ହୋଲି ଅବସରରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ହାସ୍ୟ କବି ସମ୍ମିଳନୀ
ବଲାଙ୍ଗିର:(ନିରୋଜ ମିଶ୍ର ) ହସ ଆଜିର ଯୁଗର ଶ୍ରେଷ୍ଠ ମହୋଷଧି । ସବୁମିଳୁଛି ମଣିଷକୁ ହେଳେ ମନଖୋଲି ହସିବାର ଭୁଲି ଯାଇଛି ମଣିଷ । ଆଧୁନିକ ଯୁଗର ବ୍ୟସ୍ତ ବହୁଳ ଜୀବନରେ ଏତେ ·ପଗ୍ରସ୍ତ ହେଉଛି ଯେ ଜୀବନକୁ ବୁଝିପାରୁନାହିଁ । ଆଧୁନିକତାର ମାନସିକ ଚାପରୁ ମୁକ୍ତି ପାଇଁ ଜୀବନରେ ସରସତା ଭରିଦେବା ପାଇଁ ହସ ଜରୁରୀ । ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଦୋଳ ପୂର୍ଣ୍ଣିମା ଓ ହୋଲି ଅବସରରେ ଆୟୋଜନ କରାଯାଇଥିଲା ହାସ୍ୟବ୍ୟଙ୍ଗ କବିସମ୍ମିଳନୀ । ଦୋଳ ପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟା ହସରର ଫୁଆରାରେ କମ୍ପି ଉଠିଥିଲା । ସାମ୍ବାଦିକ ସଂଘ ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଓ ସନ୍ଦିପକୁମାର କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହରେ ପ୍ରଥମେ ମଂଚାସୀନ ହାସ୍ୟବ୍ୟଙ୍ଗ କବି ପଶୁକବି ସୁଶୀଲ ମିଶ୍ର, ରସରାଜ ଅଚୁ୍ୟତ ପୁରୋହିତ, ନିତୀଶ ଆଚାର୍ଯ୍ୟ ଓ ଦେବେନ୍ଦ୍ର ସାହୁ ନିଜର ସ୍ୱଭାବ ସୁଲଭ ଶୈଳୀରେ ପରିବେଷଣ କରିଥିଲେ ହାସ୍ୟ ଓ ବ୍ୟଙ୍ଗ କବିତା । ସାମାଜୀକ ଜୀବନରେ ଥିବା ତ୍ରୁଟି ବିଚ୍ୟୁତିକୁ ନେଇ ମଂଚାସୀନ କବିମାନେ ତିର୍ଯ୍ୟକ ଭଙ୍ଗିରେ ବ୍ୟଙ୍ଗ କବିତା ଗୁଡିକ ଶୁଣାଇ ମଞ୍ଚତଳେ ବସିଥିବା ଶ୍ରୋତାମାନଙ୍କୁ ହସି ହସି ବେଦମ କରିଦେଇଥିଲେ । ବ୍ୟଙ୍ଗକବିତା ପର୍ଯ୍ୟାୟକୁ ସଂଯୋଜନା କରିଥିଲେ ରସରାଜ ଅଚ୍ୟୁତ ପୁରୋହିତ । ପ୍ରାରମ୍ଭରେ ହାସ୍ୟକବି ମାନଙ୍କୁ ଅତିଥି ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ସୁଧିରଚନ୍ଦ୍ର ପଣ୍ଡା, ଗୋପବନ୍ଧୁ ଶତପଥି,ସଂଘର ଉପସଭାପତି ବଲରାମ ମିଶ୍ର, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ମନୋରଂଜନ ଯୋଷୀ, ସତ୍ୟସୁନ୍ଦର ଭଞ୍ଜ, ଚିତ୍ତ ରଂଜନ ମିଶ୍ର, ଦିପକ ପୁରୋହିତ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସଂଘ ସମ୍ପାଦକ ଶିଶିରକାନ୍ତ ଶତପଥି ସହଯୋଗ କରିଥିଲେ ।