ହେଡଲାଇନସ୍:

ଭୋଟ  ଦେବାରୁ ବଂଚିତ ହେବେ ହଜାର ହଜାର ଦାଦନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିନାପାଲି/ନିରାକାର  ମେହେର : ସିନାପାଲି ଆଗାମୀ ସାଧାରଣ ନିର୍ବାଚନ ଭୋଟ ଗ୍ରହଣ ପାଇଁ ଆଉ ମାତ୍ର କିଛି ସପ୍ତାହ ବାକି ଥିବା ବେଳେ ଏଠିକାର ହଜାର ହଜାର ଶ୍ରମିକ ରାଜ୍ୟ ବାହାର ଦାଦନ ଖଟୁଛନ୍ତି !ସେମାନେ ତାଙ୍କ ମୌଳିକ ଅଧିକାର ଭୋଟ ଦାନ ରୁ ବଂଚିତ ହେଉଛନ୍ତି !ଏକ ବେସରକାରୀ ରିପୋର୍ଟ ରୁ ଜଣ ପଡୁଛି ଯେ ଖରିଆର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିନାପାଲି, ବୋଡେ଼ନ ଓ ଖରିଆର ବ୍ଲକ ଅଞ୍ଚଳ ରୁ ପ୍ରାୟ  କୋଡିଏ ହଜାର ରୁ ଅଧିକ ଶ୍ରମିକ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ  ଦିଲ୍ଲୀ ତଥା ଅନ୍ୟ ରାଜ୍ୟ ମାନଙ୍କ ରେ ଦାଦନ ଖଟୁ ଥିବା ଜନା ପଡୁଛି ! ସିନାପାଲି ବ୍ଲକ  ଅନ୍ତର୍ଗତ କେନ୍ଦୁମୁଣ୍ଡା, ଝାରବନ୍ଧ, କୁସୁମଜୋର, ଭାରିଆମୁଣ୍ଡା, ନୂଆପଡା, ଲିଟିଗୁଡା, ଗୋଡଲ, ମଖପଦର, ଘଂଟିଗୁଡା, ହାତୀବନ୍ଧା, ଗୋରଳା, ଖରସେଲ, କରଣବେହେଲି, ନଙ୍ଗଲବୋଡ଼, ନୂଆ ମଲପଡା, ସିଙ୍ଗଝର ଆଦି ପଂଚାୟତ ର ବିଭିନ୍ନ   ଗ୍ରାମ ରୁ ପ୍ରାୟ ଦଶ ହଜାର ରୁ ଅଧିକ ଶ୍ରମିକ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି ! ବର୍ତମାନ ଅନେକ ସ୍ଥାନ ର  ଶ୍ରମିକ ମାନେ ଘରେ ବାହୁଡା଼ ପାଇଁ ଚାହୁଁଥିଲେ ମଧ୍ୟ ସେଠାକାର ଇଟାଭାଟି ମାଲିକ ମାନେ ସେମାଙ୍କୁ ଛାଡୁ ନାହାନ୍ତି !କିଛି ଦିନ ତଳେ ଏହି ବ୍ଲକ  ର ମାହଗାଁ ର ପ୍ରାୟ 30 ଜଣ ଶ୍ରମିକ ଆନ୍ଧ୍ର ପ୍ରଦେଶ ଏକ ଇଟାଭାଟି ରେ ବନ୍ଧକ ପଡ଼ିଥିବା ନୂଆପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ ହେଇଥିଲା ! ହେଲେ ସେମାନେ ଏ ପର୍ଯ୍ୟନ୍ତ ଫେରି ନ ଥିବା ଜଣାପଡିଛି ! ଏଠାରେ ସାଧାରଣ ନିର୍ବାଚନ ଏପ୍ରିଲ 11ରେ ହେବାର ଥିବା ବେଳେ ସେଠାରେ ଦାଦନ ଖଟୁଥିବା ଶ୍ରମିକ ମାନେ ତା ପୂର୍ବରୁ ଫେରିବା ସମ୍ଭବପର ଜଣ ପଡୁନାହିଁ ! ନିର୍ବାଚନ ଆୟୋଗ ଏଥିପାଇଁ ଦୁଷ୍ଟି ଦେଇ ସେମାଙ୍କୁ ଭୋଟ ଦାନ ପାଇଁ ବିକଳ୍ପ ବ୍ୟବସ୍ତା କଲେ ସେମାନେ ସୁଯୋଗ ପାଇଁ ପାରିବେ ବୋଲି ମତ ପ୍ରକାଶ ପାଉଛି ! 

0
0
0
s2sdefault