ବରଗଡରୁ ଲଢ଼ିବେ ସୁରେଶ ପୂଜାରୀ, ବାଡ଼ ପଡିଲେ ସୁବାଷ ଚୌହାନ
ପୁରୀରୁ ଲଢ଼ିବେ ସମ୍ବିତ, କଳାହାଣ୍ଡିରୁ ବସନ୍ତ, କୋରାପୁଟରୁ ଜୟରାମ
ଭୁବନେଶ୍ୱର : ବିଜେପି ତାର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି | ଏଥିରେ ୫ ଲୋକସଭା ଓ ୨୨ ବିଧାନସଭା ଆସନ ପାଇଁ ପ୍ରାଥୀଙ୍କ ନାମ ପ୍ରକାଶ କରିଛି | ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ଓ ବରଗଡ଼ ଲୋକସଭା ଆସନରୁ ସୁବାସ ଚୌହାନଙ୍କ ସ୍ଥାନରେ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଥିବା ଜଣ ପଡିଛି | ସେହିପରି କଳାହାଣ୍ଡିରୁ ଦଳର ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା, ସମ୍ବଲପୁରରୁ ନିତେଶ ଗଙ୍ଗଦେବ (ଦେବଗଡ ବିଧାୟକ) ଓ କୋରାପୁଟରୁ ଜୟରାମ ପାଙ୍ଗୀଙ୍କୁ ଦଳ ପ୍ରାର୍ଥୀ କରିଛି |
ସେହିପରି ଘୋଷିତ ହୋଇଥିବା ବିଧାନସଭା ୨୨ଟି ବିଧାନ ସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଏମାନଙ୍କୁ କରାଯାଇଛି | ସେମାନେ ହେଲେ ଭଟଲିରୁ ଇରାଶିଷ ଆଚାର୍ଯ୍ୟ, ଦେବଗଡ଼ରୁ ସୁବାଷ ପାଣିଗ୍ରାହୀ, ବୀରମହାରାଜପୁରରୁ ରଘୁନାଥ ଜଗଦଲା, ସୋନପୁରରୁ ଅଶୋକ ପୂଜାହାରୀ, ବଲାଙ୍ଗୀରରୁ ଅନନ୍ତ ଦାସ, ନୂଆପଡ଼ାରୁ ହୋମସିଂହ ମାଝୀ, ଝରିଗାଁରୁ ପର୍ଶୁରାମ ମାଝୀ, ଡାବୁଗାଁ: ପଦ୍ମନ ନାୟକ,ଭବାନୀପାଟଣା: ପ୍ରଦୀପ ନାୟକ, ଦଶପଲ୍ଲା: ପୂର୍ଣ୍ଣଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର: ରଂଜନ ପଲାଇ, ଛତ୍ରପୁର: ପ୍ରଶାନ୍ତ କର, ଆସିକା: ଦେବରାଜ ମହାନ୍ତି, ସୋରଡା ନୀଳମଣୀ ବିଶୋୟୀ, ଦିଗପହଣ୍ଡି ପିଙ୍କି ପ୍ରଧାନ, ବ୍ରହ୍ମପୁର କାହ୍ନୁ ପତି, ମୋହନା ପ୍ରଶାନ୍ତ ମଲ୍ଲିକ, ଗୁଣପୁର ଶିଶିର ଗମାଙ୍ଗ, ରାୟଗଡ଼ା ବସନ୍ତ ଉଲ୍ଲାକା, ଜୟପୁର ଗୌତମ ସାମନ୍ତରାୟ, କୋରାପୁଟ ତ୍ରିପୁରା ଗୌଡ଼ ଓ ଚିତ୍ରକୋଣ୍ଡରୁ ପଦୁ ମାଝୀଙ୍କୁ ପ୍ରାର୍ଥୀ କରାଯାଇଛି |