ହେଡଲାଇନସ୍:

ବଦ୍ରିଙ୍କ ଚ୍ୟାଲେଞ୍ଜକୁ ଆକ୍ସେପଟ କଲେ ନିରଂଜନ : ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଘଷିପୁରାରୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଗିରିଜା ଶଙ୍କର ଦାଶ) : ଦମ ଅଛି ଯଦି ଘଷିପୁରାରୁ ମୋ ସହ ଲଢନ୍ତୁ ବୋଲି ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଦେଇଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆଉ ଆଜି ସେଥି ପାଇଁ ଘଷିପୁରାରୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି ଶ୍ରୀ ପଟ୍ଟନାୟକ।

ମିଳିଥିବା ସୂଚନା ଅନୁସାରେ ଦେଓଗାଁ ସ୍ଥିତ କୁଶଳେଶ୍ୱର ମହାଦେବଙ୍କ ପାଖରେ ପୂଜାର୍ଚ୍ଚନା ପରେ ନିରଞ୍ଜନ ଏକ ଶୋଭାଯାତ୍ରାରେ ଯାଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବେ । 2009ରେ ବଦ୍ରିଙ୍କଠରୁ 25000 ଭୋଟରେ ହାରିଥିବା ନିରଞ୍ଜନ 2014ରେ ଆଉ ସେଠାରୁ ଲଢ଼ିନଥିଲେ । ଗତ 2014 ନିର୍ବାଚନରେ ନିରଞ୍ଜନ ଲଢ଼ିନଥିବା ଯୋଗୁଁ ବଦ୍ରିଙ୍କ ବିଜୟ ବ୍ୟବଧାନ ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ରାଜ୍ୟର ସର୍ବାଧିକ ମାର୍ଜିନ ଅର୍ଥାତ 88000 ଭୋଟ ବ୍ୟବଧାନରେ ଜିତିଥିଲେ ବଦ୍ରୀ । ହେଲେ 10ବର୍ଷ ବ୍ୟବଧାନରେ ନିରଞ୍ଜନ ପୁଣି ଘଷିପୁରାରୁ ଲଢ଼ି ଜିତିବାର ଆଶା ବାନ୍ଧିଛନ୍ତି ନିରଞ୍ଜନ । ଏହା ପଛରେ କାରଣ ଯାହାବି ହୋଇଥାଉ, ଘଷିପୁରା ରାଜନୀତିର ପରିବର୍ତ୍ତିତ ଦୃଶ୍ୟପଟ୍ଟ ଦାୟୀ । ନିର୍ବାଚନ ପରିଚାଳନାରେ ବଦ୍ରିଙ୍କ ଡାହାଣ ହାତ ଭାବେ ଜଣାଶୁଣା  ଟାଣୁଆ ଯୁବନେତା ସୁରେଶ ସାହୁ ଏବେ ବଦ୍ରିଙ୍କ ଘୋର ବିରୋଧୀ । ଗତ କିଛି ବର୍ଷ ହେଲା ବଦ୍ରିଙ୍କୁ ଘଷିପୁରା ଆନନ୍ଦପୁରରେ ଚ୍ୟାଲେଞ୍ଜ ଦେବା ସହ ବଦ୍ରୀ କ୍ୟାମ୍ପର ନିଦ ହାଯାଇଦେଇଛନ୍ତି ସୁରେଶ । ଖବର ଅନୁଯାୟୀ ନିରଂଜନଙ୍କୁ ମିଳିଯାଇଛି ସୁରେଶଙ୍କ ସମର୍ଥନ ।ଆଉ ଆଜି ନାମାଙ୍କନ ପତ୍ର ଦାଖଲ କରିବାକୁ ନିରଂଜନଙ୍କୁ ସହ ଦେଖିବାକୁ ମିଳିବ ସୁରେଶଙ୍କ ସମର୍ଥକଙ୍କୁ । ଆଉ ଘଷିପୁରାରେ ଲଢେଇ ଅତ୍ୟନ୍ତ ରୋଚକ ହେବ ତାହା ନିଃସନ୍ଦେହ । ବଦ୍ରୀ ନିରଂଜନଙ୍କୁ ଦମର ଲଢେଇରେ ଶୁରେଶଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିବ ବୋଲି ଚର୍ଚ୍ଚା ହେଉଚ୍ଜି ।

0
0
0
s2sdefault