷ୍ଟେଟ୍ ଇଣ୍ଡିଜିନିୟସ୍ ସଂଯୋଜକ ଦେବାଶିଷ ସେନାପତି, କିଡସ୍ ଗୀ ର ସଭାପତି ଜିତେନ୍ଦ୍ର ଶତପଥୀ, ଏକାଡେମିକ୍ ହେଡ୍ ଗୋବିନ୍ଦ ଚନ୍ଦ୍ର ମିଶ୍ର, ସମାଜ ସେବୀ ଗଙ୍ଗାଧର ମହାପାତ୍ର, ଶ୍ରୀମତି ଅମ୍ବିକା ରାଣୀ ମହାପାତ୍ର ତଥା କିଡସ୍ ଗୀ ର ଷ୍ଟାଫ୍ ଓ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଡାକ୍ତର ମହୋଦୟ ଙ୍କୁ ଭାଗବତ ଗୀତା, ଉପଢୌକନ ଓ abvp ର ସ୍ମୃତି ଚିହ୍ନ ଦେଇ ସମ୍ବର୍ଦ୍ଧିତ କରିବା ସହ ସର୍ବଦା ଯେଉଁଠି ଥିଲେ ମଧ୍ୟ ଗୁଣପୁର ଅଞ୍ଚଳ ର ଉନ୍ନତି ତଥା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ସହିତ ଜଡ଼ିତ ରହିବା ପାଇଁ କହିଥିଲେ ।

 

0
0
0
s2sdefault