PARALAKHEMUNDI/ବାଳକୃଷ୍ଣ ପାଣିଗ୍ରାହୀ : ଭାଜପାଜେ ଓଡିଶା ରାଜ୍ୟରେ ଏବଂ ଦେଶରେ ଡବଲ ଇଞ୍ଜିନ ସରକାର ହୋଇପାରିବ ବୋଲି ଆଜି ଗଜପତି ଜିଲ୍ଲାର କାଶୀନଗର ବ୍ଲକ ସିଦ୍ଧାମଡଙ୍ଗ ଗ୍ରାମ ଠାରେ ଭାଜପା ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ସାହା, ଆୟୋଜିତ ବିଜୟସଂକଳ୍ପ ସମାବେଶରେ ଯୋଗଦେଇ ଏହା କହିଛନ୍ତି ।
ସମାବେଶରେ ରାଷ୍ଟ୍ରିୟ ଅଧ୍ୟକ୍ଷ ଶ୍ରୀସାହା ରାଜ୍ୟର ନୀବନ ସରକାର ଉପରେ ବର୍ଷି କହିଥିଲେ ଯେ ରାଜ୍ୟରେ ଏକ କୁଶାସନ ଭ୍ରଷ୍ଟାଚାର ଓ ଦୁର୍ନୀତି ସରକାର ଚାଲିଛି ଗତ ୧୯ ବର୍ଷ ଶାସନ ମଧ୍ୟରେ ନବୀନ ସରକାର ବିକାଶମୂଳକ କାର୍ଯ୍ୟ କିଛି କରିନାହାନ୍ତି । ଓଡିଶାକୁ ବହୁ ପରିମାଣରେ ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ବ୍ୟାପକ ଅର୍ଥ ଦେଉଛି କିନ୍ତୁ ସେହି ଅର୍ଥ ବାଟ ମାରଣା କରାଯାଉଛି । କେନ୍ଦ୍ରର ଯୋଜନାକୁ ଓଡିଶା ଗ୍ରହଣ କରୁନାହିଁ । କାଳିଆ ଓ ପିଠା ଯୋଜନାରେ ସାଧାରଣ ଗରିବ ଜନତା ଓ ଚାଷୀଙ୍କୁ ଭୂଆଁ ବୁଲାଉଛି । ଓଡିଶାରେ ସୁରକ୍ଷା କି ସୁରକ୍ଷିତ ବୋଲି କିଛି ନାହିଁ । ସବୁ ଲଜ୍ୟା ହିଁ ଲଜ୍ୟା । ଗର୍ଭବତି ମହିଳା କି ମୃତ ଲୋକପାଇଁ କୌଣସି ସୁବିଧା ବ୍ୟବସ୍ଥା ନାହିଁ ।
ତେଣୁ ଓଡିଶାରେ ଏମିତି ଏକ ମୁଖ୍ୟମନ୍ତ୍ରୀ ବଛାଯାଉ ଯିଏକି ଓଡିଶା ଲୋକଙ୍କ ଭାଷା ,ଦୁଃଖ ଓ ସୁବିଧା ଅସୁବିଧା ବୁଝିପାରିବେ ଏବଂ ଓଡିଶା ଲୋକଙ୍କ ସହ କଥା ହୋଇପାରିବେ ।
ଆଗକୁ ଆସୁଥିବା ନିର୍ବାଚନ ଓଡିଶା ଓ ଦେଶର ଭାଗ୍ୟକୁ ନର୍ଣ୍ଣାୟ କରିବାର ନିର୍ବାଚନ ଆସୁଛି ବୋଲି କହିଥିଲେ ଶ୍ରୀ ସାହା ।
କେନ୍ଦ୍ରର ନରେନ୍ଦ୍ରମୋଦୀ ସରକାର ହେବା ଠାରୁ ଦେଶ ଓ ଓଡିଶାର ବହୁତ ବିକାଶ ହୋଇଛି ଦେଶରେ ଶତାଧିକ ଲୋକପ୍ରିୟ ଯୋଜନା କରାଯାଇଛି । ବିଭିନ୍ନ ବର୍ଗର ଲୋକେ ବେଶ ଉପକୃତ ହେଉଛନ୍ତି । ଉଜ୍ଜଳା ଯୋଜନାରେ ୭କୋଟି ମାଆକୁ ଗ୍ୟାସଚୁଲା, ୨କୋଟି ୫୦ଲକ୍ଷ ପରିବାରକୁ ଘର ଏବଂ ୨କୋଟି ୩୫ଲକ୍ଷ ଲୋକଙ୍କୁ ବିଜୁଳି ଆଲୁଅ ଯୋଗାଇ ଦେବାର କାମ ଭାଜପା ସରକାର ହିଁ କରିଛି ।
