ହେଡଲାଇନସ୍:

ହିନ୍ଦୁ ମାନଙ୍କ ଦୁଖ ବୁଝିବା ପାଇଁ କୌଣସି ଦଳ ନାହିଁ - କୁସୁମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଣାଇ- ହିନ୍ଦୁ ମାନଙ୍କ ଦୁଖ,ଦରଦ ବୁଝିବା ପାଇଁ କୌଣସି ଦଳ ନାହିଁ କି କୌଣସି ଦଳର ଆନ୍ତରିକତା ନାହିଁ।ହିନ୍ଦୁତ୍ଵର ସୁରକ୍ଷା ପାଇଁ ଦେଶରେ ଏକ ନୁଆ ରାଜନୈତିକ ଦଳ ନିର୍ମାଣର ଆବଶ୍ୟକତା ରହିଛି। ଆଜି ବଣାଇ ଗସ୍ତରେ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଏଭଳି ମତ ରଖିଛନ୍ତି ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କାର୍ୟ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ। ଶ୍ରୀ କୁସୁମ ଏହି ଅବସରରେ ଆହୁରି କହିଛନ୍ତି ଯେ,କଙ୍ଗ୍ରେସ ଓ ବିଜେଡି ସଙ୍ଖ୍ୟାଲଘୁ ତୁଷ୍ଟିକରଣର ରାଜନୀତି କରୁଥିବା ବେଳେ ହିନ୍ଦୁତ୍ଵର ଖୋଳପା ପିନ୍ଧିଥିବା ବିଜେପି ହିନ୍ଦୁ ବହୁଳ ବଣାଇ ଉପଖଣ୍ଡରେ ସଙ୍ଖ୍ୟାଲଘୁ ପ୍ରାର୍ଥୀ ଦେଇ  ହିନ୍ଦୁତ୍ଵ ପ୍ରତି ଛଳନାର ଲକ୍ଷ୍ମଣାରେଖା ଅତିକ୍ରାନ୍ତ କରିଛି।ତେଣୁ ଦେଶରେ ଏକ ହିନ୍ଦୁତ୍ଵବାଦୀ ରାଜନୈତିକ ଦଳର ବହୁ ଆବଶ୍ୟକତା ରହିଛି।ନଚେତ ହିନ୍ଦୁ ସମାଜ ପ୍ରତି ମାଡି ଆସୁଥିବା ବିପଦର ସମାଧାନ ହେବା ପରିବର୍ତ୍ତେ ହିନ୍ଦୁ ସମାଜ ଆହୁରି ସଙ୍କଟ ପରିସ୍ଥିତିକୁ ଆସିଯିବା ଥୟ। ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ ଧର୍ମ ନାମରେ ଦିନେ ଦେଶର ବିଭାଜନ ହୋଇଥିବା ବେଳେ ବିଭାଜନର ୭୨ ବର୍ଷ ପରେ ମଧ୍ୟ ରାଜନେତାଙ୍କ ସ୍ଥାଣୁତା ଯୋଗୁଁ ଭାରତ ହିନ୍ଦୁରାଷ୍ଟ୍ର ହେବାରୁ ବଞ୍ଚିତ ହୋଇଛି। ଅଯୋଧ୍ୟାରେ ରାମମନ୍ଦିର,ଗୋ-ହତ୍ୟା ନିଷେଧାଦେଶ,କାଶ୍ମୀର ପଣ୍ଡିତଙ୍କ ପୁନଃ ଥଇଥାନ,ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଭଳି ଅନେକ ରାଷ୍ଟ୍ରୀୟ ସମସ୍ୟା ରହିଥିବା ବେଳେ ରାଜନୈତିକ ସ୍ଥାଣୁତା ଯୋଗୁଁ ହିନ୍ଦୁ ସମାଜ ନିଜ ମାଟିରେ ନିର୍ୟାତିତ ହୋଇ ଜୀବନ ଅତିବାହିତ କରୁଛି। ତେଣୁ ହିନ୍ଦୁ ସମାଜ ଓ ସସ୍କୃତିର ସୁରକ୍ଷା ପାଇଁ ହିନ୍ଦୁ ସଙ୍ଗଠନ ହିଁ ଏକମାତ୍ର ବିକଳ୍ପ ବୋଲି ଶ୍ରୀ କୁସୁମ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିବା ସହିତ ବିଶ୍ବହିନ୍ଦୁ ପରିଷଦର କାର୍ୟ୍ୟକୁ ସଶକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

0
0
0
s2sdefault