ହେଡଲାଇନସ୍:

 ଝାରଦେବନ୍ଧ ଠାରେ ଯାଦବ ସଂଘର କାର୍ଯ୍ୟକାରିଣୀ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ଼/ସୁନୀଲ ବେହେରା  :  ସ୍ଥାନୀୟ ଝାରଦେବନ୍ଧ ଠାରେ ଯାଦବ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି  ଯୁବରାଜ ବଗର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମହିଳା ବାଲବିକାସ ଅଧିକାରୀ ବଲରାମ ସିଂ ୟାଦବ ଓ  ସମ୍ମାନୀୟ ଅତିଥି ଭାବେ ସରୋଜ ଜାଲ ଯୋଗ ଦେଇଥିଲେ ।  ମୁଖ୍ୟ ଅତିଥି ଶ୍ରୀ ୟାଦବ ତାଙ୍କ ଅଭିଭାଷଣରେ କହିଥିଲେ ଯେ ସର୍ବ ପ୍ରଥମେ ତାଙ୍କର ପରିଚୟ ପ୍ରଦାନ କରି କହିଥିଲେ । ମୋର ଜନ୍ମ  ଉତ୍ତର ପ୍ରଦେଶ ଆଜମଗଡ଼ରେ ହେଇଥିଲା | ମୋର ଏଜୁକେଶନ ବନାରସ ଓ ଭୋପାଲରୁ ଇଂଜିନିୟରିଂ କରିଥିଲି । ୧୯୯୯ ୫ସେପ୍ଟେମ୍ବରରେ ଛତିଶଗଡ଼ ଓ ମଧ୍ୟପ୍ରଦେଶର ବଟୱାରା ହୋଇଥିଲା ମୁଁ ସେହି ସମୟରେ ଭୋପାଲରେ ରହୁଥିଲି । ମଧ୍ୟପ୍ରଦେଶ ବଟୱାରା ହୋଇଗଲା | ତେବେ ୩ଟି ନୂଆ ରାଜ୍ୟ ବନିଥିଲା ଭାରତରେ ପ୍ରଥମେ ଛତିଶଗଡ଼,ଦ୍ଵିତୀୟ ଝାରଖଣ୍ଡ,ତୃତୀୟ ଉତ୍ତରାଞ୍ଚଳ ବନିଥିଲା | ୧୯୭୨ରେ ମୋର ବାପା ଟାଟାଷ୍ଟିଲରେ ଏକ ଛୋଟ କଣ୍ଟାଟର ଥିଲେ । ମୋର ବାପା ଅଂଶ ଓଡ଼ିଶାର ଟାଟାନଗରରେ ଥିଲା | ସେଥି ପାଇଁ ମୁଁ ମୋର କର୍ମ ସ୍ଥାନ ଓଡ଼ିଶା ବୋଲି ବସିଛି ନେଇଥିଲି । ଓଡ଼ିଶା,ଛତିଶଗଡ଼,ଆଜି ଓଡ଼ିଶାରେ ଆମର ସମାଜ କିପରି ଭାବରେ ଦିନକୁ ଦିନ ପଛକୁ ଚାଲିଯାଉଛି ତାହା ଜାଣି ମତେ ବହୁତ ଦୁଃଖ ଲାଗିଲା । ଉତ୍ତର ପ୍ରଦେଶରେ ଆମର ସମାଜ ୭ପ୍ରତିଶତ ,ବିହାରରେ ୧୧.୫ପତିଶଦ,ହରିଆଣା ୫.୪ପ୍ରତିଶତ  ହେଲେ ମଧ୍ୟ ଆମ ଓଡ଼ିଶା ସାଢେ ୩୩  ପ୍ରତିଶଦ ଥାଇ ମଧ୍ୟ ଆମେ ପଛରେ ରହିଯାଉ । କିନ୍ତୁ ଯେଉଁ ଉତ୍ତର ପ୍ରଦେଶରେ ୭ପ୍ରତିଶଦ ଅଛନ୍ତି ସେମାନେ ସରଙ୍କାରଙ୍କୁ ନିଜ ହାତରେ ରଖିଛନ୍ତି । କିନ୍ତୁ ଆମ ପଶ୍ଚିମ ଓଡ଼ିଶା ଆମ ସଂଘ ସାଢେ ତେତିଶ ପ୍ରତିଶତ ଥାଇ ମଧ୍ୟ ଆମ ସଂଘ ପଛରେ ଅଛୁ , ଆମ ବଲାଙ୍ଗିର ଜିଲ୍ଲା ସଂଘକୁ ଆହୁରୀ ସଚେତନ କରିବାର ଦରକାର ଓ ଆମ ସଂଘ ତରଫରୁ ଦୁଇଟି ଆସନ ଲୋକ ସଭା ଓ ବିଧାନ ସଭା ଦେଇପାରିବା ଓ ଆମ ସାମାଜିକ ସନ୍ତୁଳନ ବଂଚାଇରଖି ପାରିବା ବୋଲି ପ୍ରକାଶ କରିଥିଲେ । ସମ୍ମାନୀୟ ଅତିଥି ଶ୍ରୀ ଜାଲ ତାଙ୍କ ଅଭିଭାଷଣରେ କହିଥିଲେ । ଯଦି ଆମ ସମାଜର ଏକତା ବଂଚାଇରଖିବା ତାହା ହେଲେ ଆମକୁ ପ୍ରତିମାସରେ ସମସ୍ତେ ମିଶି ଆମ ସଂଘ କୁ ୫ଟଙ୍କା ମାସକୁ ଜମା କରି ପ୍ରତି ମାସରେ ଗୋଟିଏ ଲେଖା ସମାଜର ବୈଠକ କରିବା ଜରୁରୀ ଓ ସମାଜ ର ଯେତେ ଅସୁବିଧା ଦୁରକରିବା ଆମ ମାନଙ୍କ କର୍ତ୍ତବ୍ୟ ବୋଲି କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ୟାଦବ ସର୍ବ ପ୍ରଥମେ ୫୦୦୦ ହଜାର ଟଙ୍କା ସାହାଯ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବ କୁମାର ବଗର୍ତ୍ତି,ରୋହିତ ୟାଦବ,ଗୋକୁଳ ସୁନାନୀ,କ୍ଷମା ନାଗ,ଭିଷ୍ମ ବାଗ,ଘନଶ୍ୟାମ ପୋଢ,ଶରତ ୟାଦବ,ରାମଚନ୍ଦ୍ର ପାୟାସିଂ,ହୃଷି  କବାଟ,ନନ୍ଦଲାଲ ନାଗ,ରୁକଧର ଘିଭେଲା,ଜଲ ବଗର୍ତ୍ତୀ,ଲୋଚନ ବଗର୍ତ୍ତି,ନିରାକାର ବଗର୍ତ୍ତି,ଦିବାକର ବଗର୍ତ୍ତି,ପୁରୁସ୍ତମ ବଗର୍ତ୍ତି,ହେମରାଜ ଖର୍ସେଲ,ଚିତ୍ର ଖର୍ସେଲ,ଅମର ପୋଢ,ସଜନ ଛତର,ତୁଲସୀ ଖର୍ସେଲ,ବିଷ୍ଣୁ ପ୍ରସାଦ ଠେଲା,ଖୁସିରାମ ବଗର୍ତ୍ତି,ମଣ୍ଟୁ ବଗର୍ତ୍ତି ପ୍ରମୁଖ ୟାଦବ ସଂଘ ଉପସ୍ଥିତ ରହି ସହ ଯୋଗ କରିଥିଲେ ।   

0
0
0
s2sdefault