ବୁଢା ବାପା ତାର ଝାଳ ବୁହାଇ ପୁଅକୁ ପାଠ ପଢାଉଛି । ହେଲେ ପୁଅ ବାପାର ସେବା କରିପାରୁନି । ଚାକିରି ପାଇଁ କି ଦାଦନ ଖଟିବା ପାଇଁ ଗୁଜୁରାଟ ଚାଲିଯାଉଛି । ଓଡିଶା ଭାଜପା ସରକାର ହେଲେ ଚାକରି ପାଇଁ ଆଉ ଗୁଜରାଟ , ସୁରାଟ ଯିବାକୁ ପଡିବନି ।
ଓଡିଶାରେ ବିକାଶ ବଦଳରେ କେବଳ ଦୁର୍ନିତି ଓ ଭ୍ରଷ୍ଟାଚାର ବଢି ଚାଲିଛି । ଚାଷୀ, ଶ୍ରମିକ, ଗରିବ ଖଟିଖିଆ, ଝିଅ,ବୋହୁ କାହାର ହେଲେ ମଧ୍ୟ ବିକାଶ ହେଉନାହିଁ । ଏମିତିକି ମହାପ୍ରଭୁଙ୍କର ରତ୍ନ ଭଣ୍ଡାର ମଧ୍ୟ ଦୁର୍ନିତି ଭ୍ରଷ୍ଠାଚାରରୁ ବାଦ ପଡିନି । ଏଭଳି ସରକାରକୁ ଶାସନ ଗାଦିରୁ କାଢି ଫିଙ୍ଗିଦେବାକୁ କହି ଚଳିତ ନିର୍ବାଚନରେ ରାଜ୍ୟ ଶାସନରେ ପରିବର୍ତ୍ତନ କରିବାକୁ ହେଲେ ପଦ୍ମଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଡବଲ ବଟନ ଦବାଇ ଭାଜପାକୁ ବିଜୟୀ କରାଅ ଦେଖିବ ଭାଜପା ରାଜ୍ୟ ଶାସନ କଲେ ବିକାଶର ଧାରା କିଭଳି ଅଭ୍ଭୁତ ପୂର୍ଣ୍ଣ ହେବ ତାହା ନିର୍ବାଚନ ଫଳାଫଳ ପରେ ପରେ ହିଁ ଦେଖିବ ଓଡିଶାବାସୀ ବୋଲି ଶ୍ରୀ ସାହା କହିଥିଲେ ।
ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରାଜ୍ୟ ସରକାରଙ୍କ କୁଶାସନ, ଭ୍ରଷ୍ଟାଚାର ଓ ଦୁର୍ନିତିରେ ବୁଡିରହିଛି । ତେଣୁ ଓଡିଶାରେ ପରିବର୍ତ୍ତନ ସରକାରଙ୍କ ଝଲକ ଦେଖା ଗଲାଣି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, ଡ: ଦାମୋଦର ରାଉତ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ:ଗିରିଧର ଗମାଙ୍ଗ, ବିଧାୟିକା ବାସନ୍ତି ମଲ୍ଲିକ, ଲୋକସଭା ପ୍ରାର୍ଥୀ ଭୃଗୁ ବµିପାତ୍ର, ପାରଳାପାର୍ଥୀ କେ.ନାରାୟଣ ରାଓ, ମୋହନା ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ, ଲୋକସଭା ପ୍ରଭାରୀ ପବିତ୍ର ଦାସ, ଜିଲ୍ଲା ସଭାପତି ଜି.ଭେଙ୍କେଟ ରାବଣା, ଜିଲ୍ଲା ପ୍ରଭାରୀ ସରୋଜ ସାବତ,ସିଦ୍ଧେଶ୍ୱର ମିଶ୍ର,ଜିଲ୍ଲା ପରିଷଦ ସଭାପତି ଅନିତା ରାଣି ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ପୁର୍ବତନ ମନ୍ତ୍ରୀ ରାଘବ ପରିଛା ଭାଜପାରେ ମିଶିଥିଲେ ।