ରିତାଙ୍କୁ ସାଥ ଦେବ କି ହିତେଶଙ୍କ ଭାଗ୍ୟ
ତ୍ରିମୁଖୀ ଜାଗାରେ ଏଡାଇ ଦିଆଯାଇନପାରେ ଦ୍ଵିମୁଖୀ ସମ୍ଭାବନା
ନୂଆପଡା/ପ୍ରିୟବ୍ରତ ପଣ୍ଡା ,ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ର ଆଶା ବାନ୍ଧିଥିବା ଗୋଷ୍ଠିଙ୍କ ମନ ରେ ଉତ୍ସାହ ବିଜେପି ହାତରେ ଲଗାତାର ଦୁଇଥର ଥିବା ଏହି ଆସନ । ଏଠାରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବା ସମ୍ଭାବନା ଥିବା ବେଳେ ବିଜେପି ପ୍ରାର୍ଥୀତ୍ବକୁ ନେଇ ଯେଉଁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ସେଥିରୁ ଏଥର ଲଢେଇ ପ୍ରତିଭାବାନ ଯୁବନେତା ଲମ୍ବୋଦର ନିଆଲ (ବିଜେଡି) ଓ ଟାଣୁଆ କଂଗ୍ରେସ ଯୁବ ନେତା ଅଧିରାଜ ପାଣିଗ୍ରାହୀଙ୍କ ମଧ୍ୟରେ ଜୋରଦାର ହେବାର ସମ୍ଭାବନା ବି ଏଡାଇ ଦିଆଯାଇ ନପାରେ ।
ବର୍ତ୍ତମାନର ବିଧାୟକ ଖଡ଼ିଆଳ ରାଜନୀତିରେ ଭୀଷ୍ମ ପିତାମହ ଦୁର୍ଯ୍ୟୋଧନ ମାଝୀଙ୍କୁ ଟିକେଟ ନ ଦେଇ ରିତାରାଣୀ ବଗର୍ତ୍ତି ଙ୍କୁ ଟିକେଟ (ବିଜେପି)ଦେଇ ଆଶ୍ଚର୍ଯ୍ୟ ଚକିତ କରିଛି । ରିତା ଙ୍କ ସ୍ୱାମୀ ହିତେଶ ବଗର୍ତ୍ତି ଙ୍କୁ ଭାଗ୍ୟବାନ ନେତା ରୂପରେ ପରିଗଣିତ କରା ଯାଇଥାଏ ସେ ଯେବେ ବି କୌଣସି ଆସନ ପାଇଁ ଲଢନ୍ତି ଜିତିବା ନିଶ୍ଚୟ | ହେଲେ ଏଥର ହଟ ସିଟ ରେ ହିତେଶ ଙ୍କ ସ୍ତ୍ରୀ ରିତା | ଏଥର ବି ଭାଗ୍ୟ ହିତେଶ ଙ୍କ ସହ ଅଛି କି ନାହିଁ ଦେଖିବାକୁ ପଡିବ । ଅନ୍ୟ ପକ୍ଷରେ ଲମ୍ବୋଦର ନିଆଲ ଜଣେ ସୁସଙ୍ଗଠକ ଅଟନ୍ତି | ବିଜେଡିର ସତ୍ତାର ପର୍ଯ୍ୟାୟବାଚୀ ଶବ୍ଦ ଲମ୍ବୋଦର ନିଆଲ । ଅଧିରାଜ ପାଣିଗ୍ରାହୀ ଶୋଉକିନ ରାଜନୀତି କରୁଛନ୍ତି ସିନେମା ପ୍ରଯୋଜନା ରୁ ରାଜନୀତି ସବୁଠି ତାଙ୍କର ନିଆରା ଢଙ୍ଗ ଯୁବକଙ୍କ ମଧ୍ୟରେ ଜଣେ ଟାଣୁଆ ନେତା ଆଉ କର୍ମଠ ମଣିଷ ର ପରିଚୟ ସୃଷ୍ଟି କରିଥିବା ଅଧିରାଜ ନିଜ ବ୍ୟକ୍ତିତ୍ୱରେ ପ୍ରଭାବିତ କରିପାରିବେ କି ନାହିଁ ତାହା ଦେଖିବା କୁ ପଡିବ । ବଡ଼କଥା ହେଲା ଯୋଉ ଯାଦବ ଭୋଟବ୍ୟାଙ୍କକୁ ନେଇ ଦିନେ ହିତେଶ ବଗର୍ତ୍ତି ବିଜୟୀ ହୋଇଥିଲେ ଆଜି ସେଇ ଭୋଟବ୍ୟାଙ୍କର ଅଂଶୀଦାର ଲମ୍ବୋଦର ନିଆଲ ବି ଅଟନ୍ତି | ନୂଆପଡା ଜିଲ୍ଲାର ବିଜେଡି ଲତା ସଦୃଶ୍ୟ ଲମ୍ବୋଦର ରୂପୀ ମହାଦ୍ରୁମ ରେ ବ୍ୟାପ୍ତ ହୋଇଛି । କାଳିଆ ଯୋଜନା ର ଲାଭ ସମସ୍ତଙ୍କୁ ମିଳି ପାରିନାହିଁ | ତା ଉପରେ ଏଲ ଇ ଡି ବଲବ ବଣ୍ଟନରୁ ମଧ୍ୟ ଅନେକ ଲୋକ ବାଦ ପଡିଛନ୍ତି | ଏମିତି କିଛି ବିତର୍କର