ହେଡଲାଇନସ୍:

ପ୍ରତ୍ୟେକ ବ୍ଲକ ମାନଙ୍କରେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପାଇଁ  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ  ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର, (ଜୟଶଙ୍କର ଦାଶ) :ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୨୩ ତାରିଖ ଠାରୁ ପ୍ରିଜାଇଡିଂ ଓ ପାଂଷ୍ଟ ପୁଲିଂ ଅଧିକାରୀଙ୍କର ଦ୍ୱିତୀୟ ପର୍ଯ୍ୟାୟର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  ।  ତେବେ ଏହି ତାଲିମ ପ୍ରଥମ ପର୍ଯ୍ୟାୟ ଭଳି ଏନ୍.ସି. କଲେଜ, ଧର୍ମଶାଳା କଲେଜ, ଭି.ଏନ୍. କଲେଜ ଓ ବôଦ୍ଧରାଜ ଉଚ୍ଚ ବିଦ୍ୟାଳୟ ପରିବର୍ତ୍ତେ ସଂପୃକ୍ତ ଅଧିକାରୀ ମାନଙ୍କର କାର୍ଯ୍ୟ ସ୍ଥଳୀ ଅଞ୍ଚଳ ଅନ୍ତର୍ଗତ ବ୍ଲକ ମାନଙ୍କରେ ତାଲିମ ପ୍ରଦାନ କରାଯିବା ପାଇଁ ଜିଲ୍ଳ୍ାପାଳ ତଥା  ଜିଲ୍ଲା ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ନିଦେ୍ର୍ଧଶ ଦେଇଚ୍ଥନ୍ତି ।  ଅଧିକାରୀ ମାନଙ୍କର ସୁବିଧା ଓ ସମୟ ଅପଚୟରୁ ବର୍ତ୍ତିବା ପାଇଁ ଏହି ପଦକ୍ଷେପ  ନିଆଯାଇଚ୍ଥି ବୋଲି   ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଚ୍ଥନ୍ତି ।  ପ୍ରାୟ ୪ ହଜାର ପ୍ରିଜାଇଡିଂ ଓ ପାଂଷ୍ଟ ପୁଲିଂ ଅଧିକାରୀ ମାନେ ଏହି ତାଲିମ ସେମାନଙ୍କ ବ୍ଲକ  ମାନଙ୍କରେ ଚ୍ଥୋଟ ଚ୍ଥୋଟ ଗ୍ରୁପ ଆକାରରେ ଗ୍ରହଣ କରିବେ ।  ବିଂଝାରପୁର, ଧର୍ମଶାଳା, ଯାଜପୁର, କୋରେଇ ବ୍ଲକ ରେ ୨୩ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ତାଲିମ ପ୍ରଦାନ କରାଯାଊଥିବା ବେଳେ ରସୁଲପୁର ଓ ଦଶରଥପୁର ବ୍ଲକ ରେ ୨୬ ଓ ୨୭ ତାରିଖରେ ଏବଂ ଦାନଗଦୀ ବ୍ଳକ ଠାରେ ୨୩, ୨୪ ଓ ୨୬ ତାରିଖରେ ଏହି ତାଲିମ ପ୍ରଦାନ କରାଯିବ ବୋଲି  ଜିଲ୍ଲାପାଳ ଅବଗତ କରାଇଚ୍ଥନ୍ତି ।  ଏହି ତାଲିମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ।  ବର୍ତ୍ତମାନ ନିର୍ବାଚନର ବିଭିନ୍ନ ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ଘଟିଛି ।  ତେଣୁ ଅତ୍ୟନ୍ତ ନିଷ୍ଠାପର ଓ  ଶୃଙ୍ଖଳିତ ଭାବେ ଏହି ତାଲିମ ଗ୍ରହଣ ସହ ଯଦି କୈାଣସି ଠାରେ ବୋଧଗମ୍ୟରେ ସମସ୍ୟା ହେଊଚ୍ଥି ତେବେ ତୁରନ୍ତ ମାଷ୍ଟର ଟ୍ରେନରଙ୍କ ଠାରୁ ବୁଝି ନେବାପାଇଁ ଜିଲ୍ଲାପାଳ ସମସ୍ତ ପ୍ରଶିକ୍ଷଣ ନେବାକୁ ଥିବା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଚ୍ଥନ୍ତି ।  

 

0
0
0
s2sdefault