ଚାପା ଗୁଂଜରଣ ଶୁଭାଯାଉଛି । ନୋଟବନ୍ଦୀର କଷ୍ଟ ସହ ମରୁଡି ସହାୟତାରୁ ବଞ୍ଚିତ ଲୋକଙ୍କ ମନରେ ଏବେ ବି କେନ୍ଦ୍ରରୁ ମିଳିଥିବା ଦାଗ ରହିଛି । ହେଲେ ପୁଲବାମା ଘଟଣା ର ସଠିକ ବଦଲା ନେଇ ବିଜେପି ସରକାର ନିଜର ଲୋକପ୍ରିୟତା ବଢ଼େଇବାର ଚେଷ୍ଟା କରିଛି । ହେଲେ ଏ ସମୟରେ କଂଗ୍ରେସ ପକ୍ଷରୁ ଚାଷୀଙ୍କ ଋଣ ମାଫ କରିବା ଧାନର ସର୍ବନିମ୍ନ ସହାୟତା ରାଶି ବଢ଼େଇବା ଓ ସାମାଜିକ ସୁରକ୍ଷା ଯୋଜନା କୁ ତ୍ୱରାନ୍ୱିତ କରିବା ପ୍ରତିସୃତି ତଥା ଗରିବୀ ଏବଂ ବେରୋଜଗରୀ ଭଳି ବଂଶଗତ ଶବ୍ଦାବଳୀକୁ ପ୍ରୟୋଗ କରି ନିର୍ବାଚନୀ ସମୁଦ୍ର ପାରିହେବାର ସ୍ବପ୍ନ ଦେଖୁଥିବାର କଳ୍ପନା ଜଳ୍ପନା ହେଉଛି । ବିଜେପି ରୁ ଟିକେଟ ପାଇଥିବା ରିତାରାଣୀ ବଗର୍ତି ବିଜପି ର ଲୋକପ୍ରିୟତା ର ଫାଇଦା ନେବା ର ଆଶା ରଖିଥିବା ବେଳେ ଟିକେଟ ନ ପାଇ କ୍ଷୁବ୍ଧ ଥିବା ପୂର୍ବତନ ବିଧାୟକଙ୍କ ଆଶୀର୍ବାଦ କେଉଁ ପଟକୁ ଢଳୁଛି ଦେଖିବାକୁ ପଡିବ | ଆବଶ୍ୟକ ସ୍ଥଳେ ମେହେର ସମାଜର ମତ ମଧ୍ୟ ନିର୍ଣ୍ଣାୟକ ହୋଇପାରେ । ସଂଖ୍ୟାଧିକ ହୋଇଥିବା ଆଦିବାସୀ ଭୋଟକୁ ନିଜ ପକ୍ଷ କୁ ଆଣିବାକୁ ସବୁଦଳ କସରତ କରିବା ଦେଖାଦେଇଛି । ଜଣେ ଭଦ୍ର ଓ ଆମାୟିକ ରାଜନେତା ଭାବେ ପରିଚିତ ହିତେଶ ବଗର୍ତି ଙ୍କ ଉପରେ ଥିବା ଚିଟଫଣ୍ଡ ମାମଲା ବିଚାରାଧୀନ ଥିବା ବେଳେ ବିରୋଧୀମାନେ ଏନେଇ ରାଜନୈତିକ ଆକ୍ଷେପ ଆଣି କିଛି ପରିବର୍ତନ କରିପାରିବେ କି ନାହିଁ ତାହା ଆଗାମୀ ଦିନ ମାନଙ୍କରେ ଘଟଣାଚକ୍ର ଗୁଡିକ ଚିତ୍ରକୁ ସଫାକରି ଚାଲିବ । ଯଦି ବିରୋଧୀ ମାନଙ୍କ ଚାଲ ସଫଳ ହୁଏ ତାହେଲେ ତ୍ରିମୂଖୀ ହେବାକୁ ଯାଉଥିବା ପ୍ରତିଦ୍ୱନ୍ଦିତା ଦୁଇମୁଖୀ ନହେବ ତାହା କହିହେବ ନାହିଁ । ଅସଲ କଥା ତିନି ପ୍ରମୁଖ ଦଳ ଅସାମଞ୍ଜସ୍ଯ ର ସ୍ଥିତି ରେ ଅଛନ୍ତି ପ୍ରଧାନମନ୍ତ୍ରୀ ଙ୍କ ଲୋକପ୍ରିୟତା କୁ ପରୋକ୍ଷ ରେ ଭୋଟରେ ପରିଣତ କରିବାକୁ ବିଜେପି , କାଳିଆ ଯୋଜନା ଏବଂ ଯାଦବ ଭୋଟବ୍ୟାଙ୍କ କୁ ଭରଷା କରି ବିଜେଡି ତଥା ଲୋଭନୀୟ ପ୍ରତିସୃତି ମାଧ୍ୟମ ରେ ଚାଷୀ ଙ୍କ ସମବେଦନା ପାଇବାର କଂଗ୍ରେସର ଚେଷ୍ଟା ଏହି ତିନି ପ୍ରମୁଖ ଦଳ ଙ୍କ ରଣନୀତି । ଗେମ ଚେଞ୍ଜର ରୂପେ ନାମ ପାଇଥିବା ଛୋଟ ଦଳ ଯଥା ବାହୁଜନସମାଜ ପାର୍ଟି , ସମାଜବାଦୀ ପାର୍ଟି ଓ କିଛି ସ୍ଵାଧୀନ ଭାବେ ନିର୍ବାଚନ ଲଡେଇ ରେ ଆସୁଥିବା ବ୍ୟକ୍ତି ବିଜୟ ର ଅଙ୍କ କୁ ଭୁଲ ସାବ୍ୟସ୍ଥ କରିବାର ପୂର୍ଣ ଦକ୍ଷତା ରଖିଛନ୍ତି ।